/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712659492.jpg)
railway rites recruitment apply for engineer design expert and other posts
ରେଳ ମନ୍ତ୍ରଣାଳୟ ଅଧିନରେ ଥିବା ଏକ କମ୍ପାନୀ ହେଉଛି RITES ଲିମିଟେଡ୍। ଏଠାରେ ମାସିକ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବା ଭଳି ଚାକିରି ସୁଯୋଗ ଅଛି। କମ୍ପାନୀ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ନିଯୁକ୍ତି ୱାକ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ହେବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ଇଞ୍ଜିନିୟର, ପ୍ରୋଜେକ୍ଟ ଲିଡର, ରେସିଡେଣ୍ଟ ଇଞ୍ଜିନିୟର ପରି ଅନେକ ପଦବୀ ପୂରଣ ହେବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୩୧ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ RITES Ltd. ର ଅଫିସିଆଲ୍ ୱେବସାଇଟ https://www.rites.com ଯାଇ ଦେଖିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ railway rites recruitment apply for engineer design expert and other posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ୱାକ୍-ଇନ୍-ଇଣ୍ଟରଭ୍ୟୁ ଆରମ୍ଭ – ୧୨ ଏପ୍ରିଲ୍ ୨୦୨୪
- ୱାକ୍-ଇନ୍-ଇଣ୍ଟରଭ୍ୟୁ ଶେଷ – ୧୬ ଏପ୍ରିଲ୍ ୨୦୨୪
ଅଧିକ ପଢ଼ନ୍ତୁ: ନେଭୀରେ ଯୋଗଦେବାର ସୁବର୍ଣ୍ଣ ସୁଯୋଗ; ଦଶମ ପିଲା କରିପାରିବେ ଆବେଦନ; ଦରମା ୯୦ ହଜାର
ଖାଲି ପଦବୀ:
- ପ୍ରୋଜେକ୍ଟ ଲିଡର୍ (ସିଭିଲ୍) – ୧ଟି ପୋଷ୍ଟ୍
- ଟିମ୍ ଲିଡର୍ (ସିଭିଲ୍) – ୫ ଟି ପୋଷ୍ଟ୍
- ଡିଜାଇନ୍ ଏକ୍ସପର୍ଟ (ସିଭିଲ୍) – ୬ ଟି ପୋଷ୍ଟ୍
- ରେସିଡେଣ୍ଟ ଇଞ୍ଜିନିୟର (ଟ୍ରାକ୍) – ୩ ଟି ପୋଷ୍ଟ୍
- ରେସିଡେଣ୍ଟ ଇଞ୍ଜିନିୟର (ସିଭିଲ୍) – ୫ ଟି ପୋଷ୍ଟ୍
- ରେସିଡେଣ୍ଟ ଇଞ୍ଜିନିୟର (S&T) – ୪ ଟି ପୋଷ୍ଟ୍
- ରେସିଡେଣ୍ଟ ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍) – ୫ ଟି ପୋଷ୍ଟ୍
- ଇଞ୍ଜିନିୟର (ଡିଜାଇନ୍) – ୧ ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
- ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ
- ସିଭିଲ ଇଂଜିନିୟରିଂରେ ବ୍ୟାଚଲର୍ ଡିଗ୍ରୀ
- ୧୦/୧୫ ବର୍ଷର ଅଭିଜ୍ଞତା
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବାଧିକ ବୟସ – ୫୫ ବର୍ଷ
- ବୟସ ଗଣନା ୧୬।୦୪।୨୦୨୪ ଅନୁସାରେ ହେବ
ମାସିକ ଦରମା:
- ସର୍ବନିମ୍ନ ଦରମା – ୩୦,୦୦୦ ଟଙ୍କା
- ସର୍ବାଧିକ ଦରମା – ୨,୪୦,୦୦୦ ଟଙ୍କା
- ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)