• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଭାରତୀୟ ରିଜର୍ଭ ବ୍ୟାଙ୍କ ଖାଲିପଡିଛି ପଦବୀ

RBI ନିଯୁକ୍ତି: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ସ୍ପେଶାଲିଷ୍ଟ ଅଫିସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଯୋଗ୍ୟ ଏବଂ ଆଶାୟୀ ପ୍ରାର୍ଥୀମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆରବିଆଇର ଅଧିକାରକ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

ପ୍ରାର୍ଥୀ ibpsonline.ibps.in/rbidec21/ ରେ କ୍ଲିକ କରି ଆବେଦନ କରିପାରିବେ। ଏହାଛଡା opportunities.rbi.org.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀରେ ଆବେଦନ କରିବା ପାଇଁ ୧୫ ଜାନୁଆରୀରୁ ଆବେଦନ ଆରମ୍ଭ ହୋଇଯାଇଛି । ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୪ ୨୦୨୨ ରହିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମୋଟ୍ ୧୨ଟି ପଦବୀ ପାଇଁ ଯୋଗ୍ୟ ଓ ଆଶାୟୀମାନେ ଆବେଦନ କରିପାରିବେ । ଲ ଅଫିସର(ଗ୍ରେଡ ବି) ପାଇଁ ୨ଟି ପଦବୀ,ମ୍ୟାନେଜର(ଟେକ୍ନିକାଲ-ସିଭିଲ) ପାଇଁ ୬ଟି ପଦବୀ,ମ୍ୟାନେଜର( ଟେକ୍ନିକାଲ-ଇଲେକ୍ଟ୍ରିକାଲ୍ସ) ପାଇଁ ୩ଟି ପଦବୀ,ଲାଇବ୍ରେରୀ ପ୍ରଫେସନାଲ (ଆସିଷ୍ଟାଣ୍ଟ ଲାଇବ୍ରେରିଆନ) ଗ୍ରେଡ ଏ ପାଇଁ ୧ଟି ପଦବୀ,ଆର୍କିଟେକ ଗ୍ରେଡ ଏ ପାଇଁ ୧ଟି ପଦବୀ,ଫୁଲ ଟାଇମ କ୍ୟୁରେଟର ପାଇଁ ୧ଟି ପଦବୀ ରହିଛି ।

ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା:

ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ସମସ୍ତ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି । ଏହି ସବୁ ପଦବୀ ପାଇଁ ୨୧ ବର୍ଷରୁ ୫୦ ବର୍ଷ ହୋଇଥିବା ପ୍ରାର୍ଥୀ ଆବେଦନ କରିପାରିବେ।

ପଦବୀ ପାଇଁ ଚୟନ ପ୍ରକ୍ରିୟା:

  • ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା ଆଧାରରେ କରାଯିବ।
  • ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
  • ଆବେଦନକାରୀ ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ।