Advertisment

SSC Recruitment 2024: SSC ବିଜ୍ଞାପନ ପ୍ରକାଶ; ପୂରଣ ହେବ ୫ ହଜାରରୁ ଅଧିକ ପଦବୀ

SSC ଅନେକ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଛି। ଏହି ବିଜ୍ଞାପନ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ XII / 2024 ପାଇଁ ପ୍ରାର୍ଥୀ ଚୟନ ହେବେ। ଏହି ନିଯୁକ୍ତି ମାଧ୍ୟମରେ ୫୩୬୯ ପଦବୀ ପୂରଣ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
SSC Phase 12 Notification 2024

SSC Selection Post Phase 12 Recruitment Apply For 5369 Posts Notification

କର୍ମଚାରୀ ଚୟନ ଆୟୋଗ (SSC) ଅନେକ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଛି। ଏହି ବିଜ୍ଞାପନ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ XII / 2024 ପାଇଁ ପ୍ରାର୍ଥୀ ଚୟନ ହେବେ। ଏହି ନିଯୁକ୍ତି ମାଧ୍ୟମରେ ୫୩୬୯ ପଦବୀ ପୂରଣ ହେବ।

Advertisment

ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଗ୍ରାଜୁଏସନ ପିଲା ମାନେ ଏହି ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: ରାଉର୍‌କେଲା ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି; ଦଶମ ପିଲା ମଧ୍ୟ କରିପାରିବେ ଆବେଦନ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବ୍‌ସାଇଟ୍ www.ssc.nic.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ SSC Selection Post Phase 12 Recruitment Apply For 5369 Posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୬ ଫେବୃଆରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୮ ମାର୍ଚ୍ଚ ୨୦୨୪
  • ପରୀକ୍ଷା – ୬ ଓ ୮ ମେ ୨୦୨୪(ସମ୍ଭବତଃ)

ଖାଲି ପଦବୀ:

  • UR – ୨୫୪୦ଟି ପୋଷ୍ଟ୍‌
  • EWS – ୪୬୭ଟି ପୋଷ୍ଟ
  • OBC – ୧୩୩୨ଟି ପୋଷ୍ଟ୍
  • SC – ୬୮୭ଟି ପୋଷ୍ଟ୍‌
  • ST - ୩୪୩ଟି ପୋଷ୍ଟ୍‌
  • ମୋଟ୍ ପଦବୀ – ୫୩୬୯ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ଭାରତର ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍
  • ମଧ୍ୟବର୍ତ୍ତୀ - 10 + 2 କିମ୍ବା
  • ଭାରତର ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ୧୦ + ୨ ପାଶ୍
  • ଭାରତର ଯେକୌସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ଯେକୌଣସି କ୍ଷେତ୍ରରେ ସ୍ନାତକ ଡିଗ୍ରୀ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୦୧।୦୧।୨୦୨୪ ଅନୁସାରେ ହେବ

ବୟସ କୋହଳ:

  • OBC - ୦୩ ବର୍ଷ
  • ST / SC / PWD/ESM - ୦୫ ବର୍ଷ
  • PWD + SC / ST- ୧୫ ବର୍ଷ

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ଲିଖିତ ପରୀକ୍ଷା
  • ଦ‍କ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୮,୦୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୩୯,୬୦୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/ EWS / - ୧୦୦ ଟଙ୍କା
  • ଅନ୍ୟମାନେ – ଦେୟମୁକ୍ତ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ଏବଂ ମାର୍କସିଟ୍
  • ସମ୍ପ୍ରତି ପାସପୋର୍ଟ ଆକାରର ଫଟୋ
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ଆବାସିକ ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର
  • ଚାକିରି ବିନିମୟ ପ୍ରମାଣପତ୍ର
  • ଭୋଟର ପରିଚୟ ପତ୍ର

ଅଧିକ ପଢ଼ନ୍ତୁ: NTPCରେ ପୂରଣ ହେବ ଡେପୁଟି ମ୍ୟାନେଜର ପଦବୀ; ଆବେଦନ କରିବାକୁ ଚାହୁଥିଲେ ଦେଖନ୍ତୁ

କିପରି କରିବେ ଆବେଦନ:

  • www.ssc.nic.in କୁ ଯାଆନ୍ତୁ
  • “ପଞ୍ଜିକରଣ” ଉପରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜିକରଣ କରନ୍ତୁ ଏବଂ ପାସ୍‌ୱାର୍ଡ ଏବଂ ପଞ୍ଜୀକରଣ ନମ୍ବର ମନେରଖନ୍ତୁ
  • ପାସ୍‌ୱାର୍ଡ ଏବଂ ପଞ୍ଜୀକରଣ ନମ୍ବର ଦେଇ ଲଗ୍ ଇନ୍ କରନ୍ତୁ
  • Phase XII/2024 selection posts Exam ପାଇଁ ଆବେଦନ ଲିଙ୍କ୍‌ ଚୟନ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଫର୍ମ ଦାଖଲ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ୍ କାଢନ୍ତୁ
Govt Jobs SSC Jobs SSC Recruitment
Advertisment
Advertisment