• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଓଡ଼ିଶାରେ ଶିକ୍ଷକ ପଦବୀରେ ନିଯୁକ୍ତି ନେଇ ଅନେକ ଯୁବପିଢିଙ୍କ ସ୍ୱପ୍ନ। ଆପଣ ଯଦି ଶିକ୍ଷକ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁଯୋଗ ଆସିଛି। ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ(OAVS) ଏହି ସୁଯୋଗ ନେଇଆସିଛି। ଏନେଇ OAVS ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ନିଯୁକ୍ତି ପ୍ରକ୍ରିୟାରେ TGT ଏବଂ PGTର ବିଭିନ୍ନ ପଦବୀ ପୂରଣ ହେବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଶିକ୍ଷକ ଓ ପ୍ରିନ୍ସପାଲ୍‌ ପଦବୀରେ ପ୍ରାର୍ଥୀ ନିଯୁକ୍ତି ପାଇବେ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୩୦୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OAVSର ଅଫିସିଆଲ୍ ୱେବସାଇଟ୍ https://oav.edu.in/ କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OAVS Recruitment 2024: Applied for 1342 Principals, Teacher posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଅଧିକ ପଢ଼ନ୍ତୁ: ଆପଣ JEE ମେନ୍ ପରୀକ୍ଷା ଦେବାକୁ ପ୍ରସ୍ତୁତ କି; ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୧ ଏପ୍ରିଲ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ଏହି ନିଯୁକ୍ତି ପ୍ରକ୍ରିୟାରେ ଶିକ୍ଷକ ଓ ପ୍ରିନ୍ସପାଲ୍ ପଦବୀ ପୂରଣ ହେବ
  • ମୋଟ୍ ୧୩୪୨ଟି ପଦବୀ ପୂରଣ ହେବ

ଶିକ୍ଷାଗତ ଯୋଗ୍ୟତା:

  • ରାଜ୍ୟର ଯେକୌଣସି ବିଶ୍ୱବିଦ୍ୟାଳୟରୁ କଳା / ବିଜ୍ଞାନରେ ସ୍ନାତକ/ସ୍ନାତକୋତ୍ତର ଡିଗ୍ରୀ
  • ଶିକ୍ଷାରେ ସ୍ନାତକ ଡିଗ୍ରୀ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

ପ୍ରିନ୍ସପାଲ୍:

  • ସର୍ବନିମ୍ନ ବୟସ – ୩୨ ବର୍ଷ
  • ସର୍ବାଧିକ ବୟସ – ୫୦ ବର୍ଷ

ଶିକ୍ଷକ:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ

ଆବେଦନ ଶୁଳ୍କ:

ପ୍ରିନ୍ସପାଲ୍‌:

  • UR & SEBC – ୨୦୦୦ ଟଙ୍କା
  • SC, ST & PwD – ୧୨୫୦ ଟଙ୍କା

ଶିକ୍ଷକ:

  • UR & SEBC – ୧୫୦୦ ଟଙ୍କା
  • SC, ST & PwD – ୧୦୦୦ ଟଙ୍କା

ଦରମା:

  • ସର୍ବନିମ୍ନ ମାସିକ ଦରମା – ୩୫, ୪୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୬୭, ୭୦୦ ଟଙ୍କା 

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବାହାରିଲା ୧୦୬୧ PGT ଚାକିରି, ତୁରନ୍ତ କରନ୍ତୁ ଆବେଦନ

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା(CBT)
  • ବ୍ୟକ୍ତିଗତ ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ୍

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ oav.edu.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ, "Detailed modalities for invitation of applications for the posts of Principals and Teachers in the Odisha Adarsha Vidyalayas in the State of Odisha (Advt. No. 1/2024)" ପାଇଁ ଥିବା “Apply” ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।
  • ପରବର୍ତ୍ତୀ ସମୟରେ, ପଞ୍ଜିକରଣ କରନ୍ତୁ ଏବଂ ଆବେଦନ ସହିତ ଆଗକୁ ଯାଆନ୍ତୁ।
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ