Advertisment

HPCLରେ ଖାଲିପଡିଛି ଟେକ୍ନିସିଆନ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ (HPCL) ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ରେ ଚାକିରି କରିବାକୁ ଚାହଁଉଛନ୍ତି କି ? HPCL ପକ୍ଷରୁ ଖାଲିପଡିଛି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
hpcl  job vacancy

hpcl job vacancy

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । HPCL ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । HPCLରେ ଟେକି୍ନସିଆନ ପଦବୀ ଖାଲିପଡିଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ସାଇଟ୍‌ hindustanpetroleum.com କୁ ଯାଇ ଅନଲାଇନ ଆବେଦନ କରିପାରିବେ।

Advertisment

HPCL ବିଜ୍ଞପ୍ତି ଅନୁଯାୟୀ ମୋଟ୍ ୧୮୬ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅପରେସନ ଟେକ୍ନିସିଆନ ପଦବୀ ପାଇଁ ୯୪ଟି,ବଏଲର ଟେକ୍ନିସିଆନ ପଦବୀ ପାଇଁ ୧୮ଟି,ମେଣ୍ଟେନାନ୍ସ ଟେକ୍ନିସିଆନ ପଦବୀ ପାଇଁ ୪୦ଟି, ଲ୍ୟାବ ଆସିଷ୍ଟାଣ୍ଟ ପଦବୀ ପାଇଁ ୧୬ଟି,ଜୁନିଅର ଫାୟାର ଆଣ୍ଡ ସେଫ୍ଟି ଇନ୍ସପେକ୍ଟର ପଦବୀ ପାଇଁ ୧୮ଟି ପଦ ରହିଛି ।

ଆବେଦନ ପାଇଁ ଜରୁରୀ ତାରିଖ ଓ ଶିକ୍ଷାଗତ ଯୋଗ୍ୟତା:

ଆବେଦନ କରିବାର ତାରିଖ ୨୨ ଏପ୍ରିଲରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୧ ମେ, ୨୦୨୨ରେ ହେବ। ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ।

Advertisment

ଆବେଦନ ଶୁଳ୍କ:

HPCL ରେ ପଦବୀ ଆବେଦନ ପାଇଁ ଜେନେରାଲ, ଓବିସି-ଏନସି ଏବଂEWS ପ୍ରାର୍ଥୀ ୫୯୦ ଟଙ୍କା ଆବେଦନ ଶୁଳ୍କ ରହିଛି । ସେହିପରି ଏସଟି, ଏସସି, PWD ପ୍ରାର୍ଥୀ ଆବେଦନ ଶୁଳ୍କରେ ରିହାତି ମିଳିବ।

ପଦବୀ ପାଇଁ କିପରି କରିବେ ଆବେଦନ:

  • ପ୍ରାର୍ଥୀ ଆବେଦନ କରିବା ପାଇଁ ପ୍ରଥମେ www.hindustanpetroleum.com କୁ ଯାଇ ଆବେଦନ କରିପାରିବେ।
  • ଆବେଦନ କରିବା ପରେ ପାସପୋର୍ଟ ସାଇଜ ଫଟୋ, ଦସ୍ତଖତ ଏବଂ ସବୁ ଭେରିଫିକେସନ କପି ରଖି ଅପଲୋଡ କରି ଫର୍ମ ପୂରଣ କରିବେ।
  • ପ୍ରାର୍ଥୀ କୌଣସି ହାର୍ଡକପି ସବମିଟ୍‌ କରିବା ଜରୁରୀ ନୁହେଁ।
HPCL Recruitment
Advertisment
Advertisment