Advertisment

NTPC ନିଯୁକ୍ତି ୨୦୨୧:ଖାଲି ପଡିଛି ଆସିଷ୍ଟାଣ୍ଟ ଟ୍ରେନି ପଦବୀ, କିପରି କରିବେ ଆବେଦନ

ଏନଟିପିସିରେ ଚାକିରୀ କରିବା ପାଇଁ ଇଛୁକ ଥିବା ଯୁବକ ଓ ଯୁବତୀଙ୍କ ପାଇଁ ସୁବର୍ଣ୍ଣସୁଯୋଗ । ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (NTPC) ବିଭିନ୍ନ ବିଭାଗରେ ଆଷ୍ଟିଷ୍ଟାଣ୍ଟ ଟ୍ରେନି ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଇଛି । ଆଶାୟୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ ଫର୍ମକୁ ବିଜ୍ଞପ୍ତିରେ ଉପଲବ୍ଧ ଠିକଣାକୁ ପଠାଇ ପଦବୀ ପାଇଁ ଆବେଦନ କରିପାରିବେ।

author-image
Pallipuspa Samal
ଅଦ୍ୟତନ ହୋଇଛି
NTPC Recruitment 2021

NTPC Recruitment 2021

 ନୂଆଦିଲ୍ଲୀ: ଏନଟିପିସିରେ ଚାକିରୀ କରିବା ପାଇଁ ଇଛୁକ ଥିବା ଯୁବକ ଓ ଯୁବତୀଙ୍କ ପାଇଁ ସୁବର୍ଣ୍ଣସୁଯୋଗ । ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (NTPC) ବିଭିନ୍ନ ବିଭାଗରେ ଆଷ୍ଟିଷ୍ଟାଣ୍ଟ ଟ୍ରେନି ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଇଛି । ଆଶାୟୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ ଫର୍ମକୁ ବିଜ୍ଞପ୍ତିରେ ଉପଲବ୍ଧ ଠିକଣାକୁ ପଠାଇ ପଦବୀ ପାଇଁ ଆବେଦନ କରିପାରିବେ। ଏହାଛଡ଼ା ଏହି ପଦବୀ ପାଇଁ ଆଶାୟୀ ପ୍ରାର୍ଥମାନେ NTPCର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ଏହାର ଅଫିସିଆଲ ୱେବସାଇଟ୍ @ntpc.co.inକୁ ଯାଇ ମଧ୍ୟ ଦେଖିପାରିବେ । ଏହାଛଡ଼ା ଅଧିକ ଜାଣିବା ପାଇଁ NTPC Recruitment 2021 ରେ କ୍ଲିକ୍ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବାର ସେପ୍ଟେମ୍ବର ୨୧ ଶେଷ ତାରିଖ ରଖାଯାଇଛି ।

Advertisment

ଖାଲି ପଡିଥିବା ପଦବୀ ସଂଖ୍ୟା-୫୩

ଆସିଷ୍ଟାଣ୍ଟ ଟ୍ରେନି(ଫିଟର) ପାଇଁ ୨୬ଟି ପଦବୀ

ଆସିଷ୍ଟାଣ୍ଟ ଟ୍ରେନି ଇଲେକେଟ୍ରିସିଆନ ପାଇଁ ୬ଟି ପଦବୀ

ଆସିଷ୍ଟାଣ୍ଟ ଟ୍ରେନି ଇନଷ୍ଟରୁମେଣ୍ଟ ମେକାନିକ୍ସ ପାଇଁ ୨୧ଟି ପଦବୀ

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା

ଏହି ପଦବୀ ପାଇଁ ଇଛୁକ ଥିବା ପ୍ରାର୍ଥୀ ଆଇଟିଆଇ(ITI) ପାସ୍ କରିଥିବା ଉଚିତ୍ ।

ପଦବୀ ପାଇଁ ବୟସ ସୀମା:

ଇଛୁକ ପଦବୀ ପାଇଁ ବୟସ ସୀମା ୪୨ ବର୍ଷ ନିର୍ଦ୍ଧାରଣ କରାଯାଇଛି ।

ତେବେ ଯୋଗ୍ୟ ପ୍ରାଥୀଙ୍କୁ ଏକ ଲିଖିତ ପରୀକ୍ଷା ବା ଏକ ରିଟିନ ଟେଷ୍ଟ

ଦେବାକୁ ପଡିବ ।

New Delhi NTPC Recruitment 2021
Advertisment
Advertisment