/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677849596.jpg)
Notification for trainee and project engineer in BEL
ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସରକାରୀ କମ୍ପାନୀ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ(BEL)ରେ ନିଯୁକ୍ତି ବାହାରିଛି। ଏହି ନିଯୁକ୍ତି BEL ର ଗାଜିଆବାଦ ୟୁନିଟ୍ ପାଇଁ। ଏହା ଅଧୀନରେ ଟ୍ରେନି ଇଞ୍ଜିନିୟର ଏବଂ ପ୍ରୋଜେକ୍ଟ ଇଞ୍ଜିନିୟର ପଦବୀ ପୂରଣ ହେବ। ପଦବୀ ପାଇଁ ପ୍ରାର୍ଥୀଙ୍କ ଠାରୁ ଅନ୍ଲାଇନ୍ ଆବେଦନ ମଗାଯାଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ bel-india.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ମାର୍ଚ୍ଚ।
Advertisment
ଖାଲି ପଦବୀ:
- ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୋଟ ୩୮ଟି ପଦବୀ ବାହାରିଛି
- ଟ୍ରେନି ଇଞ୍ଜିନିୟର - ୧୨ ଟି ପୋଷ୍ଟ
- ପ୍ରୋଜେକ୍ଟ ଇଞ୍ଜିନିୟର - ୨୬ଟି ପୋଷ୍ଟ
ଅଧିକ ପଢ଼ନ୍ତୁ: IOCLରେ ପୂରଣ ହେବ ୧୦୬ କାର୍ଯ୍ୟନିର୍ବାହୀ ପଦବୀ: ବର୍ଷକୁ ଦରମା ୧୬ ଲକ୍ଷ
Advertisment
ଶିକ୍ଷାଗତ ଯୋଗ୍ୟତା:
- ଟ୍ରେନି ଇଞ୍ଜିନିୟର - BE, B.Tech କିମ୍ବା କମ୍ପ୍ୟୁଟର ସାଇନ୍ସରେ ସମକକ୍ଷ ଯୋଗ୍ୟତା
- ପ୍ରୋଜେକ୍ଟ ଇଞ୍ଜିନିୟର - ସର୍ବନିମ୍ନ ୫୫% ମାର୍କ ସହିତ କମ୍ପ୍ୟୁଟର ସାଇନ୍ସରେ B.Tech
ଦରମା:
- ଟ୍ରେନି ଇଞ୍ଜିନିୟର - ପ୍ରଥମ ବର୍ଷରେ ମାସିକ ଦରମା ୩୦,୦୦୦ଟଙ୍କା
- ପ୍ରୋଜେକ୍ଟ ଇଞ୍ଜିନିୟର - ପ୍ରଥମ ବର୍ଷରେ ମାସିକ ଦରମା ୪୦,୦୦୦ଟଙ୍କା
ବୟସ ସୀମା:
- ଟ୍ରେନି ଇଞ୍ଜିନିୟର - ସର୍ବାଧିକ ବୟସ ୨୮ ବର୍ଷ
- ପ୍ରୋଜେକ୍ଟ ଇଞ୍ଜିନିୟର - ସର୍ବାଧିକ ବୟସ ୩୦ ବର୍ଷ
- ବୟସ ଗଣନା ୧ ଜାନୁୟାରୀ ୨୦୨୩ ଅନୁସାରେ କରାଯିବ
ଚୟନ ପ୍ରକ୍ରିୟା:
- ଲିଖିତ ପରୀକ୍ଷା
- ସାକ୍ଷାତକାର
ନିଯୁକ୍ତିର ଅନ୍ୟାନ୍ୟ ବିବରଣୀ ଏବଂ ବିଜ୍ଞପ୍ତି ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)