• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC) ୪୦୦୦ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ଷ୍ଟାଇପେଣ୍ଡ୍ରୀ ଟ୍ରେନି, ବୈଷୟିକ ଅଧିକାରୀ/ସି, ବୈଜ୍ଞାନିକ ସହାୟକ/ବି ଏବଂ ଟେକ୍ନିସିଆନ/ବିଏ ପଦବୀ ପାଇଁ ନିଯୁକ୍ତି ମିଳିବ।

ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ୨୨ ଏପ୍ରିଲ୍ ୨୦୨୩ରୁ ଆରମ୍ଭ ହେବାକୁ ଥିବା ବେଳେ ଯେଉଁମାନେ ଏଥିପାଇଁ ଇଚ୍ଛୁକ ସେମାନେ BARCର ଅଫିସିଆଲ୍ ୱେବସାଇଟ୍ https://www.barc.gov.in କୁ ଯାଇ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ - ୨୪ ଏପ୍ରିଲ
  • ଆବେଦନ ପ୍ରକ୍ରିୟା ଶେଷ - ୨୨ ମେ

ଅଧିକ ପଢ଼ନ୍ତୁ: UPSC ରେ ପୂରଣ ହେବ ୧୨୬୧ ପଦବୀ; ଆବେଦନ ଆରମ୍ଭ

ଖାଲି ପଦବୀ:

  • ଷ୍ଟାଇପେଣ୍ଡ୍ରୀ ଟ୍ରେନିଂ ବର୍ଗ -୧: ୨୯୪୬ଟି ପଦବୀ
  • ଷ୍ଟାଇପେଣ୍ଡ୍ରୀ ଟ୍ରେନିଂ ବର୍ଗ -୧: ୧୨୧୬ଟି ପଦବୀ
  • ବୈଷୟିକ ଅଧିକାରୀ: ୧୮୧ଟି ପଦବୀ
  • ଟେକ୍ନିସିଆନ୍ (ବଏଲର ଆଟେଣ୍ଡାଣ୍ଟ୍‌): ୨୪ଟି ପଦବୀ
  • ବୈଜ୍ଞାନିକ ସହାୟକ: ୭ଟି ପଦବୀ
  • ମୋଟ୍ : ୪୩୭୪

ଶିକ୍ଷାଗତ ଯୋଗ୍ୟତା:

ଷ୍ଟାଇପେଣ୍ଡ୍ରୀ ଟ୍ରେନିଂ ବର୍ଗ -୧:

  • ଦଶମ ପରେ ତିନି ବର୍ଷ ଡିପ୍ଲୋମା କିମ୍ବା ଦ୍ୱାଦଶ ପରେ ୨ ବର୍ଷ ଡିପ୍ଲୋମା / ITI / B.Sc/ M.Sc ଇଣ୍ଟିଗ୍ରେଟେଡ୍ ଡିଗ୍ରୀ ଥିବା ପ୍ରାର୍ଥୀ ଆବେଦନ କରିପାରିବେ।

ଷ୍ଟାଇପେଣ୍ଡ୍ରୀ ଟ୍ରେନିଂ ବର୍ଗ -୨:

  • ବିଜ୍ଞାନ ଏବଂ ଗଣିତ ବିଷୟ ସହିତ ଫାଷ୍ଟ୍ ଡିଭିଜନ୍‌ରେ ଦଶମ ପାସ୍
  • ଏହା ସହିତ ସମ୍ବନ୍ଧିତ ଟ୍ରେଡ୍‌ରେ ଆଇଟିଆଇ ମଧ୍ୟ କରିଥିବା ଉଚିତ
  • କିମ୍ବା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ଜୀବ ବିଜ୍ଞାନ ସହିତ ଫାଷ୍ଟ୍‌ ଡିଭିଜନ୍‌ରେ ଦ୍ୱାଦଶ ପାସ୍। ଏହା ସହିତ ଡେଣ୍ଟାଲ୍‌ରେ ଦୁଇ ବର୍ଷର ଡିପ୍ଲୋମା କରିଥିବା ଉଚିତ।

ବୈଷୟିକ ଅଧିକାରୀ:

  • M.Sc., M.Library, BE / B.Tech

ବୈଜ୍ଞାନିକ ସହାୟକ:

  • ଖାଦ୍ୟ ପ୍ରଯୁକ୍ତିବିଦ୍ୟା / ଗୃହ ବିଜ୍ଞାନ / ନ୍ୟୁଟ୍ରିସନ୍‌ରେ B.Sc

ଟେକ୍ନିସିଆନ୍:

  • ଦଶମ ପାସ୍ ସହିତ ସେକେଣ୍ଡ୍ କ୍ଲାସ୍ ବଏଲର ଆଟେଣ୍ଡାଣ୍ଟ୍‌ ସାର୍ଟିଫିକେଟ୍

ବୟସ ସୀମା:

  • ବୈଷୟିକ ଅଧିକାରୀ: ୧୮ରୁ ୩୫ ବର୍ଷ
  • ବୈଜ୍ଞାନିକ ସହାୟକ: ୧୮ରୁ ୩୦ ବର୍ଷ
  • ଟେକ୍ନିସିଆନ୍: ୧୮ରୁ ୨୫ ବର୍ଷ
  • ଷ୍ଟାଇପେଣ୍ଡ୍ରୀ ଟ୍ରେନିଂ ବର୍ଗ -୧: ୧୮ ରୁ ୨୪ ବର୍ଷ
  • ଷ୍ଟାଇପେଣ୍ଡ୍ରୀ ଟ୍ରେନିଂ ବର୍ଗ -୨: ୧୮ ରୁ ୨୨ ବର୍ଷ

ଦରମା:

  • ବୈଷୟିକ ଅଧିକାରୀ: ୫୬,୧୦୦ ଟଙ୍କା
  • ବୈଜ୍ଞାନିକ ସହାୟକ: ୩୫,୪୦୦ ଟଙ୍କା
  • ଟେକ୍ନିସିଆନ୍: ୨୧,୭୦୦ ଟଙ୍କା
  • ଷ୍ଟାଇପେଣ୍ଡ୍ରୀ ଟ୍ରେନିଂ ବର୍ଗ -୧: ପ୍ରଥମ ବର୍ଷ ୨୪,୦୦୦ ଟଙ୍କା, ଦ୍ୱିତୀୟ ବର୍ଷ ୨୬,୦୦୦ ଟଙ୍କା
  • ଷ୍ଟାଇପେଣ୍ଡ୍ରୀ ଟ୍ରେନିଂ ବର୍ଗ -୨: ପ୍ରଥମ ବର୍ଷ ୨୦,୦୦୦ ଟଙ୍କା, ଦ୍ୱିତୀୟ ବର୍ଷ ୨୨,୦୦୦ ଟଙ୍କା

ବିଜ୍ଞପ୍ତି ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ ପାଇଁ ଏଠାରେ କ୍ଲିକ୍ କରନ୍ତୁ