Advertisment

UPSCରେ ୧୧୦୫ ଟି ପଦବୀ ପାଇଁ ନିଯୁକ୍ତି

UPSC ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ୨୦୨୩ର ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଘ ଲୋକ ସେବା ଆୟୋଗ, UPSC ଏହାର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
UPSC Civil Service Exam 2023

Registration begins at upsc

UPSC ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ୨୦୨୩ର ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଘ ଲୋକ ସେବା ଆୟୋଗ, UPSC ଏହାର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ପରୀକ୍ଷା ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀମାନେ UPSC ର ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାକୁ ଫେବୃଆରୀ ୨୧ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଛି।

Advertisment

UPSC ସିଭିଲ୍‌ ସର୍ଭିସେସ୍ ପ୍ରାରମ୍ଭିକ ପରୀକ୍ଷା ମେ ୨୮ରେ ଏବଂ ମୁଖ୍ୟ ପରୀକ୍ଷା ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ହେବ। ପରୀକ୍ଷା ୫ ଦିନ ପାଇଁ ଚାଲିବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଚଳିତ ବର୍ଷ ପରୀକ୍ଷା ମାଧ୍ୟମରେ ମୋଟ ୧୧୦୫ ଟି ପଦବୀ ନିଯୁକ୍ତ କରାଯିବ। ସୂଚନାଯୋଗ୍ୟ ଯେ IAS, IPS, IFS ସମେତ ଅନ୍ୟାନ୍ୟ ଅଖିଳ ଭାରତୀୟ ସେବା ପାଇଁ ଅଧିକାରୀ ଚୟନ ଏହି ପରୀକ୍ଷା ମାଧ୍ୟମରେ କରାଯାଇଥାଏ।

ଶିକ୍ଷାଗତ ଯୋଗ୍ୟତା:

  • ସ୍ନାତକୋତ୍ତର ପାସ୍ ପ୍ରାର୍ଥୀମାନେ UPSC ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ଆବେଦନ କରିପାରିବେ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ - ୨୧ ବର୍ଷ
  • ସର୍ବାଧିକ ବୟସ - ୩୨ ବର୍ଷ
  • ବୟସ ଗଣନା ୧ ଅଗଷ୍ଟ ୨୦୨୩ରୁ ହେବ
  • ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ କୋହଳ ମିଳିବ

ଅଧିକ ପଢ଼ନ୍ତୁ: ଚାଲିଛି SBIରେ Sco ପଦବୀ ପାଇଁ ଆବେଦନ; ସୁଯୋଗ ହାତ ଛଡା କରନ୍ତୁ ନାହିଁ

ଆବେଦନ ଶୁଳ୍କ:

  • ପ୍ରାର୍ଥୀମାନେ ଆବେଦନ ଶୁଳ୍କ ଭାବେ ୧୦୦ ଟଙ୍କା ଦେବେ
  • ଏସ୍‌ସି, ଏସ୍‌ଟି, ଦିବ୍ୟାଙ୍ଗ ଓ ମହିଳା ପ୍ରାର୍ଥୀମାନଙ୍କ ପାଇଁ କୌଣସି ଦେୟ ନାହିଁ

ଚୟନ ପ୍ରକ୍ରିୟା:

  • ପ୍ରାଥମିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ସାକ୍ଷାତକାର

ପ୍ରାର୍ଥୀମାନେ UPSC ସିଭିଲ୍‌ ସର୍ଭିସେସ୍ ପରୀକ୍ଷା ୨୦୨୩ର ବିଜ୍ଞପ୍ତି ଦେଖିବା ପାଇଁ

ଏଠାରେ କ୍ଲିକ୍ କରନ୍ତୁ

UPSC Jobs Govt Jobs
Advertisment
Advertisment