Advertisment

ଗ୍ରାଜୁଏଟ୍, ଡିପ୍ଲୋମା ଓ ITI କରିଥିଲେ ସୁବର୍ଣ୍ଣ ସୁଯୋଗ; DRDOରେ ଚାକିରି

DRDOରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ବିଜ୍ଞପ୍ତି ବାହାରିଛି। ଗ୍ରାଜୁଏଟ୍ / ଡିପ୍ଲୋମା / ଆଇଟିଆଇ କରିଥିବା ପ୍ରାର୍ଥୀମାନେ ଏହାର ଫାଇଦା ନେବେ।

author-image
Pramod Behera
ଅଦ୍ୟତନ ହୋଇଛି
DRDO Recruitment 2023

DRDO Recruitment 2023

ଡିଫେନ୍ସ ରିସର୍ଚ୍ଚ ଡେଭଲପ୍‌ମେଣ୍ଟ୍ ଅର୍ଗାନାଇଜେସନ୍ (DRDO) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ବିଜ୍ଞପ୍ତି ବାହାରିଛି। ଗ୍ରାଜୁଏଟ୍ / ଡିପ୍ଲୋମା / ଆଇଟିଆଇ କରିଥିବା ପ୍ରାର୍ଥୀମାନେ ଏହାର ଫାଇଦା ନେବେ।

Advertisment

ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ DRDOର ଅଫିସିଆଲ୍ ୱେବସାଇଟ୍ drdo.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୦୦ଟି ପଦବୀ ପୂରଣ ହେବ। ଯେଉଁମାନେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ଏହା ସହିତ ଜଡିତ ତଥ୍ୟ ବିଷୟରେ ଜାଣିନେବା ଜରୁରୀ। 

ଅଧିକ ପଢ଼ନ୍ତୁ: ଆସୁଛି ବଡ଼ ଧରଣର ନିଯୁକ୍ତି ସୁଯୋଗ, ବର୍ଷକୁ ୧.୩ ଲକ୍ଷ ଚାକିରି ଦେବ ଆମାଜନ୍‌ !

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୦ ମେ
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ମେ

ପୋଷ୍ଟ ସଂଖ୍ୟା:

  • ସ୍ନାତକ ଇଞ୍ଜିନିୟର ଆପ୍ରେଣ୍ଟିସ୍ - ୫୦ଟି ପୋଷ୍ଟ୍‌
  • ଡିପ୍ଲୋମା ଆପ୍ରେଣ୍ଟିସ୍ - ୨୫ଟି ପୋଷ୍ଟ୍‌
  • ITI ଆପ୍ରେଣ୍ଟିସ୍ - ୨୫ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ସ୍ନାତକ ଇଞ୍ଜିନିୟର ଆପ୍ରେଣ୍ଟିସ୍ - ଏକ ସ୍ୱୀକୃତିପ୍ରାପ୍ତ ଭାରତୀୟ ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ଅନ୍ତତଃପକ୍ଷେ ୬.୩ CGPA ସହିତ ପ୍ରଥମ ଶ୍ରେଣୀରେ ଇଞ୍ଜିନିୟରିଂ ଡିଗ୍ରୀ
  • ଡିପ୍ଲୋମା ଆପ୍ରେଣ୍ଟିସ୍ - ୬୦% ମାର୍କ ସହିତ ରାଜ୍ୟ ବୈଷୟିକ ଶିକ୍ଷା ବୋର୍ଡ / ସ୍ୱୀକୃତିପ୍ରାପ୍ତ ଭାରତୀୟ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂରେ ପ୍ରଥମ ଶ୍ରେଣୀ ଡିପ୍ଲୋମା (SC / ST / PWD ପ୍ରାର୍ଥୀଙ୍କ ପାଇଁ ୫୦% ମାର୍କ)
  • ITI ଆପ୍ରେଣ୍ଟିସ୍ - ରାଜ୍ୟ / ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ୬୦% ମାର୍କ ସହିତ ପ୍ରଥମ ଶ୍ରେଣୀରେ ITI

ଦରମା:

  • ସ୍ନାତକ ଇଞ୍ଜିନିୟର ଆପ୍ରେଣ୍ଟିସ୍ - ମାସକୁ ୧୨,୦୦୦ ଟଙ୍କା
  • ଡିପ୍ଲୋମା ଆପ୍ରେଣ୍ଟିସ୍ - ମାସକୁ ୧୧,୦୦୦ ଟଙ୍କା
  • ITI ଆପ୍ରେଣ୍ଟିସ୍ - ମାସକୁ ୧୦,୦୦୦ ଟଙ୍କା

ବୟସ ସୀମା:

  • ସର୍ବନିମ୍ନ ବୟସ: ୧୮ ବର୍ଷ
  • ସର୍ବାଧିକ ବୟସ: ୨୭ ବର୍ଷ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବ୍‌ସାଇଟ୍‌ https://www.drdo.gov.inକୁ ଯାଆନ୍ତୁ
  • କ୍ଲିକ୍ Register now
  • ତୁମ ବିଷୟରେ ତଥ୍ୟ ପୂରଣ କରନ୍ତୁ
  • ରେଜିଷ୍ଟ୍ରେସନ ନମ୍ବର ଓ ପାସ୍‌ୱାର୍ଡ ଲଗ୍‌ଇନ୍ କରନ୍ତୁ
  • କ୍ଲିକ୍ “Apply” ଲିଙ୍କ୍
  • ଅନ୍ୟାନ୍ୟ ତଥ୍ୟ ପୂରଣ କରନ୍ତୁ
  • ପୂରଣ କରିଥିବା ତଥ୍ୟକୁ ଭଲ ଭାବେ ଯାଞ୍ଚ କରନ୍ତୁ
  • submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଫର୍ମକୁ ଡାଉନ୍‌ଲୋଡ କରି ଏକ ପ୍ରିଣ୍ଟ୍‌ ବାହାର କରନ୍ତୁ

ସରକାରୀ ବିଜ୍ଞପ୍ତି ୧

ସରକାରୀ ବିଜ୍ଞପ୍ତି ୨

DRDO Govt Jobs DRDO Recruitment DRDO Jobs
Advertisment
Advertisment