Advertisment

IOCLରେ କରନ୍ତୁ ଚାକିରି, ଖାଲିପଡିଛି ୫୭୦ଟି ପଦବୀ

ଆପଣ IOCLରେ ଚାକିରି କରିବାକୁ ଚାହୁଁଛନ୍ତି କି ? IOCL ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ(IOCL)ରେ ଷ୍ଟର୍ଣ୍ଣ ରିଜନ ମାର୍କେଟିଂ ଡିଭିଜନ ଅଧିନରେ ୫୦୦ରୁ ଅଧିକ ପଦବୀ ଖାଲି ପଡିଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।

author-image
Pallipuspa Samal
ଅଦ୍ୟତନ ହୋଇଛି
IOCL recruitment

IOCL recruitment

IOCL recruitment: ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ(IOCL)ରେ ଷ୍ଟର୍ଣ୍ଣ ରିଜନ ମାର୍କେଟିଂ ଡିଭିଜନ ଅଧିନରେ ୫୭୦ ଟେକନିକ୍‌ ଏବଂ ନନ୍‌ ଟେକନିକ୍‌ ଆପ୍ରେଣ୍ଟିସ ପଦବୀ ଖାଲି ପଡିଛି। ଏହି ପଦବୀ ଆବେଦନ କରିବା ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ IOCLର ଅଫିସିଆଲ ୱେବସାଇଟ iocl.comକୁ ଯାଇ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ୧୫ ଜାନୁଆରୀରୁ ଆରମ୍ଭ ହୋଇଛି।

Advertisment

IOCLରେ ଏହି ପଦବୀରେ ଆବେଦନ କରିବା ପାଇଁ ୫୭୦ ପଦ ରହିଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୪ ବର୍ଷ ହୋଇଥିବା ଜରୁରୀ। IOCL Recruitment ଅଧୀନରେ ବିଭିନ୍ନ ଟ୍ରେଡସ୍ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ସେହିପରି ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟାନ ବର୍ଗ ପାଇଁ ଅଧିକତମ ବୟସ ନିମୟ ଅନୁସାରେ ରିହାତି ମିଳିବ। ଏହାଛଡ଼ା IOCL ରେ ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ।

Advertisment

କିପରି କରିବେ ଆବେଦନ:

ଏହି ପଦରେ ଚାକିରି ପାଇବାକୁ ଥିବା ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବସାଇଟ iocl.com କୁ ଯାଇ ଅନଲାଇନରେ ଆବେଦନ କରିପାରିବେ।

IOCL Recruitment
Advertisment
Advertisment