/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677680799.jpg)
Apply for 106 executive posts at iocl
ଯଦି ଆପଣ କୌଣସି ଏକ ସରକାରୀ କମ୍ପାନୀରେ କାମ କରିବାକୁ ଚାହୁଁଛନ୍ତି, ତେବେ ଏଠାରେ ଆପଣଙ୍କ ପାଇଁ ସୁଯୋଗ ଆସିଛି। ଭାରତୀୟ ତୈଳ ନିଗମ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ ଇଣ୍ଡିଆନ୍ ଅଏଲ୍ ବିଭିନ୍ନ ପଦବୀ ପାଇଁ ଏହି ନିଯୁକ୍ତିରେ ଭାଗ ନେବାକୁ ପ୍ରାର୍ଥୀମାନଙ୍କୁ ଆମନ୍ତ୍ରଣ କରିଛି।
ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ତୈଳ ଚୁକ୍ତିନାମା ଆଧାରରେ ୧୦୬ କାର୍ଯ୍ୟନିର୍ବାହୀ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ୨୨ ମାର୍ଚ୍ଚ ୨୦୨୩। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ iocl.com ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଅଧିକ ପଢ଼ନ୍ତୁ: ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରି; ଦରମା ୧ ଲକ୍ଷ
ଖାଲି ପଦବୀ:
- ୯୬ଟି ଲେବୁଲ୍ ୧ କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ
- ୧୦ଟି ଲେବୁଲ୍ ୨ କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ
ବୟସ ସୀମା:
- ଲେବୁଲ୍ ୧ କାର୍ଯ୍ୟନିର୍ବାହୀ ପଦବୀ - ସର୍ବାଧିକ ବୟସ ୩୫ ବର୍ଷ
- ଲେବୁଲ୍ ୨ କାର୍ଯ୍ୟନିର୍ବାହୀ ପଦବୀ - ସର୍ବାଧିକ ବୟସ ୪୫ ବର୍ଷ
ଦରମା:
- ଲେବୁଲ୍ ୧ କାର୍ଯ୍ୟନିର୍ବାହୀ ପଦବୀ – ବର୍ଷକୁ ୧୨ ଲକ୍ଷ ଟଙ୍କା
- ଲେବୁଲ୍ ୨ କାର୍ଯ୍ୟନିର୍ବାହୀ ପଦବୀ – ବର୍ଷକୁ ୧୬ ଲକ୍ଷ ଟଙ୍କା
କିପରି କରିବେ ଆବେଦନ:
- ପ୍ରାର୍ଥୀମାନେ ପ୍ରଥମେ ୱେବସାଇଟ୍ www.iocl.com କୁ ଯାଆନ୍ତୁ
- ତା’ପରେ କ୍ୟାରିୟର ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
- ବର୍ତ୍ତମାନ ଆବେଦନ ଫର୍ମ ପୂରଣ କରନ୍ତୁ
- ଏହା ପରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
- ତାପରେ ଆବେଦନ ଫିସ୍ ଦିଅନ୍ତୁ
- ବର୍ତ୍ତମାନ ଫର୍ମ ଦାଖଲ କରନ୍ତୁ
- ଭବିଷ୍ୟତର ଆବଶ୍ୟକତା ପାଇଁ ଏକ କପି ପ୍ରିଣ୍ଟ୍ ବାହାର କରନ୍ତୁ
ପ୍ରାର୍ଥୀମାନେ ଅନଲାଇନ୍ ଆବେଦନର ଏକ ପ୍ରିଣ୍ଟଆଉଟ୍ କାଢି ନିକଟରେ ଉଠେଇଥିବା ଏକ ରଙ୍ଗିନ୍ ପାସ୍ପୋର୍ଟ ସାଇଜ୍ ଫଟୋଗ୍ରାଫ୍ ସଂଲଗ୍ନ କରିବେ। ସେଥିରେ ସେମାନଙ୍କର ଦସ୍ତଖତ କରିବେ। ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟଗୁଡିକର ର ଆତ୍ମ-ପ୍ରମାଣିତ କପି ସଂଲଗ୍ନ କରିବେ ଏବଂ ଏହାକୁ ନିମ୍ନ ଠିକଣାରେ ପଠାଇବା ଆବଶ୍ୟକ।
ଠିକଣା ହେଉଛି ଲୋଧି ରୋଡ୍, ନୂଆଦିଲ୍ଲୀ ୧୧୦୦୦୩। ପୋଷ୍ଟ୍ ବକ୍ସ ନମ୍ବର ୩୦୯୬, ହେଡ୍ ପୋଷ୍ଟ ଅଫିସ୍।
ଏହି ଡକ୍ୟୁମେଣ୍ଟ ୪ ଏପ୍ରିଲ୍ ୨୦୨୩ ସୁଦ୍ଧା ଦିଆଯାଇଥିବା ଠିକଣାରେ ପହଞ୍ଚିଯିବା ଉଚିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)