Advertisment

DSSSB Recruitment 2024 : ଆପଣ ୧.୫ ଲକ୍ଷ ଟଙ୍କିଆ ଚାକିରି ଖୋଜୁଛନ୍ତି କି; ଦେଖନ୍ତୁ ଏହି ଖବର

ଦିଲ୍ଲୀ ସରକାରରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ଆସିଷ୍ଟାଣ୍ଟ ସାନିଟାରୀ ଇନ୍ସପେକ୍ଟର, PGT, ଷ୍ଟେନୋଗ୍ରାଫର ଗ୍ରେଡ୍ ‘ଡି’ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଦିଲ୍ଲୀ ସବ୍‌ଅର୍ଡିନେଟ୍ ସର୍ଭିସେସ୍ ସିଲେକ୍‌ସନ୍‌ ବୋର୍ଡ (DSSSB) ବିଜ୍ଞପ୍ତି ଜାରି କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
DSSSB Recruitment 2024

DSSSB Recruitment 2024 job with 1.51 lakh salary Notification

ଦିଲ୍ଲୀ ସରକାରରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ଆସିଷ୍ଟାଣ୍ଟ ସାନିଟାରୀ ଇନ୍ସପେକ୍ଟର, PGT, ଷ୍ଟେନୋଗ୍ରାଫର ଗ୍ରେଡ୍ ‘ଡି’ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଦିଲ୍ଲୀ ସବ୍‌ଅର୍ଡିନେଟ୍ ସର୍ଭିସେସ୍ ସିଲେକ୍‌ସନ୍‌ ବୋର୍ଡ (DSSSB) ବିଜ୍ଞପ୍ତି ଜାରି କରିଛି।

Advertisment

ଏହି ନିଯୁକ୍ତି ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହେବ। DSSSB ନିଯୁକ୍ତି ମାଧ୍ୟମରେ ସମୁଦାୟ ୧୪୯୯ଟି ପୋଷ୍ଟ ପୂରଣ ହେବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏଥିପାଇଁ ଗ୍ରାଜୁଏସନ ସହିତ ଅନ୍ୟାନ୍ୟ ଡିଗ୍ରୀ ମଧ୍ୟ ଆବଶ୍ୟକ।

ଅଧିକ ପଢ଼ନ୍ତୁ: ଭାରତୀୟ ରେଳବାଇରେ ଚାକିରି; ଦଶମ ପିଲା କରିପାରିବେ ଆବେଦନ; ଦରମା ୯୨ ହଜାର

Advertisment

ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ DSSSBର ଅଫିସିଆଲ୍ ୱେବସାଇଟ୍ dsssb.delhi.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ DSSSB Recruitment 2024 job with 1.51 lakh salary Notification ଉପରେ କ୍ଲିକ୍ କରି ଦେଖିପାରିବେ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୯ ମାର୍ଚ୍ଚ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୭ ଏପ୍ରିଲ୍ ୨୦୨୪

ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଯୋଗ୍ୟତା  ଭିନ୍ନ
  • ପୂରା ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ପଦବୀ ଅନୁସାରେ ଦରମା ମଧ୍ୟ ଭିନ୍ନ
  • ଚୟନ ପ୍ରାର୍ଥୀ ୧.୫ ଲକ୍ଷ ମଧ୍ୟ ପାଇ ପାରନ୍ତି

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୦୦ ଟଙ୍କା
  • ଅନ୍ୟମାନେ – ଦେୟ ମୁକ୍ତ

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ପୂରଣ ହେବେ ୧୦୬୧ PGT ଶିକ୍ଷକ; ଦରମା ୧.୪ ଲକ୍ଷ ପରେ

କିପରି କରିବେ ଆବେଦନ:

  • DSSSB ର ଅଫିସିଆଲ୍ ୱେବସାଇଟ୍ dsssb.delhi.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ DSSSB Recruitment 2024 ଲିଙ୍କରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦେବା ପରେ Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ କାଢନ୍ତୁ
Govt Jobs
Advertisment
Advertisment