/odishatv-khabar/media/post_attachments/uploadimage/library/16_9/16_9_0/bank_job_1646286619.jpg)
bank job
ଇଣ୍ଡିଆନ ବ୍ୟାଙ୍କରେ ଖାଲିପଡିଛି ସିକ୍ୟୁରିଟି ଗାର୍ଡ ପଦବୀ। ଇଣ୍ଡିଆନ୍ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡର ୨୦୨ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀରେ ଆବେଦନ ପାଇଁ ଅନଲାଇନ୍ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ଦିନ ମାର୍ଚ୍ଚ ୯ ତାରିଖ ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଆବେଦନ କରିବା ପାଇଁ indianbank.inରେ ଅନଲାଇନ୍ ଆବେଦନ କରିପାରିବେ ।
Advertisment
ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:
ପଦବୀରେ ଆବେଦନ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଏକ ସ୍ୱୀକୃତିପ୍ରାପ୍ତ ରାଜ୍ୟ ଶିକ୍ଷା ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର । ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ସେନା, ନୌସେନା ଓ ବାୟୁସେନାର ଜଣେ ପୂର୍ବତନ ଯବାନ ହେବା ଉଚିତ୍ । ପ୍ରାର୍ଥୀଙ୍କ ବୟସ ୨୬ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୨୯ ବର୍ଷ ରହିଛି। ସେହିପରି ଏସଟି ଆବେଦନକାରୀଙ୍କ ପାଇଁ ୩୧ ବର୍ଷ ବୟସ ହେବା ଜରୁରୀ ଅଟେ ।
କିପରି କରିବେ ଆବେଦନ:
- ପ୍ରଥମେ ଇଣ୍ଡିଆନ ବ୍ୟାଙ୍କର ଅଧିକାରକ ୱେବସାଇଟ indianbank.in କୁ ଯାଆନ୍ତୁ।
- ଏହାପରେ ହୋମ ପେଜରେ ଥିବା କ୍ୟାରିଅର ଟାବ୍ ଉପରେ କ୍ଲିକ କରନ୍ତୁ ।
- ଏହାପରେ ଏକ ନୂଆ ପେଜ ଖୋଲିବ, ସେଥିରେ ଦିଆଯାଇଥିବା ‘Recruitment of Security Guards ’ ଲିଙ୍କ ଉପରେ କ୍ଲିକ କରନ୍ତୁ।
- ଏଠାରେ ଆବେଦନକାରୀ ନିଜର ସମସ୍ତ ବିବରଣୀ ଭରିବା ପରେ ଫର୍ମ ସବ୍ମିଟ୍ ବା ଦାକ୍ଷଲ କରନ୍ତୁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)