• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ୍(UPSC)ରେ ପଦବୀ ନିହାତି ଏକ ସମ୍ମାନଜନକ ହୋଇଥାଏ। ଏଥିରେ କିଏ ବା ଚାକିରି କରିବାକୁ ନ ଚାହେଁ। ଆପଣ ଯଦି ଏମିତି ଏକ ଲକ୍ଷରେ ଅଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କାରଣ ଏନେଇ UPSC ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ନିଯୁକ୍ତି ପ୍ରକ୍ରିୟାରେ ବୈଜ୍ଞାନିକ-ବି (ମେକାନିକାଲ୍), ଆନ୍ଥ୍ରୋପୋଲୋଜିଷ୍ଟ, ବିଶେଷଜ୍ଞ ତୃତୀୟ ଶ୍ରେଣୀ ସହକାରୀ ପ୍ରଫେସର, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ବୈଜ୍ଞାନିକ 'ବି' (ସିଭିଲ୍ ଇଞ୍ଜିନିୟରିଂ), ବୈଜ୍ଞାନିକ 'ବି' ଭଳି ଅନେକ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୪୭ ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ୍ https://upsconline.nic.inକୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ UPSC Specialist Grade III, Scientist ‘B’ & Other Apply Online for 147 Posts Notification ଉପରେ କ୍ଲିକ୍ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୩ ମାର୍ଚ୍ଚ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୧ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ବୈଜ୍ଞାନିକ-ବି (ମେକାନିକାଲ୍) – ୦୧ଟି ପୋଷ୍ଟ୍
  • ଆନ୍ଥ୍ରୋପୋଲୋଜିଷ୍ଟ – ୦୧ଟି ପୋଷ୍ଟ୍
  • ବିଶେଷଜ୍ଞ ତୃତୀୟ ଶ୍ରେଣୀ ସହକାରୀ ପ୍ରଫେସର – ୧୨୩ଟି ପୋଷ୍ଟ୍
  • ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ – ୦୪ଟି ପୋଷ୍ଟ୍
  • ବୈଜ୍ଞାନିକ 'ବି' (ସିଭିଲ୍ ଇଞ୍ଜିନିୟରିଂ) – ୦୮ଟି ପୋଷ୍ଟ୍
  • ବୈଜ୍ଞାନିକ 'ବି' (ଇଲେକ୍ଟ୍ରୋନିକ୍ସ / ଯାନ୍ତ୍ରିକ) – ୦୩ଟି ପୋଷ୍ଟ୍
  • ସହକାରୀ ନିର୍ଦ୍ଦେଶକ (ସୁରକ୍ଷା) – ୦୭ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ନେଇ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ
  • ପୋଷ୍ଟ୍ ଗ୍ରାଜୁଏଟ୍/ ଇଂଜିନିୟରିଂରେ ଡିଗ୍ରୀ/MBBS/ ଆଦି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୩୫ ବର୍ଷ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ମହିଳା/SC/ST/PwD – ଦେୟମୁକ୍ତ
  • ଅନ୍ୟମାନେ – ୨୫ ଟଙ୍କା

ଦରମା:

  • ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ୍