/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693401637.jpg)
Odisha Lecture Recruitment
ଅଧ୍ୟାପକ ପଦବୀ ନେଇ ଆଶାୟୀ ଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ଖୁସି ଖବର । ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ବା SSB ପକ୍ଷରୁ ଜାରି ହେଲା ନିଯୁକ୍ତି ବିଜ୍ଞପ୍ତି । ଉଚ୍ଛ ଶିକ୍ଷା ବିଭାଗ ଅଧିନରେ ଦିଆଯିବ ଏହି ଚାକିରି । ବିଭିନ୍ନ ବିଷୟ ପାଇଁ ୧୦୬୫ ଅଧ୍ୟାପକ ପଦବୀ ପୂରଣ ହେବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଏହି ସମସ୍ତ ପ୍ରାର୍ଥୀଙ୍କୁ ରାଜ୍ୟରେ ଥିବା ଅଣ ଅନୁଦାନ ପ୍ରାପ୍ତ କଲେଜ ଗୁଡ଼ିକରେ ନିଯୁକ୍ତି ଦିଆଯିବ ।
ଇଚ୍ଛୁକ ପ୍ରାର୍ଥୀମାନେ ଏହି ଅଧ୍ୟାପକ ପଦବୀ ଗୁଡ଼ିକ ପାଇଁ ସେପ୍ଟେମ୍ବର ୧୧ ତାରିଖ ଦିନ ଗୋଟାଏ ପରଠାରୁ ଅକ୍ଟୋବର ୧୦ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଆବେଦନ କରିପାରିବେ । ଅର୍ଥାତ ସେପ୍ଟେମ୍ବର ୧୧ ତାରିଖ ଦିନ ଗୋଟାଏରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅକ୍ଟୋବର ୧୦ ତାରିଖ ରାତି ୧୧.୪୫ରେ ଆବେଦନ ପ୍ରକ୍ରିୟ ଶେଷ ହେବ ।
ସମସ୍ତ ଇଚ୍ଛୁକ ପ୍ରାର୍ଥୀ ଅନ୍ଲାଇନ୍ ମାଧ୍ୟମରେ SSBର ଅଫିସିଆଲ ୱବେସାଇଟ୍ www.ssbodisha.ac.in କୁ ଯାଇ ଆବେଦନ କରିପାରିବେ ।
ତେବେ ଏନେଇ ସବିଶେଷ ତଥ୍ୟ ସେପ୍ଟେମ୍ବର ୧୧ ତାରିଖ ପରଠୁ ଏହାର ଅଫିସିଆଲ ୱେବ୍ସାଇଟ୍ରେ ଉପଲବ୍ଧ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)