• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଭାରତୀୟ ଡାକ ବିଭାଗରେ ଚାକିରି, ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗରେ ଚାକିରି । ଭାରତୀୟ ଡାକ ଦିଲ୍ଲୀରେ ମେଲ ମୋଟର ସର୍ଭିସ ବିଭାଗ ଅଧିନରେ ଷ୍ଟାଫ କାର ଡ୍ରାଇଭର ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଇଣ୍ଡିଆ ପୋଷ୍ଟର ଅଧିକାରକ ୱେବସାଇଟ indiapost.gov.in କୁ ଯାଇ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ।

ଆବେଦନ କରିବା ପାଇଁ ସିଧାସଳଖ ଲିଙ୍କ https://www.indiapost.gov.in/vas/Pages/India ଏବଂ ନୋଟିଫିକେସନ ପାଇଁ ଚେକ୍‌ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୫ ମାର୍ଚ୍ଚ, ୨୦୨୨ ରହିଛି।

ଭାରତୀୟ ଡାକ ବିଭାଗରେ ମୋଟ୍ ୨୯ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ବର୍ଗ ପାଇଁ ୧୫ଟି ପଦବୀ,ଅନୁସୂଚିତ ଜାତି ପାଇଁ ୩ଟି,ଓବିସି ପାଇଁ ୮ଟି,EWS ପାଇଁ ୩ଟି ପଦବୀ ରହିଛି ।

ପଦବୀ ପାଇଁ ଆବେଦନ ଶୁଳ୍କ:

ଏହିସବୁ ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସି ପୁରୁଷଙ୍କ ପାଇଁ ୧୦୦ ଟଙ୍କା ଶୁଳ୍କ ରହିଥିବା ବେଳେ ଏସସି/ଏସଟି ବର୍ଗ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ଭାରତୀୟ ଡାକ ବିଭାଗରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ବୋର୍ଡ ପରୀକ୍ଷା ବା ୧୦ମ ପାସ୍ କରିବା ଆବଶ୍ୟକ। ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା ମଧ୍ୟ ଆସୁଥିବା ଜରୁରୀ । ଏହା ସହିତ ୩ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଥିବା ଜରୁରୀ। ଗ୍ରାମୀଣ ଡାକ ସେବକ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଆବଶ୍ୟକ। ମାସିକ ଦରମା ୬୩,୨୦୦ ଟଙ୍କା ରହିଛି ।