Advertisment

Job in Odisha: ଓଡ଼ିଶାରେ ଶିକ୍ଷକ ପଦବୀ ସହ ଅନେକ ପଦବୀ ଖାଲି; ଯୋଗ ଶିକ୍ଷକ ବି ପୂରଣ ହେବ

ଓଡ଼ିଶାରେ ରହି ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ସରକାର ଅଧିନରେ ଥିବା ଜୟଶଙ୍କର ସେବାଶ୍ରମରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପାଇଁ ପଦବୀ ବାହାରିଛି। ଏନେଇ ଜୟଶଙ୍କର ସେବାଶ୍ରମ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Odisha Teacher Recruitment 2024

Odisha Teacher Post Recruitment Apply Teacher

ଓଡ଼ିଶାରେ ରହି ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ସରକାର ଅଧିନରେ ଥିବା ଜୟଶଙ୍କର ସେବାଶ୍ରମରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପାଇଁ ପଦବୀ ବାହାରିଛି। ଏନେଇ ଜୟଶଙ୍କର ସେବାଶ୍ରମ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଅଫ୍‌ଲାଇନ୍ ମୋଡ୍‌ରେ ଏହି ଆବେଦନ ଚାଲିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଶିକ୍ଷାବିତ୍, ଯୋଗ ଶିକ୍ଷକ, ରୋଷେୟା, ୱାଚ୍‌ମ୍ୟାନ୍, ସଙ୍ଗୀତ ଶିକ୍ଷକ, ହେଲ୍‌ପର୍, ପାରାମେଡିକାଲ୍ କର୍ମଚାରୀ, ପିଅନ ଆଦି ପଦବୀ ପୂରଣ ହେବ। ଅଷ୍ଟମ ପାଶ୍ ପିଲା ମଧ୍ୟ ଏହାର ଫାଇଦା ନେଇପାରିବେ।

ଅଧିକ ପଢ଼ନ୍ତୁ: SSCରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଜାଣନ୍ତୁ କେଉଁ ପଦବୀ ହେବ ପୂରଣ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ https://sundergarh.nic.in କୁ ଯାଇ ଏ ବିଷୟରେ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Jayasankar Sevashram newly published a latest job notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ – ଚାଲିଛି
  • ଆବେଦନ ଶେଷ – ୧୪ ଫେବୃଆରୀ ୨୦୨୪

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଅଷ୍ଟମ / ଦଶମ / ଡିଗ୍ରୀ / B.P.ed
  • ପିଜି ଡିଗ୍ରୀ ସହିତ ପଦବୀ ସହିତ ଜଡିତ ବୃତ୍ତିଗତ ଶିକ୍ଷା

ଖାଲି ପଦବୀ:

  • ଶିକ୍ଷାବିତ୍ – ୦୨ଟି ପୋଷ୍ଟ୍‌
  • ସଙ୍ଗୀତ ଶିକ୍ଷକ – ୦୧ଟି ପୋଷ୍ଟ୍‌
  • ଯୋଗ ଶିକ୍ଷକ – ୦୧ଟି ପୋଷ୍ଟ୍‌
  • ରୋଷେୟା – ୦୧ଟି ପୋଷ୍ଟ୍‌
  • ନାଇଟ୍ ୱାଚ୍‌ମ୍ୟାନ୍ – ୦୨ଟି ପୋଷ୍ଟ୍‌
  • ହେଲ୍‌ପର୍ – ୦୧ଟି ପୋଷ୍ଟ୍‌
  • ପାରାମେଡିକାଲ୍ କର୍ମଚାରୀ – ୦୧ଟି ପୋଷ୍ଟ୍‌

ବୟସ ସୀମା:

  • ସର୍ବନିମ୍ନ ବୟସ - ୨୧ ବର୍ଷ
  • ସର୍ବାଧିକ ବୟସ - ୪୫ ବର୍ଷ
  • ବୟସ ଗଣନା ୦୧ ଜାନୁୟାରୀ ୨୦୨୪ ଅନୁସାରେ ହେବ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / PWD/ESM - ୦୫ ବର୍ଷ
  • PWD + SC / ST - ୧୫ ବର୍ଷ

ଦରମା:

  • ଶିକ୍ଷକ – ୧୦, ୦୦୦ ରୁ ୨୦,୦୦୦ଟଙ୍କା
  • ଅନ୍ୟାନ୍ୟ – ୭,୯୪୪ ରୁ ୧୧,୯୧୬ ଟଙ୍କା

ଚୟନ ପ୍ରକ୍ରିୟା:

  • ମାର୍କ ଆଧାରରେ ପ୍ରାର୍ଥୀ ମନୋନୀତ
  • ସେକେଣ୍ଡାରୀ - ୧୦ ମାର୍କ
  • ଉଚ୍ଚ ମାଧ୍ୟମିକ - ୧୫ ମାର୍କ
  • ସ୍ନାତକ - ୨୫ ମାର୍କ
  • ସ୍ନାତକୋତ୍ତର - ୩୦ମାର୍କ
  • ଅନ୍ୟାନ୍ୟ କୌଣସି ବୃତ୍ତିଗତ ପାଠ୍ୟକ୍ରମ - ୧୦ ମାର୍କ
  • କାର୍ଯ୍ୟ ଅଭିଜ୍ଞତା - ୧୦ ମାର୍କ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • ଦୁଇଟି ସାମ୍ପ୍ରତିକ କଲର୍ ପାସ୍‌ପୋର୍ଟ ସାଇଜ୍ ଫଟୋ
  • ଜାତି ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର

କିପରି କରିବେ ଆବେଦନ:

  • ୱେବ୍‌ସାଇଟ୍‌କୁ ଯାଆନ୍ତୁ
  • ଯାଞ୍ଚ କରି ଏହାର ଫର୍ମ ଡାଉନ୍‌ଲୋଡ୍ କରନ୍ତୁ
  • ଏହାକୁ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ସଂଲଗ୍ନ କରି ନିମ୍ନ ଠିକଣାରେ ପଠାନ୍ତୁ

ଠିକଣା - Secretary, Jaysankar Sevashram, At/Po – Belsara , P.S – Lephripara, District – Sundargarh, Pin – 770011.

Govt Teacher Govt Jobs Teacher Recruitment
Advertisment
Advertisment