Advertisment

ସେନାରେ ବାହାରିଲା ଅଗ୍ନିବୀର ନିଯୁକ୍ତି: ଜାଣନ୍ତୁ କ’ଣ ରହିଛି ଆବେଦନ ପ୍ରକ୍ରିୟା

ଆସନ୍ତା ଏପ୍ରିଲ ମାସରେ ଏକ ଲିଖିତ ପରୀକ୍ଷା କରାଯିବ। ସେଥିରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଫିଜିକାଲ ଟେଷ୍ଟ ପାଇଁ ଡକାଯିବ।

author-image
Sonali Ojha
ଅଦ୍ୟତନ ହୋଇଛି
Agniveer

Agniveer

ଭାରତୀୟ ସେନାରେ ଭର୍ତ୍ତି ହେବାକୁ ଇଚ୍ଛୁକ ଯୁବପିଢିଙ୍କ ପାଇଁ ଖୁସିଖବର। ଭାରତୀୟ ସେନା ପକ୍ଷରୁ ଅଗ୍ନିବୀର ପାଇଁ ନିଯୁକ୍ତି ସୁଯୋଗ ରହିଛି। ଫେବୃଆରୀ ୮ରୁ ଏହାର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ joinindianarmy.nic.inରେ ଯାଇ ରେଜିଷ୍ଟ୍ରେସନ କରିବା ସହ ଆବେଦନ କରିପାରିବେ। ଯେଉଁମାନେ ସେନାରେ ଭର୍ତ୍ତି ପାଇଁ ଇଚ୍ଛୁକ ରହିଛନ୍ତି ସେମାନେ ଫେବୃଆରୀ ୮ ଅର୍ଥାତ୍‌ ଆଜିଠୁ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ । ଆସନ୍ତା ଏପ୍ରିଲ ମାସରେ ଏକ ଲିଖିତ ପରୀକ୍ଷା କରାଯିବ। ସେଥିରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଫିଜିକାଲ ଟେଷ୍ଟ ପାଇଁ ଡକାଯିବ।

Advertisment

‘ଅଗ୍ନିବୀର’ ଆବେଦନ ପାଇଁ ବୟସ ସୀମା

ଅଗ୍ନିବୀରରେ ଆବେଦନ କରିବାକୁ ହେଲେ ଆପଣଙ୍କ ବୟସ ୧୭ ବର୍ଷରୁ ସର୍ବାଧିକ ୨୧ ବର୍ଷ ହୋଇଥିବା ଆବଶ୍ୟକ ।

ଜାଣନ୍ତୁ ଅଗ୍ନିବୀର ପାଇଁ କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା ?

ଆପଣ ଅଗ୍ନିବୀର ପାଇଁ ଆବେଦନ କରିବାକୁ ଚାହୁଁଥିଲେ ୮ମ, ୧୦ମ ପାସ୍ କରିଥିବା ଆବଶ୍ୟକ ।

Advertisment

ଅଗ୍ନିବୀର ଟ୍ରେଡ୍ସମ୍ୟାନରେ ଭର୍ତ୍ତି ପାଇଁ –ଅଷ୍ଟମ ପାସ୍

ଅଗ୍ନିବୀର ଜେନେରାଲରେ ଭର୍ତ୍ତି ପାଇଁ –ଦଶମ ପାସ୍

ଅଗ୍ନିବୀର ଆବେଦନ ପାଇଁ ସମସ୍ତ ଡକ୍ୟୁମେଣ୍ଟସ୍...

୧. ଦଶମ ପାସ୍ ସାର୍ଟିଫିକେଟ୍

୨. ଇ-ମେଲ ଆଇଡି

୩. ମୋବାଇଲ ନମ୍ୱର

୪. ରାଜ୍ୟ, ଜିଲ୍ଲା, ତହସିଲ, ବ୍ଲକର ତଥ୍ୟ

୫. ୧୦ରୁ ୨୦କେବିର ସ୍କାନ ଫଟୋ

୬. ୫ରୁ ୧୦କେବିର ସ୍କାନ ଦସ୍ତଖତ

Indian Army
Advertisment
Advertisment