/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647157863.jpg)
ntpc recruitment
ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। NTPCରେ ଇଂଜିନିୟରିଂ ଏଗଜିକ୍ୟୁଟିଭି ଟ୍ରେନି, ଏଗଜିକ୍ୟୁଟିଭି ଟ୍ରେନି ଏବଂ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ପଦବୀ ଖାଲିପଡିଛି। ଏହି ପଦବୀରେ ଆବେଦନ ପାଇଁ ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ବିଭାଗର ଅଫସିଆଲ ୱେବସାଇଟcareers.ntpc.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୧ ମାର୍ଚ୍ଚ ୨୦୨୨ ରହିଛି। ଅଧିକ ଜାଣିବା ପାଇଁ https://www.ntpc.co.in/en କ୍ଲିକ କରି ଆବେଦନ କରିପାରିବେ।
NTPC ରେ ଆବେଦନ ପାଇଁ ମୋଟ୍ ୬୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଗଜିକ୍ୟୁଟିଭି ଟ୍ରେନିଂ(ଫାଇନାନ୍ସ)/CA/CMA ପାଇଁ ୨୦ଟି ପଦବୀ, ଏଗଜିକ୍ୟୁଟିଭି ଟ୍ରେନିଂ(ଫାଇନାନ୍ସ) MBA ପାଇଁ ୧୦ଟି ପଦବୀ ରହିଛି ।
ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:
ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ। ପ୍ରାର୍ଥୀଙ୍କ ବୟସ ସୀମା ସର୍ବାଧିକ ୨୯ ବର୍ଷ ନିର୍ଦ୍ଧାରଣ କରାଯାଇଛି।
ମାସିକ ଦରମା:
ନିଯୁକ୍ତ ହେବା ଉପଯୁକ୍ତ ପ୍ରାର୍ଥୀଙ୍କୁ ମିଳିବ ମାସିକ ୪୦,୦୦୦ ରୁ ୧,୪୦,୦୦୦ ଟଙ୍କା ମିଳିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)