• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ ବାହାରିଲା ଚାକିରି । ଖୁବ୍‌ଶୀଘ୍ର ପୂରଣ ହେବ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ । ଏନେଇ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀ ତଥା ପ୍ରାର୍ଥିନୀ ସେପ୍ଟେମ୍ବର ୧ ତାରିଖ ପରଠାରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ଅବେଦନକାରୀ ଅନ୍‌ଲାଇନ୍‌ ଯୋଗେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆବେଦନକାରୀଙ୍କୁ ଏହାର ଅଫିସିଆଲ ୱେବ୍‌ସାଇଟ୍‌ joinindiancoastguard.cdac.in. କୁ ଯିବାକୁ ପଡ଼ିବ । ମୋଟ ୪୬ ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ବାହାରିଛି । ସେପ୍ଟେମ୍ବର ୧ରୁ ଏହାର ରେଜିଷ୍ଟ୍ରେସନ୍‌ ଆରମ୍ଭ ହେବ ।

ଖାଲି ପଡ଼ିଥିବା ପଦବୀ

୧. ଜେନେରାଲ ଡ୍ୟୁଟି (GD): ୨୫ ପଦବୀ

୨. ଟେକ୍ନିନାକଲ: ୨୦ ପଦବୀ

୩. ଆଇନ୍‌- ଗୋଟିଏ ପଦବୀ

ଯୋଗ୍ୟତା

ଏହି ପଦବୀଗୁଡ଼ିକ ପାଇଁ କ’ଣ ରହିଛି ଆବଶ୍ୟକୀୟ ଯୋଗ୍ୟତା, ସେନେଇ ସବିଶେଷ ତଥ୍ୟ ଜାଣିବାକୁ ହେଳେ ଏଠାରେ କ୍ଲିକ୍‌ କରି ସମ୍ପୂର୍ଣ୍ଣ ବିଜ୍ଞପ୍ତିକୁ ପଢ଼ନ୍ତୁ ଆଉ ଜାଣନ୍ତୁ । 

ଚୟନ ପ୍ରକ୍ରିୟା

ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପାଇଁ ଜାତୀୟ ସ୍ତରରେ ଚୟନ କରାଯିବ । ସାରା ଦେଶରୁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ତର୍ଜମା କରାଯାଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ବଛାଯିବ । ବିଭିନ୍ନ ସ୍ତରରେ ସେମାନେ ଦେଇଥିବା ପରୀକ୍ଷା ତଥା କ୍ୟାରିୟରକୁ ନେଇ, ସେମାନଙ୍କ ମେରିଟ୍‌ ତର୍ଜମା କରାଯିବ ।

ଏଥିରେ ଷ୍ଟେଜ୍‌ ୧, ୨, ୩, ୪ ଓ ୫ ରହିଛି । ICG ରେ ରିକ୍ରୁଟ୍‌ ପାଇଁ ଏହି ୫ଟି ସୋପାନ ପାର କରିବା ଅତ୍ୟନ୍ତ ଜରୁରି । ସମିସ୍ତ ପ୍ରାର୍ଥୀ ବାଧ୍ୟତାମୂଳକ ଭାବେ ବୟୋମେଟ୍ରିକ୍‌ ଜରିଆରେ ନିଜର ଫଟୋ ପରିଚୟ ତଥା ପରିଚୟତ୍ର ଦେବେ । ଏବଂ ସମସ୍ତ ପ୍ରକାର କାଗଜପତ୍ରରର ପ୍ରମାଣ ଦେବେ ।

ପରୀକ୍ଷା ଫି’

ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆବେଦନ ଦେୟ ୨୫ହ ଟଙ୍କା ରହିଛି । କେବଳ SC/ST ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଦେୟ ନାହିଁ । ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରାର୍ଥୀଙ୍କୁ ଏହି ଦେୟ ପୈଠ କରିବାକୁ ପଡ଼ିବ ।

ଅଧିକ ତଥ୍ୟ ପାଇଁ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଆନ୍ତୁ ।