Advertisment

Indian Navy Recruitment : ନେଭୀରେ ଯୋଗଦେବାର ସୁବର୍ଣ୍ଣ ସୁଯୋଗ; ଦଶମ ପିଲା କରିପାରିବେ ଆବେଦନ; ଦରମା ୯୦ ହଜାର

ଭାରତୀୟ ମର୍ଚାଣ୍ଟ ନେଭୀରେ ଚାକିରି ପାଇବା ପ୍ରତ୍ୟେକ ଯୁବକଙ୍କ ସ୍ୱପ୍ନ। ଯଦି ଆପଣ ମଧ୍ୟ ଭାରତୀୟ ମର୍ଚାଣ୍ଟ ନେଭୀରେ ଯୋଗଦେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଅଟେ। ଏଥିପାଇଁ ଭାରତୀୟ ମର୍ଚାଣ୍ଟ ନେଭୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Indian Merchant Navy Recruitment apply for 4000 posts

Indian Merchant Navy Recruitment apply for 4000 posts

ଭାରତୀୟ ମର୍ଚାଣ୍ଟ ନେଭୀରେ ଚାକିରି ପାଇବା ପ୍ରତ୍ୟେକ ଯୁବକଙ୍କ ସ୍ୱପ୍ନ। ଯଦି ଆପଣ ମଧ୍ୟ ଭାରତୀୟ ମର୍ଚାଣ୍ଟ ନେଭୀରେ ଯୋଗଦେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଅଟେ। ଏଥିପାଇଁ ଭାରତୀୟ ମର୍ଚାଣ୍ଟ ନେଭୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ନେଭୀରେ ଡେକ୍ ରେଟିଂ, ଇଂଜିନ୍ ରେଟିଂ, ନାବିକ, ହେଲପର୍, ରୋଷେୟା ଆଦି ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ପଦବୀ ପାଇଁ କେବଳ ପୁରୁଷ ହିଁ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୪ ହଜାର ପଦବୀ ପୂରଣ ହେବ। ଦଶମ ପାଶ କରିଥିବା ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ନେଭୀର ଅଫିସିଆଲ୍ ୱେବସାଇଟ joinindiannavy.gov.inକୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Indian Merchant Navy Recruitment apply for 4000 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ଡେକ୍ ରେଟିଂ - ୭୨୧ଟି ପୋଷ୍ଟ୍
  • ଇଞ୍ଜିନ ରେଟିଂ - ୨୩୬ଟି ପୋଷ୍ଟ୍
  • ନାବିକ - ୧୪୩୨ଟି ପୋଷ୍ଟ୍
  • ଇଲେକ୍ଟ୍ରିସିଆନ୍ - ୪୦୮ଟି ପୋଷ୍ଟ୍
  • ୱେଲଡର୍ / ହେଲ୍‌ପର୍ - ୭୮ଟି ପୋଷ୍ଟ୍
  • ମେସ୍ ବଏ - ୯୨୨ଟି ପୋଷ୍ଟ୍
  • ରୋଷେୟା - ୨୦୩ଟି ପୋଷ୍ଟ୍
  • ମୋଟ ପଦବୀ - ୪୦୦୦ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ
  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଦଶମ/ଦ୍ୱାଦଶ ପାଶ୍
  • ସମ୍ବନ୍ଧିତ ଟ୍ରେଡ୍‌ରେ ITI
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୭.୫ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ
  • ବୟସ ଗଣନା ୩୦।୦୪।୨୦୨୪ ଅନୁସାରେ ହେବ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ ଯାଞ୍ଚ

ଆବେଦନ ଶୁଳ୍କ:

  • ସବୁ ବର୍ଗ – ୧୦୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୩୮,୦୦୦ ଟଙ୍କା
  • ସର୍ବାଧିକ ଦରମା – ୯୦,୦୦୦ ଟଙ୍କା
  • ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Govt Jobs Indian Navy Indian Navy Jobs Indian Navy Recruitment
Advertisment
Advertisment