Advertisment

BSFରେ କନ୍‌ଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି

BSF କନ୍‌ଷ୍ଟେବଳ (ଟ୍ରେଡ୍ସମ୍ୟାନ୍) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୪୧୦ଟି ପୋଷ୍ଟ୍ ପୂରଣ ହେବ। ଏଥିରେ ପୁରୁଷ ପ୍ରାର୍ଥୀଙ୍କ ପାଇଁ ୧୩୪୩ଟି ପଦବୀ ଥିବାବେଳେ ମହିଳା ପ୍ରାର୍ଥୀଙ୍କ ପାଇଁ ୬୭ଟି ପଦବୀ ଅଛି।

author-image
Pramod Behera
ଅଦ୍ୟତନ ହୋଇଛି
BSF Constable Tradesman Recruitment 2023

notification For constable trademasn posts

ସୀମା ସୁରକ୍ଷା ବଳ(BSF) କନ୍‌ଷ୍ଟେବଳ (ଟ୍ରେଡ୍ସମ୍ୟାନ୍) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ BSFର ଅଫିସିଆଲ୍ ୱେବସାଇଟ୍ rectt.bsf.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ BSFର ୱେବସାଇଟ୍‌ରେ ବିଜ୍ଞାପନ ପ୍ରକାଶନ ତାରିଖ ଠାରୁ ୩୦ ଦିନ ମଧ୍ୟରେ ରହିଛି।

Advertisment

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୪୧୦ଟି ପୋଷ୍ଟ୍‌ ପୂରଣ ହେବ। ଏଥିରେ ପୁରୁଷ ପ୍ରାର୍ଥୀଙ୍କ ପାଇଁ ୧୩୪୩ଟି ପଦବୀ ଥିବାବେଳେ ମହିଳା ପ୍ରାର୍ଥୀଙ୍କ ପାଇଁ ୬୭ଟି ପଦବୀ ଅଛି।

ଶିକ୍ଷାଗତ ଯୋଗ୍ୟତା:

  • ସୀମା ସୁରକ୍ଷା ବଳର ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ୍ ପାଶ୍‌ କରିଥିବା ଉଚିତ।
  • ଆଇଟିଆ କୋର୍ସ ମଧ୍ୟ କରିଥିବା ଜରୁରୀ
Advertisment

ଅଧିକ ପଢ଼ନ୍ତୁ: UPSCରେ ୧୧୦୫ ଟି ପଦବୀ ପାଇଁ ନିଯୁକ୍ତି

ବୟସ ସୀମା:

  • ସର୍ବନିମ୍ନ ବୟସ - ୧୮ ବର୍ଷ୍
  • ସର୍ବାଧିକ ବୟସ- ୨୫ ବର୍ଷ

କିପରି କରିବେ ଆବେଦନ:

  • ସର୍ବପ୍ରଥମେ BSF ର ଅଫିସିଆଲ୍ ସାଇଟ୍ rectt.bsf.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଥିବା କନଷ୍ଟେବଲ୍ ଟ୍ରେଡ୍‌ମ୍ୟାନ୍ ପୋଷ୍ଟ୍‌ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ଏକ ନୂଆ ପୃଷ୍ଠା ଖୋଲିବ ଯେଉଁଠାରେ ପ୍ରାର୍ଥୀମାନେ ନିଜକୁ ପଞ୍ଜିକରଣ କରିବାକୁ ପଡିବ
  • ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ
  • Submit ଉପରେ କ୍ଲିକ୍ କରନ୍ତୁ
  • ପରବର୍ତ୍ତୀ ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ରଖନ୍ତୁ
Govt Jobs BSF Recruitment
Advertisment
Advertisment