Advertisment

BROରେ ବାହାରିଛି ଜବରଦସ୍ତ ନିଯୁକ୍ତି: ୮୧ ହଜାର ପର୍ଯ୍ୟନ୍ତ ଦରମା

BROରେ ବାହାରିଛି ଜବରଦସ୍ତ ନିଯୁକ୍ତି। ବିଶେଷ କଥା ହେଉଛି ୧୦ମ ପାସ୍ ସହିତ ଅନ୍ୟ କିଛି ସାର୍ଟିଫିକେଟ୍ ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ଦେଖନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
BRO Recruitment 2023

notification for various posts in BRO

ବର୍ଡର ରୋଡ୍ ଅର୍ଗାନାଇଜେସନ୍(BRO)ରେ ବାହାରିଛି ଜବରଦସ୍ତ ନିଯୁକ୍ତି। ବିଶେଷ କଥା ହେଉଛି ୧୦ମ ପାସ୍ ସହିତ ଅନ୍ୟ କିଛି ସାର୍ଟିଫିକେଟ୍ ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ତିୟାରେ BROରେ ୫୬୭ଟି ପଦବୀରେ ନିଯୁକ୍ତି କରାଯାଉଛି। ଏଥିରେ ରେଡିଓ ମେକାନିକ୍, ଅପରେଟର ଯୋଗାଯୋଗ, ଡ୍ରାଇଭର, ଡ୍ରିଲର୍ ସହିତ ବିଭିନ୍ନ ପୋଷ୍ଟ ସାମିଲ ଅଛି।

Advertisment

ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନ୍ ମୋଡ୍‌ରେ ଚାଲିଛି। ଏଥିପାଇଁ ପ୍ରାର୍ଥୀମାନେ BROର ଅଫିସିଆଲ୍ ୱେବସାଇଟ୍, bro.gov.in କୁ ଯାଇ ଫର୍ମ ପୂରଣ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ।

ଶିକ୍ଷାଗତ ଯୋଗ୍ୟତା:

  • ୧୦ମ ପାସ୍ ସହିତ କିଛି ପ୍ରମାଣପତ୍ର
  • ସମ୍ପୂର୍ଣ୍ଣ ସୂଚନା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: BSFରେ କନ୍‌ଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ
  • କିଛି ପୋଷ୍ଟ ପାଇଁ – ୨୭ ବର୍ଷ

ଦରମା:

  • ପ୍ରାର୍ଥୀମାନେ ମାସକୁ ୮୧ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ

ଆବେଦନ ଶୁଳ୍କ:

  • ଆବେଦନ ଶୁଳ୍କ ଭାବେ ପ୍ରାର୍ଥୀମାନେ ୫୦ ଟଙ୍କା ଦେବେ
  • ଏସ୍‌ସି, ଏସ୍‌ଟି ଏବଂ ପିଡବ୍ଲ୍ୟୁଡି ବର୍ଗର ପ୍ରାର୍ଥୀମାନେ ଆବେଦନ ଶୁଳ୍କରୁ ବଞ୍ଚିତ
Advertisment

ନିଯୁକ୍ତିର ବିଜ୍ଞପ୍ତି ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ

Govt Jobs BRO Recruitment
Advertisment
Advertisment