Advertisment

BSF Recruitment 2024: ପୁଣି ଆରମ୍ଭ ହୋଇଛି BSF ଗ୍ରୁପ୍ B ଏବଂ C ବର୍ଗର ଆବେଦନ ପ୍ରକ୍ରିୟା; ତୁରନ୍ତ ଆବେଦନ କରନ୍ତୁ

ସୀମା ସୁରକ୍ଷା ବଳ (BSF) ପୁନର୍ବାର ଗ୍ରୁପ୍ B ଏବଂ C ବର୍ଗର ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଯେଉଁମାନେ ଏନେଇ ଆବେଦନ କରି ନ ଥିଲେ ସେମାନେ ଏହାର ସୁଯୋଗ ନେଇପାରିବେ।

author-image
Pramod Behera
BSF Recruitment 2024

BSF Recruitment 2024

ସୀମା ସୁରକ୍ଷା ବଳ (BSF) ପୁନର୍ବାର ଗ୍ରୁପ୍ B ଏବଂ C ବର୍ଗର ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଯେଉଁମାନେ ଏନେଇ ଆବେଦନ କରି ନ ଥିଲେ ସେମାନେ ଏହାର ସୁଯୋଗ ନେଇପାରିବେ। ମେ-ଜୁନ୍ ମାସରେ ଏହି ନିଯୁକ୍ତି ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ବହୁ ସଂଖ୍ୟକ ପ୍ରାର୍ଥୀ ଟେକ୍ନିକାଲ୍ ଅସୁବିଧା ହେତୁ ଆବେଦନରୁ ବଞ୍ଚିତ ହୋଇଥିଲେ।

Advertisment

ବର୍ତ୍ତମାନ BSF ଏହି ପ୍ରାର୍ଥୀଙ୍କ ଅନୁରୋଧ ଗ୍ରହଣ କରିଛି ଏବଂ ଆବେଦନ ୱିଣ୍ଡୋ ଖୋଲିଛି। ଏହି ନିଯୁକ୍ତି ଅଧୀନରେ BSFରେ ମୋଟ ୧୪୪ଟି ପଦବୀ ପୂରଣ ହେବ। ଜୁଲାଇ ୧୧ ରୁ ଜୁଲାଇ ୨୫ ପର୍ଯ୍ୟନ୍ତ BSF ର ଅଫିସିଆଲ୍ ୱେବ୍‌ସାଇଟ୍‌କୁ rectt.bsf.gov.in ଯାଇ ଆପଣ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ Application window reopen for BSF Recruitment Notification କ୍ଲିକ୍ କରି ଦେଖିପାରିବେ।

ବିଜ୍ଞପ୍ତି ଅନୁଯାୟୀ ଇନ୍ସପେକ୍ଟର ଲାଇବ୍ରେରିଆନ, ଏଏସ୍‌ଆଇ ଷ୍ଟାଫ୍‌ ନର୍ସ, ଏଏସ୍‌ଆଇ ଲ୍ୟାବ୍‌ ଟେକ୍ନିସିଆନ୍‌, ଫିଜିଓଥେରାପିଷ୍ଟ, ଭେଇକିଲ୍‌ ମେକାନିକ୍‌, କନଷ୍ଟେବଲ ଟେକ୍ନିକାଲ୍‌ (ଓଟିଆରପି, ଏସ୍‌କେଟି, ଫିଟର, କାର୍ପେଣ୍ଟର, ଅଟୋ ଇଫେକ୍ଟ, ଭେଇକ୍ଲି ମେକାନିକ, ବିଏସ୍‌ଟିଏସ୍), ହେଡ୍ କନଷ୍ଟେବଲ୍ ପ୍ରାଣୀ ଚିକିତ୍ସା ଏବଂ କନଷ୍ଟେବଲ୍ କେନେଲମ୍ୟାନ୍ ପଦବୀ ପୂରଣ ହେବ।

Advertisment

ଖାଲି ପଦବୀ:

  • ଇନ୍ସପେକ୍ଟର ଲାଇବ୍ରେରିଆନ୍ – ୨ଟି ପୋଷ୍ଟ
  • ASI ଷ୍ଟାଫ ନର୍ସ – ୧୪ଟି ପୋଷ୍ଟ
  • ASI ଲ୍ୟାବ୍ ଟେକ୍ନିସିଆନ୍ – ୩୮ଟି ପୋଷ୍ଟ
  • ASI ଫିଜିଓଥେରାପିଷ୍ଟ – ୪୭ଟି ପୋଷ୍ଟ
  • ASI ଭେଇକ୍ଲି ମେକାନିକ୍ – ୦୩ଟି ପୋଷ୍ଟ
  • କନଷ୍ଟେବଲ୍ ଟେକ୍ନିକାଲ୍ – ୩୪ଟି ପୋଷ୍ଟ
  • ହେଡ୍ କନଷ୍ଟେବଲ୍ ପ୍ରାଣୀ ଚିକିତ୍ସା – ୦୪ଟି ପୋଷ୍ଟ
  • କନଷ୍ଟେବଲ୍ କେନେଲମ୍ୟାନ୍ – ୦୨ଟି ପୋଷ୍ଟ
  • ମୋଟ – ୧୪୪ଟି ପୋଷ୍ଟ

ଆବେଦନ ଶୁଳ୍କ:

  • ଜେନେରାଲ / OBC/ EWS ବର୍ଗ – ୨୪୭.୨୦ ଟଙ୍କା
  • SC / ST / ଦିବ୍ୟାଙ୍ଗ/ ମହିଳା – ୪୭.୨ ଟଙ୍କା

ମାସିକ ଦରମା:

  • ଇନ୍ସପେକ୍ଟର ଲାଇବ୍ରେରୀ: ୪୪୯୦୦-୧୪୨୪୦୦ ଟଙ୍କା
  • ଷ୍ଟାଫ୍ ନର୍ସ: ୩୫୪୦୦-୧୧୨୪୦୦ ଟଙ୍କା
  • ASI ଲ୍ୟାବ୍‌ ଟେକ୍ନିସିଆନ: ୨୯୨୦୦-୯୨୩୦୦ ଟଙ୍କା
  • ASI ଫିଜିଓଥେରାପିଷ୍ଟ: ୨୯୨୦୦-୯୨୩୦୦ ଟଙ୍କା
  • SI ଭେଇକ୍ଲି ମେକାନିକ୍: ୩୫୪୦୦-୧୧୨୪୦୦ ଟଙ୍କା
  • କନ୍‌ଷ୍ଟେବଲ୍ ଗ୍ରୁପ୍ C ପୋଷ୍ଟ: ୨୧୭୦୦-୬୯୧୦୦ ଟଙ୍କା
  • ହେଡ୍‌ କନଷ୍ଟେବଲ ପ୍ରାଣୀ ଚିକିତ୍ସା: ୨୫୫୦୦-୮୧୧୦୦ ଟଙ୍କା
  • କନଷ୍ଟେବଲ୍ କେନେଲମ୍ୟାନ୍: ୨୧୭୦୦-୬୯୧୦୦ ଟଙ୍କା
BSF Govt Jobs BSF Jobs BSF Recruitment
Advertisment
Advertisment