/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645941482.jpg)
hpcl recruitmen
ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍(HPCL), ମୁମ୍ବାଇ ରିଫାଇନାରୀରେ ଗ୍ରାଜୁଏଟ୍ ଅପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି। ସମସ୍ତ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ୨୮ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍(HPCL)ର ବିଜ୍ଞପ୍ତି ଅନୁଯାୟୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ରେ ଗ୍ରାଜୁଏଟ ଇଂଜିନିୟରିଂ ଅପାରଣ୍ଟିସରେ ୧୦୦ଟି ପଦବୀରେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା:
ଅପାରଣ୍ଟିସ ପଦବୀ ପାଇଁ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଂଜିନିୟରିଂ/କେମିକାଲ ଇଂଜିନିୟରିଂ/ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଂଜିନିୟରି/ କମ୍ପ୍ୟୁଟର ଇଂଜିନିୟରିଂ/ ସିଭିଲି ଇଂଜିନିୟରିଂ/ ମେକାନିକାଲ ଇଂଜିନିୟରିଂରେ ଡିଗ୍ରୀ ରଖିଥିବା ଜରୁରୀ ଅଟେ ।
ବୟସ ସୀମା:
ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ଓ ସର୍ବାଧିକ ୨୫ ବର୍ଷ ହୋଇଥିବା ଜରୁରୀ।
ଜରୁରୀ ତାରିଖ:
ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍(HPCL)ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ୨୦୨୨ ରହିଛି।
ଚୟନ ହେବା ଆବେଦନକାରୀ ମାସକୁ ୨୫ ହଜାର ଟଙ୍କାର ଷ୍ଟାଇପେଣ୍ଡ ଦିଆଯିବ।
ପଦବୀ ପାଇଁ ଚୟନ ପ୍ରକ୍ରିୟା:
ଏହି ପଦବୀରେ ଭର୍ତ୍ତି ଇଣ୍ଟରଭ୍ୟୁ ଏବଂ ମେରିଟ ଆଧାରରେ କରାଯିବ। ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ଏଚପିସିଏଲ୍ ଗ୍ରାଜୁଏଟ ଅପାରଣ୍ଟିସ ରିକ୍ର୍ୟୁଟମେଣ୍ଟ ୨୦୨୨ ପାଇଁ ନ୍ୟାସନାଲ ଅପାରଣ୍ଟିସସିପ୍ ଟ୍ରେନିଂ ସ୍କିନ (NATS) ପୋର୍ଟାଲ mhrdnats.gov.inକୁ ଯାଇ ରେଜିଷ୍ଟ୍ରସନ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)