Advertisment

Indian Army Recruitment: ଭାରତୀୟ ସେନାରେ ଅଫିସର୍ ହେବାକୁ ଚାହୁଁଛନ୍ତି କି… ଦେଖନ୍ତୁ ଏହି ଖବର

ଭାରତୀୟ ସେନାରେ ଅଫିସର ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଭାରତୀୟ ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବରକୁ ବିସ୍ତୃତଭାବେ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Indian Army Recruitment 2024

Indian Army Recruitment Apply for 381 posts

ଭାରତୀୟ ସେନାରେ ଅଫିସର ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ସେନା ବିଭାଗରେ SSC Tech ଏଣ୍ଟ୍ରି ଅଧୀନରେ ପୂରଣ ହେବ ଅନେକ ପଦବୀ। ଏନେଇ ଭାରତୀୟ ସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଭାରତୀୟ ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବରକୁ ବିସ୍ତୃତଭାବେ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ସେନାରେ ଲେଫ୍ଟନାଣ୍ଟ୍, କ୍ୟାପ୍ଟେନ୍, ମେଜର୍ ଆଦି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଇଂଜିନିୟରିଂ ଡିଗ୍ରୀ ଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୩୫୦ରୁ ଅଧିକ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: Indian Navy Recruitment: ଭାରତୀୟ ନୌସେନାରେ ପୂରଣ ହେବ ୭୦୦ରୁ ଅଧିକ ପଦବୀ; ଦଶମ ପିଲା ବି କରିବେ ଆବେଦନ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବ୍‌ସାଇଟ୍‌ joinindianarmy.nic.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Army Recruitment Apply for 381 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୪ ଅଗଷ୍ଟ ୨୦୨୪

ଖାଲି ପଦବୀ:

  • SSC (Tech) ପୁରୁଷ – ୩୫୦ଟି ପୋଷ୍ଟ୍‌
  • SSC (Tech) ମହିଳା – ୨୯ଟି ପୋଷ୍ଟ୍‌
  • SSCW Tech – ୧ଟି ପୋଷ୍ଟ୍‌
  • SSCW Non-Tech – ୧ଟି ପୋଷ୍ଟ୍‌
  • ମୋଟ – ୩୮୧ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଯେଉଁ ପ୍ରାର୍ଥୀମାନେ ଇଞ୍ଜିନିୟରିଂ ଡିଗ୍ରୀ କରିଥିବେ ବା ପାଠ୍ୟକ୍ରମର ଶେଷ ବର୍ଷରେ ଥିବେ ସେମାନେ ଆବେଦନ କରିବାକୁ ଯୋଗ୍ୟ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ
  • ବୟସ ଗଣନା ୦୧ ଏପ୍ରିଲ୍ ୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: Indian Army Bharti 2024: NCC ଥିଲେ ସେନାରେ ଚାକିରି; ଦରମା ଦେଢ ଲକ୍ଷ ପରେ

ଦରମା:

  • ସର୍ବନିମ୍ନ ଦରମା – ୫୬,୧୦୦ ଟଙ୍କା
  • ସର୍ବାଧିକ ଦରମା – ୨,୧୮,୨୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ଏହା ସବୁ ବର୍ଗ ପାଇଁ ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ସର୍ଟଲିଷ୍ଟ୍
  • SSB
  • ମେଡିକାଲ୍ ଯାଞ୍ଚ
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Indian Army Govt Jobs Indian Army Recruitment Job Seekers
Advertisment
Advertisment