Advertisment

Career Tips: ଯେତେ ପରୀକ୍ଷା ଦେଲେ ବି ମିଳୁନି ସରକାରୀ ଚାକିରି? ଆପଣଙ୍କ ପାଇଁ ସୁଯୋଗ

ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କୁ ଏହି ଖବର ଖୁସି ଦେବ। କାରଣ ଏମିତି ଅନେକ ବିଭାଗ ଅଛି ଯେଉଁଠି ବିନା ପରୀକ୍ଷାରେ ସରକାରୀ ଚାକିରି କରିବାର ସୁଯୋଗ ଅଛି। ଆସନ୍ତୁ ସେସବୁ ବିଭାଗ ଉପରେ ନଜର ପକେଇ ନେବା।

author-image
Pramod Behera
ଅଦ୍ୟତନ ହୋଇଛି
Government Jobs Without Examination

Government jobs are available in these departments even without examination

ଘରୋଇ ଚାକିରିର କ୍ଷେତ୍ର ଯେତେ ବଢୁଥିଲେ ବି ଆଜିବି ଅଧିକାଂଶ ଯୁବକ ସରକାରୀ ଚାକିରିଟିଏ ପାଇବା ପାଇଁ ଆଶାୟୀ। କିନ୍ତୁ ଏହା ବେଳେବେଳେ ସହଜ ହୋଇ ନଥାଏ। ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କୁ ଏହି ଖବର ଖୁସି ଦେବ।

Advertisment

ସରକାରୀ କ୍ଷେତ୍ରରେ ଏମିତି ଅନେକ ବିଭାଗ ଅଛି ଯେଉଁଥିରେ ବିନା ପରୀକ୍ଷାରେ ସରକାରୀ ଚାକିରି ମିଳିପାରିବ। ତେବେ ଆସନ୍ତୁ ଏମିତି କେଉଁ ବିଭାଗ ଅଛି ଯେଉଁଠାରେ ବିନା ପରୀକ୍ଷାରେ ସରକାରୀ ଚାକିରି ମିଳିପାରିବ।

ଅଧିକ ପଢ଼ନ୍ତୁ: ଅତି ସହଜରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ମାସିକ ୯୦ ହଜାର ରୋଜଗାର

ଯେଉଁମାନେ ସାଧାରଣତ ପରୀକ୍ଷା ଦେବାକୁ ନାପସନ୍ଦ କରନ୍ତି ବା ଏଥିରେ ସଫଳତା ପାଇ ପାରନ୍ତି ନାହିଁ ସେମାନେ ପାଇଁ ଏହା ଖୁବ ଲାଭଦାୟକ ହେବ। ବିଶେଷ କଥା ହେଉଛି ଦେଶରେ ୧୦୦ରୁ ଅଧିକ ସରକାରୀ ବିଭାଗ ଅଛି, ଯେଉଁଠାରେ ବିନା ପରୀକ୍ଷାରେ ଚାକିରି ମିଳିପାରିବ। ଏହି ବିଭାଗଗୁଡ଼ିକରେ ଚାକିରି ଇଣ୍ଟର୍ନସିପ୍ ରୁ ଆରମ୍ଭ ହୋଇଥାଏ।

Advertisment

ବାଣିଜ୍ୟ ମନ୍ତ୍ରଣାଳୟରେ ଅନେକ ସମୟରେ ସରକାରୀ ଚାକିରି ବାହାରିଥାଏ। ଏଥିରେ କଣ୍ଟେଣ୍ଟ୍ ରାଇଟର, ସମ୍ପାଦକ ଏବଂ ଅନୁସନ୍ଧାନକାରୀଙ୍କ ପରି ଅନେକ ପଦବୀ ପାଇଁ ନିଯୁକ୍ତି ବାହାରିଥାଏ। ଏଥିପାଇଁ ପରୀକ୍ଷା ଦେବାର କୌଣସି ଆବଶ୍ୟକତା ନଥାଏ। କେବଳ ଶିକ୍ଷା ଏବଂ ଅଭିଜ୍ଞତା ଆଧାରରେ ଜଣେ ଏହି ପଦବୀ ପାଇଁ ଆବେଦନ କରି ପାରିବେ। ଯୋଗ୍ୟତା ଆଧାରରେ ପ୍ରାର୍ଥୀ ଚୟନ କରାଯାଇଥାଏ।

ସେହିଭଳି IRCTC ରେ ବିନା ପରୀକ୍ଷା ଇଣ୍ଟର୍ନସିପ୍ ଆରମ୍ଭ କରାଯାଇ ପାରିବ। ଏଠାରେ କେବଳ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ ହୋଇଥାଏ।

ସରକାରୀ ବିଭାଗର ପ୍ରତ୍ୟେକ ପ୍ଲାଟ୍‌ଫର୍ମରେ ଇଣ୍ଟର୍ନସିପ୍ ମାଧ୍ୟମରେ ଚାକିରିର ବିକଳ୍ପ ଅଛି। ପରେ, ଅଭିଜ୍ଞତା ଆଧାରରେ ଏହି ବିଭାଗରେ ଚାକିରି ମଧ୍ୟ ରହିଥାଏ। ଏହି ବିଭାଗରେ ମିଳୁଥିବା ଇଣ୍ଟର୍ନସିପ୍‌ର ଷ୍ଟାଇପେଣ୍ଡ୍ ମଧ୍ୟ ବହୁତ ଭଲ। ଏଥିରେ NIEPID, Doordarshan, GAIL ଏବଂ Bhej ପରି କମ୍ପାନୀ ରହିଛି।

Govt Jobs Career Tips
Advertisment
Advertisment