• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

NTPC ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଇଚ୍ଛୁକଥିବା ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ NTPCର ୱେବ୍‌ସାଇଟ୍‌ careers.ntpc.co.inରେ ଆବେଦନ କରିପାରିବେ ବୋଲି କୁହାଯାଇଛି । ଆବେଦନ କରିବାର ଶେଷ ତାରିଖ ମେ’ ୫ ତାରିଖ ରହିଥିବାବେଳେ NTPC ଲିମିଟେଡ୍ ପାଇଁ ମାଇନିଂ ଓଭରମ୍ୟାନ୍, ଓଭରମ୍ୟାନ୍ ମାଗାଜିନ, ମେକାନିକାଲ୍ ସୁପରଭାଇଜର ପରି ବିଭିନ୍ନ ପଦବୀ ସୃଷ୍ଟି କରିଛି NTPC 

ଅଧିକ ପଢ଼ନ୍ତୁ: BARCରେ ୪ହଜାରରୁ ଅଧିକ ପଦବୀ ଖାଲି; ଦରମା ୫୬ ହଜାର

ଏହି ସମସ୍ତ ପଦବୀ ପାଇଁ ଏପ୍ରିଲ ୧୯ ତାରିଖରୁ ଆବେଦନ ଆରମ୍ଭ ହୋଇସାରିଛି । ମେ’ ୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ବୋଲି କୁହାଯାଇଛି । ତେଣୁ ଏବେଠୁ ଆପଣ ଆବେଦନ କରିପାରିବେ । ମୋଟ୍‌ ୧୫୨ଟି ପଦବୀରେ ନିଯୁକ୍ତି ଦେବ NTPC ।

ଜାଣନ୍ତୁ କେଉଁ ବିଭାଗରେ କେତେ ରହିଛି ପଦବୀ 

  • ମାଇନିଂ ଓଭରମ୍ୟାନ୍: ୮୪ଟି ପଦବୀ
  • ଓଭରମ୍ୟାନ୍ ମାଗାଜିନ: 7ଟି ପଦବୀ
  • ମେକାନିକାଲ୍ ସୁପରଭାଇଜର: ୨୨ଟି ପଦବୀ
  • ଇଲେକ୍ଟ୍ରିକାଲ୍‌ ସୁପରଭାଇଜର: ୨୦ଟି ପଦବୀ
  • ଧନ୍ଦାମୂଳକ ତାଲିମ ନିର୍ଦ୍ଦେଶକ: ୩ଟି ପଦବୀ
  • ଖଣି ସର୍ବେକ୍ଷଣ: ୯ଟି ପଦବୀ
  • ଖଣି ସିରଦାର: ୭ଟି ପଦବୀ

ଆବେଦନ କରିବାକୁ ହେଲେ ଆବଶ୍ୟକ ଯୋଗ୍ୟତା 

ମାଇନିଂ ଓଭରମ୍ୟାନ୍‌ରେ ଆବେଦନ କରିବକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ। ସେହିପରି SC / ST ପ୍ରାର୍ଥୀମାନଙ୍କ ପାଇଁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ । ମେକାନିକାଲ୍ ଏବଂ ପ୍ରଡକ୍ସନ୍ ଇଞ୍ଜିନିୟରିଂରେ ଫୁଲ୍ ଟାଇମ୍  ଡିପ୍ଲୋମା ରହିବା ଜରୁରୀ ବୋଲି କୁହାଯାଇଛି ।

କିପରି କରିବେ ଆବେଦନ 

ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ careers.ntpc.co.in କିମ୍ବା ntpc.co.in ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବା ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତା ଅପଲୋଡ୍‌ କରିବାକୁ ହେବ । ଏଥିପାଇଁ ହେଲ୍ପଲାଇନ୍‌ ମଧ୍ୟ ଜାରି କରାଯାଇଛି । ୦୬୫୧୨୭୭୧୪୯୦ରେ କଲ୍‌ କରିପାରିବେ । ତାହାଛଡ଼ା ntpccmhq@gmail.comରେ ଇମେଲ୍‌ ମଧ୍ୟ କରିହେବ ।