• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ ବା (OSSSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ନିଯୁକ୍ତି ଦିଆଯିବା ନେଇ ସୂଚନା ଦିଆଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପ୍ରତିଷ୍ଠାନ ଗୁଡ଼ିକରେ ଫାର୍ମାସିଷ୍ଟ ଏବଂ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ପଦବୀରେ ନିଯୁକ୍ତି ଦିଆଯିବ ।

ଏଥିପାଇଁ ଡିସେମ୍ବର ୨୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ସୂଚନା ରହିଛି । ଆଗ୍ରହୀ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବସାଇଟ୍ osssc.gov.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । 

କେତେ ରହିଛି ପଦବୀ ?

ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ ମୋଟ୍‌ ୨,୪୫୩ଟି ପଦବୀ ରହିଛି । ସେଥିମଧ୍ୟରୁ ୧,୦୦୨ ପଦବୀ ଫାର୍ମାସିଷ୍ଟ ଏବଂ ୧୪୫୧ଟି ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (ପୁରୁଷ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କେତେ ରହିଛି ବୟସସୀମା ?

ଆବେଦନ କରିବାକୁ ହେଲେ ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା ୨୧ରୁ ୩୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ସମସ୍ତ ପଦବୀ ପାଇଁ ଆବେଦନ କରିବାକୁ ହେଲେ କୌଣସି ଆବେଦନ ଶୁକ୍ଳ ଦେବାକୁ ପଡ଼ିବ ନାହିଁ ।

କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା ?

ଫାର୍ମାସିଷ୍ଟଙ୍କ ପାଇଁ: ପ୍ରାର୍ଥୀମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା/ସମକକ୍ଷ ତଥା ଫାର୍ମାସି/ବି ଫାର୍ମା (ବ୍ୟାଚେଲର୍ ଅଫ୍ ଫାର୍ମାସି) ଅଧୀନରେ ଥିବା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଡାକ୍ତରଖାନା କିମ୍ବା ଅନ୍ୟାନ୍ୟ ସ୍ୱୀକୃତିପ୍ରାପ୍ତ ବେସରକାରୀ ଅଧୀନରେ +2 ବିଜ୍ଞାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ସେଥିସହିତ ଶିକ୍ଷା ଅନୁଷ୍ଠାନ ଗୁଡିକ AICTE ଦ୍ୱାରା ଉପଯୁକ୍ତ ଭାବରେ ଅନୁମୋଦିତ ଏବଂ ଓଡିଶା ଫାର୍ମାସି ବୋର୍ଡ ଦ୍ୱାରା ପରିଚାଳିତ ହୋଇଥିବା ଆବଶ୍ୟକ ।

ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ବା Multipurpose Health Worker (ପୁରୁଷ): ପ୍ରାର୍ଥୀମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା/ସମାନ ପରିଷଦ ଅଧୀନରେ +୨ ବିଜ୍ଞାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ରାଜ୍ୟ ସରକାରଙ୍କ ମେଡିକାଲ କଲେଜ ଏବଂ ହସ୍ପିଟାଲର ଫାର୍ମାସିରେ ଡିପ୍ଲୋମା / ଅନ୍ୟ କୌଣସି ସ୍ୱୀକୃତିପ୍ରାପ୍ତ ବେସରକାରୀ ଅନୁଷ୍ଠାନ ଉପଯୁକ୍ତ ଭାବରେ ସ୍ୱୀକୃତିପ୍ରାପ୍ତ ଫାର୍ମାସି କାଉନସିଲ୍ ଅଫ୍ ଇଣ୍ଡିଆ / AICTE ଦ୍ୱାରା ପରିଚାଳିତ କଲେଜରୁ ଉତ୍ତୀର୍ଣ୍ଣ ହୋଇଥିବା ଜରୁରୀ ।

ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବା ପରେ ସେମାନଙ୍କୁ ୧୦୦ ମାର୍କର ଲିଖିତ ପରୀକ୍ଷା ଦେବାକୁ ହେବ । ସମସ୍ତ ପ୍ରଶ୍ନ ମଲ୍ଟିପୁଲ ଚଏସ ଆସିବାନେଇ କୁହାଯାଇଛି । ପରୀକ୍ଷାର ମାର୍କ ଅନୁସାରେ ନିଯୁକ୍ତି ନିର୍ଦ୍ଧାରିତ କରାଯିବ ।