Advertisment

SEBIରେ ଖାଲି ପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (SEBI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । SEBI ପକ୍ଷରୁ ସିକ୍ୟୁରିଟିଜ ମାର୍କେଟ୍‌ ଅପରେସନ୍ସ (SMO), ଆଇନ, ରିସର୍ଚ୍ଚ ଏବଂ ଆଇଟି ବିଭାଗରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ SEBIର ଅଫିସିଆଲ୍ ୱେବସାଇଟକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
 SEBI Recruitment

SEBI Recruitment

ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (SEBI) ଖାଲିପଡିଛି ପଦବୀ । ସିକ୍ୟୁରିଟିଜ ମାର୍କେଟ୍‌ ଅପରେସନ୍ସ (SMO), ଆଇନ, ରିସର୍ଚ୍ଚ ଏବଂ ଆଇଟି ବିଭାଗରେ ଭର୍ତ୍ତି ପାଇଁ ପଦବୀ ଖାଲି ପଡିଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ଆବେଦନ କରିପାରିବେ। ତେବେ ଆବେଦନ କରିବାର ଶେଷ ତାରିଖ ୨୫ ଜାନୁଆରୀ ୨୦୨୨ ରଖା ଯାଇଛି।

Advertisment

ସେବି ଦ୍ୱାରା ୟଙ୍ଗ ପ୍ରଫେସନାଲ ପ୍ରୋଗ୍ରାମ ଅଧିନରେ ପ୍ରାର୍ଥୀଙ୍କୁ ଚୟନ ୧ ବର୍ଷ ପାଇଁ କରାଯିବ। ଏହା ପରେ ଅବଧିକୁ ଅଧିକ ଦିନ ପର୍ଯ୍ୟନ୍ତ ବଢାଇଦିଆଯିବ। ଏହା ପ୍ରାର୍ଥୀଙ୍କ କାମ ପ୍ରଦର୍ଶନକୁ ଦେଖି କରାଯିବ। ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌ sebi.gov.inକୁ ଯାଇ ଆପ୍ଲାଏ କରିପାରିବେ।

 ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(SEBI)ର ବିଜ୍ଞପ୍ତି ଅନୁଯାୟୀ ମୋଟ୍ ୩୮ଟି ପଦବୀ ପାଇଁ ଆବେଦନ କରିପାରିବେ । ସିକ୍ୟୁରିଟିଜ ମାର୍କେଟ୍‌ ଅପରେସନ୍ସ (SMO) ପଦବୀ ପାଇଁ ୧୬ଟି,ୟଙ୍ଗ ପ୍ରଫେସନାଲ (ଆଇନ) ପଦବୀ ପାଇଁ ୧୦ଟି,ୟଙ୍ଗ ପ୍ରଫେସନାଲ (ରିସର୍ଚ୍ଚ)ପଦବୀ ପାଇଁ ୬ଟି,ୟଙ୍ଗ ପ୍ରଫେସନାଲ ( ଆଇଟି) ପାଇଁ ୬ଟି ପଦବୀ ରହିଛି ।

Advertisment

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:

SEBIରେ ଏହି ପଦବୀରେ ଆବେଦନ କରିବାକୁ ପଦବୀକୁ ନେଇ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି । ପ୍ରାର୍ଥୀଙ୍କ ନିକଟରେ ମ୍ୟାନେଜମେଣ୍ଟ(ଫାଇନାନ୍ସ) ଡିଗ୍ରୀ ରହିଥିବା ଆବଶ୍ୟକ କିମ୍ବା ସିଏ/ସିଏମ୍‌ଏରେ ଅତିକମରେ ୫୦ ପ୍ରତିଶତ ମାର୍କ ସହିତCFA ରେ ୩ଟି ଲେବଲ ଉତ୍ତୀର୍ଣ୍ଣ ହୋଇଥିବା ଜରୁରୀ ଅଟେ । ଏହାସହିତ ପ୍ରାର୍ଥୀଙ୍କ ପାଖରେ ୧ ବର୍ଷର ଚାକିରି ଅଭିଜ୍ଞତା ରହିଥିବା ଦରକାର ।

ପଦବୀ ପାଇଁ ବୟସ ସୀମା ଓ ଦରମା:

SEBIରେ ପଦବୀ ପାଇଁ ପ୍ରାର୍ଥୀ କେବଳ ଗୋଟେ ପଦବୀ ପାଇଁ ଆବେଦନ କରିପାରିବେ। ଜଣେ ପ୍ରାର୍ଥୀ ଭିନ୍ନ ଭିନ୍ନ ପଦବୀ ପାଇଁ ଆବେଦନ କରିପାରିବେ ନାହିଁ। ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଅଧିକ ହେବା ଜରୁରୀ ନୁହେଁ। ୟଙ୍ଗ ପ୍ରଫେସନାଲ ପଦବୀରେ ଚୟନ ହେବା ପ୍ରାର୍ଥୀଙ୍କୁ ପ୍ରତିମାସକୁ ୬୦ ହଜାର ଟଙ୍କା ଦରମା ରହିଛି ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:

SEBIରେ ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ଗ୍ରହଣ କରାଯାଉଛି। ପ୍ରାର୍ଥୀଙ୍କ ନିକଟରେ ମ୍ୟାନେଜମେଣ୍ଟ(ଫାଇନାନ୍ସ) ଡିଗ୍ରୀ ରହିଥିବା ଆବଶ୍ୟକ କିମ୍ବା ସିଏ/ସିଏମ୍‌ଏରେ ଅତିକମରେ ୫୦ ପ୍ରତିଶତ ମାର୍କ ସହିତCFA ରେ ୩ଟି ଲେବଲ ଉତ୍ତୀର୍ଣ୍ଣ ହୋଇଥିବା ଜରୁରୀ। ଏହାସହିତ ପ୍ରାର୍ଥୀଙ୍କ ପାଖରେ ୧ ବର୍ଷର ଚାକିରି ଅଭିଜ୍ଞତା ରହିଥିବା ଦରକାର । ପ୍ରଫେସନାଲ (ଆଇନ) ପଦବୀ ପାଇଁ  ପ୍ରାର୍ଥୀ ଲ’ରେ ଡିଗ୍ରୀ କରିଥିବା ସହିତ ବର୍ଷକର ଅଭିଜ୍ଞତା ଥିବା ଜରୁରୀ ।

ଚୟନ ପ୍ରକ୍ରିୟା:

ଇଣ୍ଟରଭ୍ୟୁ ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ। ଚୟନ ପ୍ରକ୍ରିୟାରେ ଦୁଇଟି ରାଉଣ୍ଡ ଇଣ୍ଟରଭ୍ୟୁ ହେବ। ପ୍ରଥମ ଇଣ୍ଟରଭ୍ୟୁରେ ପାସ୍‌ ହେବା ପରେ ପ୍ରାର୍ଥୀଙ୍କୁ ଫାଇନାଲ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

SEBI Recruitment
Advertisment
Advertisment