Advertisment

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୦୦ରୁ ଅଧିକ ପଦବୀ ପୂରଣ ହେବ

ଓଏଭିଏସ୍ ପ୍ରଧାନଶିକ୍ଷକ ଓ ଶିକ୍ଷକ ପଦ ପାଇଁ ମେଗା ନିଯୁକ୍ତି ଘୋଷଣା କରିଛି। OAVS ଦ୍ୱାରା ପ୍ରକାଶିତ ଏକ ସାଂକେତିକ ବିଜ୍ଞାପନ ଅନୁଯାୟୀ, ବିଭିନ୍ନ ବିଷୟରେ ୧୦୧୦ଟି ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ପୂରଣ ହେବ ।

author-image
Pramod Behera
ଅଦ୍ୟତନ ହୋଇଛି
Odisha Adarsha Vidyalaya Recruitment 2023

Odisha Adarsha Vidyalaya Recruitment 2023: Over 1000 vacancies for principal, teacher posts out

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍) ପ୍ରଧାନଶିକ୍ଷକ ଓ ଶିକ୍ଷକ ପଦ ପାଇଁ ମେଗା ନିଯୁକ୍ତି ଘୋଷଣା କରିଛି । OAVS ଦ୍ୱାରା ପ୍ରକାଶିତ ଏକ ସାଂକେତିକ ବିଜ୍ଞାପନ ଅନୁଯାୟୀ, ବିଭିନ୍ନ ବିଷୟରେ ୧୦୧୦ଟି ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ପୂରଣ ହେବ ।

Advertisment

ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୭, ୨୦୨୩ ରୁ ଆରମ୍ଭ ହୋଇଛି । OAVS କହିଛି, ଆଗ୍ରହୀ ପ୍ରାର୍ଥୀମାନେ ଏହି ୱେବସାଇଟ www.oav.edu.in କୁ ଯାଇ ଏଠାରେ ଉପଲବ୍ଧ ଲିଙ୍କରେ ମାଧ୍ୟମରେ ଅନଲାଇନରେ ଆବେଦନ କରିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ଖୁବ୍‌ଶୀଘ୍ର ଓଡ଼ିଶାରେ ପୂରଣ ହେବ ୨୦,୦୦୦ କନିଷ୍ଠ ଶିକ୍ଷକ ପଦବୀ

ସଂଗଠନ କହିଛି, “ପ୍ରାର୍ଥୀମାନେ ନିଶ୍ଚିତ ହେବା ଉଚିତ ଯେ ସେମାନେ ଏହି ପଦବୀ ପାଇଁ ଅନଲାଇନ୍ ଆବେଦନ କରିବା ପୂର୍ବରୁ ବିଜ୍ଞାପନରେ ଧାର୍ଯ୍ୟ ଯୋଗ୍ୟତା ଏବଂ ଅନ୍ୟାନ୍ୟ ସର୍ତ୍ତାବଳୀ ପୂରଣ କରୁଥିବେ। ଆବେଦନପତ୍ର ଦାଖଲ କରିବାର ଅନ୍ୟ କୌଣସି ମାଧ୍ୟମ / ଧାରା ଗ୍ରହଣ କରାଯିବ ନାହିଁ।” ଆଗ୍ରହୀ ଆବେଦନକାରୀଙ୍କୁ ନିୟମିତ ୱେବ୍‌ସାଇଟ୍ ଦେଖିବାକୁ ପରାମର୍ଶ ଦିଆଯାଇଛି ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନଲାଇନ୍ ଆବେଦନ ଆରମ୍ଭ - ୦୭/୦୩/୨୦୨୩
  • ଅନଲାଇନ୍ ଆବେଦନ ଶେଷ - ୦୬/୦୪/୨୦୨୩
  • ଡେବିଟ୍ / କ୍ରେଡିଟ୍ କାର୍ଡ / ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଅନଲାଇନ୍ ଫି ଦାଖଲ କରିବାର ଶେଷ ତାରିଖ - ୦୮/୦୪/୨୦୨୩

ଏଠାରେ କ୍ଲିକ୍ କରି ସରକାରୀ ବିଜ୍ଞପ୍ତି ଦେଖନ୍ତୁ

Govt Jobs Odisha Adarsha Vidyalayas
Advertisment
Advertisment