ଆପଣ ଭାରତୀୟ ତଟରକ୍ଷା ବାହିନୀରେ ଚାକିରି କରିବାକୁ ଚାହଁଉଛନ୍ତି କି ? ଭାରତୀୟ ତଟରକ୍ଷା ବାହିନୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଆସିଷ୍ଟାଣ୍ଟ କମାଣ୍ଟାଣ୍ଟ ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ କୋଷ୍ଟ ଗାର୍ଡର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଭାରତୀୟ ତଟରକ୍ଷା ବାହିନୀରେ ଆବେଦନ କରିବାର ପ୍ରକ୍ରିୟା ୧୬ ଫେବୃଆରୀରୁ ଆରମ୍ଭ ହୋଇ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ।
Also Read
ଆବେଦନ ଶୁଳ୍କ ଓ ଶିକ୍ଷାଗତ ଯୋଗ୍ୟତା:
ଆବେଦନକାରୀଙ୍କ ବୟସ ପଦବୀ ଅନୁସାରେ ଭିନ୍ନ ଭିନ୍ନ ରହିଛି। ଅଧିକା ଜାଣିବା ପାଇଁ ନୋଟିଫିକେସନ ଦେଖିପାରିବ। । ସାଧାରଣ ବର୍ଗ, ଓବିସି/ EWS ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ। ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ନିର୍ଦ୍ଧାରିତ କରାଯାଇଛି।
ଆବେଦନ ପ୍ରକ୍ରିୟା:
- ଆବେଦନକାରୀ ଅଫିସିଆଲ ୱେବସାଇଟକୁ ଯାଇ ଅଧିସୂଚନା ଡାଉନଲୋଡ କରି ପଢିବା ପରେ ନିର୍ଦ୍ଦେଶ ଅନୁଯାୟୀ ଅନଲାଇନ ଆବେଦନ କରିପାରିବେ।
- ଆବେଦନପତ୍ରରେ କୌଣସି ପ୍ରକାର ତ୍ରୁଟି ନ ରହିବା ଉଚିତ।