/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639145016.jpg)
job vacancy
ଅଫିସ୍ ଅଫ୍ ଦ ଚେୟାରମ୍ୟାନ୍, ଷ୍ଟେଟ୍ ଲେବଲ ପୋଲିସ ରିକ୍ରୁଇଟ୍ମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପାଇଁ ଆବେଦନ କରାଯାଇଛି । ଆସାମର ଏହି ସରକାରୀ ସଂସ୍ଥା ନିଜ ଅଫିସିଆଲ ୱେବ୍ସାଇଟ୍ slprbassam.in ରେ ଏ ନେଇ ଏକ ନୋଟିଫିକେସନ୍ ଜାରି କରାଯାଇଛି । ଏହି ବିଜ୍ଞପ୍ତି ମୁତାବକ, ଯୋଗ୍ୟ ପ୍ରାର୍ଥୀ ୯ ଜାନୁଆରୀ, ୨୦୨୨ ଯାଏଁ ଏଥିପାଇଁ ଆବେଦନ କରିପାରିବେ। ମୋଟ୍ ୩୦୬ ପଦ ପାଇଁ ଏହି ନିଯୁକ୍ତି ହେବ।
ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ଓ ଦରମା:
ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୬ ବର୍ଷ ବୟସ ରଖାଯାଇଛି। ଆସାମ ପୋଲିସରେ ଭର୍ତ୍ତି ହେବାକୁ ପ୍ରାର୍ଥୀ ଭାରତ ଓ ଆସାମ ରାଜ୍ୟର ନାଗରିକ ହେବା ଦରକାର। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବ୍ସାଇଟ୍ slprbassam.in କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୦୨୨ ଜାନୁଆରୀ ୯ ରହିଛି ।
ପଦବୀ ବିବରଣୀ:
ଅଫିସ୍ ଅଫ୍ ଦ ଚେୟାରମ୍ୟାନ୍, ଷ୍ଟେଟ୍ ଲେବଲ ପୋଲିସ ରିକ୍ରୁଇଟ୍ମେଣ୍ଟ ବୋର୍ଡର ବିଜ୍ଞପ୍ତି ଅନୁଯାୟୀ , ୮୩ ପଦ ଓବିସି (OBC) ପ୍ରାର୍ଥୀଙ୍କ ପାଇଁ, ୨୧ ଟି ପଦ ଅନୁସୂଚିତ ଜାତି ଓ ୪୬ଟି ପଦ ଅନୁସୂଚିତ ଜନଜାତି ପାଇଁ ପଦବୀ ରହିଛି । ସେହିପରି ୩୦ଟି ପଦ ଆର୍ଥିକ ରୂପରେ ଦୁର୍ବଳ ବର୍ଗ (EWS)ଙ୍କ ପାଇଁ ହେବ । ଅନ୍ୟ ୧୨୬ଟି ପଦ ଅଣସଂରକ୍ଷିତଙ୍କ ପାଇଁ ରଖାଯାଇଛି ଏବଂ ମୋଟ୍ ୧୨୬ଟି ପଦ ପାଇଁ ସମସ୍ତ ପ୍ରାର୍ଥୀ ଆବେଦନ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)