• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଡିଏସଇ ଓଡ଼ିଶା ଶିକ୍ଷା ୨୦୨୨ ପାଇଁ ବିଜ୍ଞପ୍ତି, ତୁରନ୍ତ କରନ୍ତୁ ଆବେଦନ

ଭୁବନେଶ୍ୱର: ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଡିଏସଇ ଓଡିଶା ଶିକ୍ଷା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଡିଏସଇ ଓଡ଼ିଶା ଶିକ୍ଷା ୨୦୨୨ ପାଇଁ ବିଜ୍ଞପ୍ତି ଜାରି କରିଛି । ଓଡିଶାରେ TGT ଏବଂ ଅନ୍ୟ ପଦବୀରେ ୧୧ ହଜାର ଶିକ୍ଷକ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଡିଏସଇ ଓଡ଼ିଶା ଶିକ୍ଷା ଅଧିନରେ ଓଡିଶାରେ TGT ଏବଂ ଅନ୍ୟ ପଦବୀରେ ୧୧ ହଜାର ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଏବଂ ଆଶାୟୀ ପ୍ରାର୍ଥୀ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଡିଏସଇ ଓଡିଶା ଶିକ୍ଷା ୱେବସାଇଟ dseodisha.inକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ। ତେବେ ଅନଲାଇନ ଆବେଦନ କରିବାର ପ୍ରକ୍ରିୟା ୩ ଜାନୁଆରୀ ୨୦୨୨ରୁ ଆରମ୍ଭ ହୋଇ ୩୧ ଜାନୁଆରୀ ୨୦୨୨ରେ ସମାପ୍ତ ହେବ।

ମୋଟ ପଦବୀ ବିବରଣୀ: ୧୧,୪୦୩

ହିନ୍ଦୀ ଶିକ୍ଷକ ପଦବୀ ପାଇଁ ୧୭୫୩ଟି, ସଂସ୍କୃତ ଶିକ୍ଷକ ପଦବୀ ପାଇଁ ୧୧୮୮ଟି, ତେଲୁଗୁ ଶିକ୍ଷକ ପଦବୀ ପାଇଁ ୨୨ଟି , TGT Arts ପଦବୀ ପାଇଁ ୩୩୦୮ଟି,TGT Science(PCM) ପଦବୀ ପାଇଁ ୨୩୭୦ଟି,TGT Science (CBZ) ପଦବୀ ପାଇଁ ୧୫୪୪ଟି ଓ ପିଇଟି(PET) ପାଇଁ ୧୨୧୮ଟି ପଦବୀ ରହିଛି ।

ଆବେଦନ ଶୁଳ୍କ ଓ ଶିକ୍ଷାଗତ ଯୋଗ୍ୟତା:

ଏହି ସବୁ ପଦବୀରେ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟି ବା ସଂସ୍ଥାରୁ ସମ୍ବନ୍ଧୀତ ବିଷୟରେ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ ଅଟେ । ସାମାନ୍ୟ ଏବଂ ଓବିସି ବର୍ଗ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ଏବଂ PWD ପ୍ରାର୍ଥୀଙ୍କ ପାଇଁ ୪୦୦ ଟଙ୍କା ଶୁଳ୍କ ରହିଛି ।

ପଦବୀ ପାଇଁ ବୟସ ସୀମା:

ଆବେଦନକାରୀଙ୍କ ବୟସ ସୀମା ଅତିକମରେ ୨୧ ବର୍ଷ ଏବଂ ସର୍ବାଧିକ ୩୨ ବର୍ଷ ହୋଇଥିବା ଜରୁରୀ। ପଦବୀ ପାଇଁ ପରୀକ୍ଷା ସମ୍ଭବତଃ ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ।ଏହି ଭର୍ତ୍ତି ପାଇଁ ଚୟନ ପାଇଁ ପ୍ରଥମେ ଅନଲାଇନ ପରୀକ୍ଷା ହେବ। ସଂସ୍କୃତ ଶିକ୍ଷକ, ହିନ୍ଦୀ ଶିକ୍ଷକ, ତେଲୁଗୁ ଶିକ୍ଷକ ଏବଂ ଫିଜିକାଲ ଏଜୁକେସନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଏହି ପଦବୀ ଚୁକ୍ତିଭିତ୍ତିକ ହେବ। 

 

OTV is now on Whatsapp

Join and get latest news update delivered to you via whatsapp

Join Now