/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709119516.jpg)
Odisha Mining Corporation Recruitment
ଓଡିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ (OMC Ltd)ରେ ଚାକିରି ସୁଯୋଗ। ଏନେଇ OMC ଏକ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ମ୍ୟାନେଜର ଓ ମେଡିକାଲ୍ ଅଫିସର୍ ପଦବୀ ପୂରଣ ହେବ।
Advertisment
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅଫ୍ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ମ୍ୟାନେଜ୍ମେଣ୍ଟ୍ ଓ ଟେକ୍ନିକାଲ୍ ପାଶ୍ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OMC ର ଅଫିସିଆଲ୍ ୱେବ୍ସାଇଟ୍ https://omcltd.inକୁ ଯାଇ ଏହାର ତଦାରଖ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha Mining Corporation OMC Recruitment Apply For Manager Post Notification ଉପରେ କ୍ଲିକ୍ କରି ଦେଖିପାରିବେ।
Advertisment
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୪ ଫେବୃଆରୀ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୨୨ ମାର୍ଚ୍ଚ ୨୦୨୪
ଅଧିକ ପଢ଼ନ୍ତୁ: SSC ବିଜ୍ଞାପନ ପ୍ରକାଶ; ପୂରଣ ହେବ ୫ ହଜାରରୁ ଅଧିକ ପଦବୀ
ଖାଲି ପଦବୀ:
- ମ୍ୟାନେଜର – ୨ଟି ପୋଷ୍ଟ୍
- ଜେନେରାଲ୍ ମ୍ୟାନେଜର୍ – ୧୮ଟି ପୋଷ୍ଟ୍
- ମେଡିକାଲ୍ ଅଫିସର – ୬ଟି ପୋଷ୍ଟ୍
- ମୋଟ୍ ପଦବୀ – ୨୬ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
- ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ B.E / B.Tech/ MBBS / M.sc/ M.Tech/ M.E ସମାପ୍ତ କରିଥିବେ।
- ପଦବୀ ଅନୁସାରେ ୪,୧୦ ଓ ୨୦ ବର୍ଷର ଅଭିଜ୍ଞତା
ବୟସ ସୀମା:
- ସର୍ବନିମ୍ନ ବୟସ – ୩୮ ବର୍ଷ
- ସର୍ବାଧିକ ବୟସ – ୫୫ ବର୍ଷ
- ବୟସ ଗଣନା ୩୧।ମାର୍ଚ୍ଚ।୨୦୨୪ ଅନୁସାରେ ହେବ
ବୟସ କୋହଳ:
- OBC - ୦୩ ବର୍ଷ
- ST / SC / PWD/ESM - ୦୫ ବର୍ଷ
- PWD + SC / ST- ୧୫ ବର୍ଷ
ଚୟନ ପ୍ରକ୍ରିୟା:
- ସାକ୍ଷାତକାର
- ଡାକ୍ତରୀ ପରୀକ୍ଷା
ଦରମା:
- ଚୟନ ହେବା ପରେ ପ୍ରାର୍ଥୀ ମାସକୁ ୬୭,୭୦୦ଟଙ୍କା ଦରମା ପାଇବେ
ଆବେଦନ ଶୁଳ୍କ:
- ସବୁ ବର୍ଗଙ୍କ ପାଇଁ ଦେୟମୁକ୍ତ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ଏବଂ ମାର୍କସିଟ୍
- ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
- ଦୁଇଟି ପାସପୋର୍ଟ ଆକାରର ଫଟୋ
- ଜାତି ପ୍ରମାଣପତ୍ର
- ଆଧାର କାର୍ଡ
- ଆବାସିକ ପ୍ରମାଣପତ୍ର
- ଅଭିଜ୍ଞତା ପ୍ରମାଣପତ୍ର
ଅଧିକ ପଢ଼ନ୍ତୁ: ରାଉର୍କେଲା ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି; ଦଶମ ପିଲା ମଧ୍ୟ କରିପାରିବେ ଆବେଦନ
କିପରି କରିବେ ଆବେଦନ:
- ପ୍ରାର୍ଥୀମାନେ ଏହି ଲିଙ୍କ୍ OMC Recruitment Apply For Manager Post Application form ରେ କ୍ଲିକ୍ କରି ଭଲଭାବେ ବିଜ୍ଞପ୍ତିକୁ ପଢନ୍ତୁ
- ଏଥିରେ ଥିବା ଆବେଦନ ଫର୍ମ ଡାଉନ୍ଲୋଡ୍ କରନ୍ତୁ
- ଏହାକୁ ପୂରଣ କରନ୍ତୁ
- ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ସହିତ ନିମ୍ନ ଠିକଣାରେ ପଠାନ୍ତୁ
Executive Director (P&A) Odisha Mining Corporation Ltd. Post Box No-34, OMC House, Bhubaneswar – 751001
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)