Advertisment

IIT Madras Recruitment: ଆଇଆଇଟି ମାଡ୍ରାସରେ ଚାକିରି; ଦଶମ ପିଲା ବି କରିପାରିବେ ଆବେଦନ

ଏବେ ଆଇଆଇଟି(IIT)ରେ ପଢିବାର ସ୍ୱପ୍ନ ପୂରଣ ହେବ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ (IIT Madras) ଏହି ସୁଯୋଗ ନେଇଆସିଛି। କେତେକ ପଦବୀରେ ନିଯୁକ୍ତି କରିବା ନେଇ IIT Madras ଏକ ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
IIT Madras Recruitment 2024 Notification

IIT Madras Recruitment 2024 Notification

ଯଦି ଆଇଆଇଟି(IIT)ରେ ପଢିବାର ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ, ତେବେ ବର୍ତ୍ତମାନ ଆପଣ ଏଠାରେ କାମ କରି ଏହି ସ୍ୱପ୍ନକୁ ପୂରଣ କରିପାରିବେ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ (IIT Madras) ଏହି ସୁଯୋଗ ନେଇଆସିଛି। କେତେକ ପଦବୀରେ ନିଯୁକ୍ତି କରିବା ନେଇ IIT Madras ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଅନ୍‌ଲାଇନ୍ ମାଧ୍ୟମରେ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଅଣ-ଶିକ୍ଷକ ପଦବୀ ପୂରଣ ହେବ। ବିଜ୍ଞପ୍ତି ଅନୁସାରେ ମୋଟ୍ ୬୪ଟି ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପିଲା ମଧ୍ୟ ନେବେ ଏହାର ସୁଯୋଗ।

ଅଧିକ ପଢ଼ନ୍ତୁ: UPSC ବାହାର କଲା ନୂଆ ବିଜ୍ଞପ୍ତି; ପୂରଣ ହେବ ଅନେକ ପଦବୀ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବ୍‌ସାଇଟ୍‌ iitm.ac.in କୁ ଯାଇ ଅନ୍‌ଲାଇନ୍ ମୋଡ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ IIT Madras Recruitment 2024 Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ – ୧୨ ଫେବୃଆରୀ ୨୦୨୪
  • ଆବେଦନ ଶେଷ – ୧୨ ମାର୍ଚ୍ଚ ୨୦୨୪

ଖାଲି ପଦବୀ:

  • ଗ୍ରୁପ୍ A - ୪ଟି ପୋଷ୍ଟ୍‌
  • ଗ୍ରୁପ୍ B - ୧୬ଟି ପୋଷ୍ଟ୍‌
  • ଗ୍ରୁପ୍ C - ୪୪ଟି ପୋଷ୍ଟ୍‌

ବୟସ ସୀମା:

  • ପ୍ରାର୍ଥୀଙ୍କ ସର୍ବାଧିକ ବୟସ ପଦବୀ ଅନୁଯାୟୀ ଭିନ୍ନ।
  • ମୁଖ୍ୟ ସୁରକ୍ଷା ଅଧିକାରୀ – ୫୦ ବର୍ଷ
  • ସହକାରୀ ରେଜିଷ୍ଟ୍ରାର – ୪୫ ବର୍ଷ
  • କ୍ରୀଡା ଅଧିକାରୀ – ୪୫ ବର୍ଷ
  • ଜୁନିଅର ସୁପରିଟେଣ୍ଡେଣ୍ଟ୍ – ୩୨ ବର୍ଷ
  • ସହକାରୀ ସୁରକ୍ଷା ଅଧିକାରୀ – ୩୨ ବର୍ଷ
  • ଶାରୀରିକ ତାଲିମ ନିର୍ଦ୍ଦେଶକ – ୩୨ ବର୍ଷ
  • ଜୁନିଅର ଆସିଷ୍ଟାଣ୍ଟ – ୨୭ ବର୍ଷ
  • ରୋଷେୟା – ୨୭ ବର୍ଷ
  • ଡ୍ରାଇଭର – ୨୭ ବର୍ଷ
  • ସୁରକ୍ଷା କର୍ମୀ – ୨୭ ବର୍ଷ

ଆବେଦନ ଶୁଳ୍କ:

  • ସମସ୍ତ ପ୍ରାର୍ଥୀ – ୫୦୦ ଟଙ୍କା
  • SC / ST /Phd / ମହିଳା – ଦେୟମୁକ୍ତ

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ବିଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି।
  • ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦଶମ ପାଶ୍
  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମରେ ୫୫% ମାର୍କ ସହିତ ମାଷ୍ଟର ଡିଗ୍ରୀ କିମ୍ବା ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ସମାନ CGPA
  • ଅତିକମରେ ୫୫% ମାର୍କ ସହିତ ଶାରୀରିକ ଶିକ୍ଷା / କ୍ରୀଡା ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ
  • ଅତିକମରେ ୬୦% ମାର୍କ ରଖି ହୋଟେଲ ମ୍ୟାନେଜମେଣ୍ଟ ଏବଂ କ୍ୟାଟରିଂ ଟେକ୍ନୋଲୋଜିରେ B.Sc କିମ୍ବା ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ସମାନ CGPA
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଦକ୍ଷତା ପରୀକ୍ଷା
  • ଟ୍ରେଡ୍ ଟେଷ୍ଟ୍
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଶାରୀରିକ ପରୀକ୍ଷା

ଅଧିକ ପଢ଼ନ୍ତୁ: ସେନାରେ ବାହାରିଲା ଅଗ୍ନିବୀର ନିଯୁକ୍ତି: ଜାଣନ୍ତୁ କ’ଣ ରହିଛି ଆବେଦନ ପ୍ରକ୍ରିୟା

IIT-Madras Govt Jobs
Advertisment
Advertisment