Advertisment

NPCIL Vacancy 2024: ଦଶମ ପାଶ୍ କରିଥିଲେ ସରକାରୀ ଚାକିରି; ଜାଣନ୍ତୁ ଆବେଦନ କରିବାର ବୟସ, ଦରମା

NPCIL ରେ ଅନେକ ପଦବୀ ପାଇଁ ନିଯୁକ୍ତି ଆରମ୍ଭ ହୋଇଛି। ଏନେଇ NPCIL ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
NPCIL Recruitment 2024

NPCIL Recruitment 2024

ସରକାରୀ ଚାକିରି ପାଇଁ ଅନେଇ ବସିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟୁକ୍ଲିଅର୍ ପାୱାର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (NPCIL) ରେ ଅନେକ ପଦବୀ ପୂରଣ ହେବ। ଏନେଇ NPCIL ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ NPCIL ରେ ଷ୍ଟାଇପେଣ୍ଡ୍ରୀ ଟ୍ରେନୀ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ କରିଥିବା ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: ITBP Constable Recruitment 2024: ITBPରେ ପୂରଣ ହେବ କନଷ୍ଟେବଲ ପଦବୀ; ଦଶମ ପିଲା କରିପାରିବେ ଆବେଦନ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NPCILର ଅଫିସିଆଲ୍ ୱେବ୍‌ସାଇଟ୍‌ npcilcareers.co.in କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ NPCIL Recruitment 2024 Apply for 279 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୨ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୧ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଷ୍ଟାଇପେଣ୍ଡ୍ରୀ ଟ୍ରେନୀ ଅପରେଟର୍ – ୧୫୩ଟି ପୋଷ୍ଟ୍
  • ଷ୍ଟାଇପେଣ୍ଡ୍ରୀ ଟ୍ରେନୀ ମେଣ୍ଟେନର୍ – ୧୨୬ଟି ପୋଷ୍ଟ୍
  • ମୋଟ୍ – ୨୭୯ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

ଷ୍ଟାଇପେଣ୍ଡ୍ରୀ ଟ୍ରେନୀ ଅପରେଟର୍ –

  • ଦ୍ୱାଦଶ କିମ୍ବା INC ବିଜ୍ଞାନ ବିଷୟ ସହିତ ପଦାର୍ଥ ବିଜ୍ଞାନ, ରାସାୟନିକ ଏବଂ ଗଣିତରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ଥିବା ଆବଶ୍ୟକ
  • ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକ ବିଷୟ ଭାବରେ ଇଂରାଜୀ ଅଧ୍ୟୟନ କରିଥିବା ଜରୁରୀ

ଅଧିକ ପଢ଼ନ୍ତୁ: RRB Paramedical Recruitment: ପୂରଣ ହେବ ୧୩ ଶହରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଷ୍ଟାଇପେଣ୍ଡ୍ରୀ ଟ୍ରେନୀ ମେଣ୍ଟେନର୍ –

  • ଦଶମ ଶ୍ରେଣୀରେ ବିଜ୍ଞାନ ଏବଂ ଗଣିତରେ ଅତି କମରେ ୫୦ ପ୍ରତିଶତ ମାର୍କ ଥିବା ଆବଶ୍ୟକ
  • ଏହା ବ୍ୟତୀତ ପ୍ରାର୍ଥୀଙ୍କର ଦୁଇ ବର୍ଷର ITI ସାର୍ଟିଫିକେଟ୍ ରହିବା ଉଚିତ୍
  • ଅତିକମରେ ଏକ ବର୍ଷର ଅଭିଜ୍ଞତା
  • ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକ ବିଷୟ ଭାବରେ ଇଂରାଜୀ ଅଧ୍ୟୟନ କରିଥିବା ଜରୁରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୩,୦୦୦ଟଙ୍କା
  • ସର୍ବାଧିକ ଦରମା – ୨୫,୦୦୦ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ ST/ ESM/PWD – ଦେୟମୁକ୍ତ
  • ଅନ୍ୟାନ୍ୟ – ୧୦୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: WCR Apprentice Recruitment 2024: ରେଳବାଇରେ ପୂରଣ ହେବ ୩ ହଜାରରୁ ଅଧିକ ପଦବୀ; ଦଶମ ପାଶ୍‌ କରିଥିଲେ ସୁଯୋଗ

Govt Jobs Job Search Job Seekers
Advertisment
Advertisment