Advertisment

NLCରେ ଖାଲିପଡିଛି ୫୫୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଓ ଯବତୀଙ୍କ ପାଇଁ ଖୁସି ଖବର । NLC ଇଣ୍ଡିଆ ଲିମିଟେଡ୍‌ ଆଣି ଦେଇଛି ସବର୍ଣ୍ଣ ସୁଯୋଗ । NLC ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୫୫୦ ଆପରଣ୍ଟିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀରେ ଆବେଦନ କରିବା ପାଇଁ ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

author-image
Pallipuspa Samal
NLC India Recruitment

NLC India Recruitment

NLC ନିଯୁକ୍ତି: NLC ଇଣ୍ଡିଆ ଲିମିଟେଡ୍‌ ତରଫରୁ ୫୫୦ ଆପରଣ୍ଟିସ ପଦବୀ ଖାଲି ପଡିଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ nlcindia.inକୁ ଯାଇ ଅନଲାଇନ ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଫେବୃଆରୀ ୨ଠାରୁ ଆରମ୍ଭ ହେଉଛି। ଆବେଦନ କରିବାର ଶେଷ ତାରିଖ ୧୦ ଫେବୃଆରୀ ୨୦୨୨ ରହିଛି।

Advertisment

NLC ଇଣ୍ଡିଆ ଲିମିଟେଡ୍‌ ରେ ମୋଟ୍ ପଦବୀ ସଂଖ୍ୟା ୫୫୦ଟି ରହିଛି । ଗ୍ରାଜୁଏଟ ଆପରଣ୍ଟିସ ପାଇଁ ୨୫୦ଟି ପଦବୀ,ଟେକ୍ନିସିଆନ(ଡିପ୍ଲୋମା)ଆପରଣ୍ଟିସ ପାଇଁ ୩୦୦ଟି ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ କରିବାର ଶେଷ ତାରିଖ ୧୦ ଫେବୃଆରୀ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

NLC ଇଣ୍ଡିଆରେ ଏହି ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଛି। ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ଧାର୍ଯ୍ୟ କରାଯାଇଛି।ପ୍ରାର୍ଥୀଙ୍କ ଚୟନ ମେରିଟ୍ ଲିଷ୍ଟ ଏବଂ ଅଭିଜ୍ଞତା ଆଧାରରେ କରାଯିବ।

Advertisment

କିପରି କରିବେ ଆବେଦନ:

  • ପ୍ରଥମେ NLC ଇଣ୍ଡିଆର ଅଫିସିଆଲ େଓ୍ଵବସାଇଟnlcindia.inକୁ ଯାଆନ୍ତୁ।
  • ତା’ ପରେ ହୋମପେଜରେ ଥିବା career ଟାବ୍‌କୁ ଯାଆନ୍ତୁ।
  • ଏଠାରେ ଏକ ନୂଆ ପେଜ ଖୋଲିବ, ସେଠାରେ ଥିବା Trainees and Apprentices’ ଲିଙ୍କ ଉପରେ କ୍ଲିକ କରନ୍ତୁ।
  • ତା’ ପରେ କ୍ଲିକ ଅନ୍‌ ଆପ୍ଲାଏ ଅନଲାଇନ ‘Engagement of Graduate and Technician Apprentices କରିବା ପରେ ଆବେଦନକାରୀ ସିଧାସଳଖ ଲିଙ୍କ ଉପରେ କ୍ଲିକ କରି ରେଜିଷ୍ଟ୍ରେସନ କରିପାରିବେ।
NLC India Recruitment
Advertisment
Advertisment