Advertisment

ଆସୁଛି ବଡ଼ ଧରଣର ନିଯୁକ୍ତି ସୁଯୋଗ, ବର୍ଷକୁ ୧.୩ ଲକ୍ଷ ଚାକିରି ଦେବ ଆମାଜନ୍‌ !

୨୦୧୬ରୁ ୨୦୨୨ ଭିତରେ AWS ୩ ବିଲିୟନ ଡଲାର ଭାରତରେ ନିବେଶ କରିବା ସହ ବର୍ଷକୁ ୩୯୫୦୦ ଫୁଲ୍‌ ଟାଇମ୍‌ ଜବ୍‌ ସୃଷ୍ଟି କରିପାରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Amazon Investment Plans In India

Amazon’s Huge Investment Plans In India

ଭାରତରେ ଆସୁଛି ବଡ଼ ଧରଣର ନିଯୁକ୍ତି ସୁଯୋଗ। ପ୍ରତି ବର୍ଷ ମିଳିବ ୧ ଲକ୍ଷରୁ ଅଧିକ ଚାକିରି। ଭାରତରେ ବଡ଼ ନିବେଶ କରିବାକୁ ଯାଉଛି ଆମାଜନ୍‌। ୨୦୩୦ ସୁଦ୍ଧା amazon.comର କ୍ଲାଉଡ୍‌ କମ୍ୟୁଟିଂ ଡିଭିଜନ୍‌ର ଆମାଜନ୍‌ ୱେବ୍‌ ସର୍ଭିସ୍‌ (AWS) ୧.୦୫ ଲକ୍ଷ କୋଟି ନିବେଶ କରିବାକୁ ଯୋଜନା କରିଛି।   

Advertisment

AWS କ୍ଲାଉଡ୍‌ ସର୍ଭିସ୍‌:  

ଏହି ନିବେଶ ଦ୍ୱାରା ଦେଶରେ ପ୍ରତିବର୍ଷ ୧,୩୧,୭୦୦ ଫୁଲ ଟାଇମ୍‌ ଜବ୍‌ ସୃଷ୍ଟି ହେବ। AWS ନିବେଶ ଦ୍ୱାରା ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୨୩.୩ ବିଲିୟନ୍ ଡଲାର ବୃଦ୍ଧି ପାଇବ। ତେବେ ବର୍ତ୍ତମାନର AWS ନିବେଶ ଯୋଜନା ଦ୍ୱାରା ସମୁଦାୟ ନିବେଶ ୨୦୩୦ ସୁଦ୍ଧା ୧୬.୪ ବିଲିୟନ୍‌ ଡଲାରରେ ପହଞ୍ଚିବ। ତେବେ ୨୦୧୬ରୁ ୨୦୨୨ ଭିତରେ AWS ୩ ବିଲିୟନ ଡଲାର ଭାରତରେ ନିବେଶ କରିବା ସହ ବର୍ଷକୁ ୩୯୫୦୦ ଫୁଲ୍‌ ଟାଇମ୍‌ ଜବ୍‌ ସୃଷ୍ଟି କରିପାରିଛି। 

ଭାରତରେ AWS ଡାଟା ସେଣ୍ଟରର ସମ୍ପ୍ରସାରଣ:

ନିବେଶ ଦ୍ୱାରା  AWS ଡାଟା ସେଣ୍ଟରର ସମ୍ପ୍ରସାରଣ କରିବାରେ ସହାୟକ ହେବ। ବର୍ତ୍ତମାନ  cloud platform ଦେଶରେ ୨ଟି ଡାଟା ସେଣ୍ଟରରେ ଚାଲୁ ରହିଛି। ଗୋଟିଏ ମୁମ୍ବାଇରେ ୨୦୧୬ରେ ଆରମ୍ଭ ହୋଇଥିବା ବେଳେ ଅନ୍ୟଟି ଗତ ୨୦୨୨ ନଭେମ୍ବରରେ ହାଇଦ୍ରାବାଦରେ ଆରମ୍ଭ ହୋଇଛି। 

Advertisment

AWS ରୋବୋଟିକ୍ସ, ଷ୍ଟୋରେଜ୍‌ ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ସମେତ ୨୦୦ରୁ ଅଧିକ ସେବା ଯୋଗାଉଛି। AWS ମଧ୍ୟ ଭାରତ ସରକାରଙ୍କ ଡିଜିଲକର ଓ କୋୱିନ ଆପ୍‌କୁ ପରିଚାଳନା କରୁଛି। 

ଏହି ନିବେଶକୁ ନେଇ AWS ସିଇଓ ଆଦମ ସେଲିପସ୍କାଏ କହିଛନ୍ତି ଯେ  ଭାରତରେ ଡିଜିଟାଲ ସୁଯୋଗ ବୃଦ୍ଧି କରିବା ପାଇଁ  AWS ଏକ ଲମ୍ବା ସମୟ ଧରି ନିବେଶ କରିଆସୁଛି। ୨୦୧୬ରୁ ବର୍ତ୍ତମାନ ଯେଉଁଭଳି ଭାବେ ଏହା ଆଗେଇ ଚାଲିଛି ତାହା ମୋତେ ଆଶ୍ଚର୍ଯ୍ୟ କରିଛି। ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ କିନ୍ତୁ ଏହି ବ୍ୟବସାୟରେ ଅଗ୍ରଗତି ଘଟିଛି। ଯାହା ଭାରତୀୟ ବ୍ୟବସାୟରେ ନୂଆ ଉନ୍ମାଦନା ସୃଷ୍ଟି କରିବ।  

ସେ ଆହୁରି କହିଛନ୍ତି ଯେ ଭାରତୀୟ ବଜାରରେ ଡିଜିଟାଲ କ୍ଷେତ୍ର କ୍ଷୀପ୍ର ଭାବରେ ଅଗ୍ରଗତି ଘଟିଛି। ସରକାର ୨୦୨୫ ସୁଦ୍ଧା ଏକ ଟ୍ରିଲିୟନ ଡଲାର ଡିଜିଟାଲ ଇକୋନୋମି ଲକ୍ଷ୍ୟ ରଖିଛି। ଆଗାମୀ କିଛି ବର୍ଷ ମଧ୍ୟରେ ୫ ଟ୍ରିଲିୟନ ଡଲାର ଅତିକ୍ରମ କରିବାକୁ ପ୍ରଚେଷ୍ଟା କରୁଛି। 

Amazon
Advertisment
Advertisment