• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭାରତର ଅନେକ ଯୁବକ ମଧ୍ୟ ଭାରତ ଅଧିନସ୍ଥ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(GAIL) ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥାନ୍ତି। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ଆପଣଙ୍କ ପାଇଁ। ଏନେଇ GAIL ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଅଣ-କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

ଏହି ନିଯୁକ୍ତି ମାଧ୍ୟମରେ କେମିକାଲ୍, ସିଭିଲ୍, ମେକାନିକାଲ୍, ଇଲେକ୍ଟ୍ରିକାଲ୍, ଇନଷ୍ଟ୍ରୁମେଣ୍ଟେସନ୍, ବଏଲର ଅପରେସନ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅଣ-କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ପାଖାପାଖି ୪ ଶହ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: WCR Apprentice Recruitment 2024: ରେଳବାଇରେ ପୂରଣ ହେବ ୩ ହଜାରରୁ ଅଧିକ ପଦବୀ; ଦଶମ ପାଶ୍‌ କରିଥିଲେ ସୁଯୋଗ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ GAILର ଅଫିସିଆଲ୍ ୱେବ୍‌ସାଇଟ୍‌ gailonline.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ GAIL Non-Executive Recruitment 2024 Apply for 391 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୮ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୭ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଜୁନିୟର ଇଞ୍ଜିନିୟର (କେମିକାଲ୍) – ୦୨ଟି ପୋଷ୍ଟ୍
  • ଜୁନିୟର ଇଞ୍ଜିନିୟର (ମେକାନିକାଲ୍) – ୦୧ଟି ପୋଷ୍ଟ୍
  • ଫୋରମ୍ୟାନ୍ (ଇଲେକ୍ଟ୍ରିକାଲ୍) – ୦୧ଟି ପୋଷ୍ଟ୍
  • ଫୋରମ୍ୟାନ୍ (ଇନ୍‌ଷ୍ଟ୍ରୁମେଣ୍ଟେସନ୍‌) – ୧୪ଟି ପୋଷ୍ଟ୍
  • ଫୋରମ୍ୟାନ୍ (ସିଭିଲ୍) – ୦୬ଟି ପୋଷ୍ଟ୍
  • ଜୁନିଅର ଅଧୀକ୍ଷକ (ସରକାରୀ ଭାଷା) – ୦୫ଟି ପୋଷ୍ଟ୍
  • ଜୁନିଅର କେମିଷ୍ଟ – ୦୮ଟି ପୋଷ୍ଟ୍
  • ଜୁନିଅର ଆକାଉଣ୍ଟାଣ୍ଟ – ୧୪ଟି ପୋଷ୍ଟ୍
  • ଟେକ୍‌ନିକାଲ୍ ଆସିଷ୍ଟାଣ୍ଟ୍ (ଲାବୋରେଟୋରୀ) – ୦୩ଟି ପୋଷ୍ଟ୍
  • ଅପରେଟର୍ (କେମିକାଲ୍) – ୭୩ଟି ପୋଷ୍ଟ୍
  • ଟେକ୍ନିସିଆନ୍ (ଇଲେକ୍ଟ୍ରିକାଲ୍) – ୪୪ଟି ପୋଷ୍ଟ୍
  • ଟେକ୍ନିସିଆନ୍ (ଇନ୍‌ଷ୍ଟ୍ରୁମେଣ୍ଟେସନ୍) – ୪୫ଟି ପୋଷ୍ଟ୍
  • ଟେକ୍ନିସିଆନ୍ (ମେକାନିକାଲ୍) – ୩୯ଟି ପୋଷ୍ଟ୍
  • ଟେକ୍ନିସିଆନ୍ (ଟେଲିକମ୍ ଏବଂ ଟେଲିମେଟ୍ରି) – ୧୧ଟି ପୋଷ୍ଟ୍
  • ଅପରେଟର (ଅଗ୍ନି ନିର୍ବାପକ) – ୩୯ଟି ପୋଷ୍ଟ୍
  • ଅପରେଟର୍ (ବଏଲର) – ୦୮ଟି ପୋଷ୍ଟ୍
  • ଆକାଉନ୍‌ଟାଣ୍ଟ୍ ଆସିଷ୍ଟାଣ୍ଟ୍ – ୧୩ଟି ପୋଷ୍ଟ୍
  • ବ୍ୟବସାୟ ସହାୟକ – ୬୫ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
     

ଅଧିକ ପଢ଼ନ୍ତୁ: Railway Recruitment 2024: ରେଳବାଇରେ ଚାକିରି ସୁଯୋଗ; ଦଶମ ପାଶ୍ କରିଥିବା ପିଲା ନେବେ ଫାଇଦା

ଯୋଗ୍ୟତା:

  • ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ପ୍ରାସଙ୍ଗିକ ବିଷୟରେ ଡିଗ୍ରୀ ହାସଲ କରିଥିବା ଉଚିତ
  • ଆବଶ୍ୟକ କାର୍ଯ୍ୟ ଅଭିଜ୍ଞତା ବିଭିନ୍ନ ପୋଷ୍ଟଗୁଡିକରେ ଭିନ୍ନ ଅଟେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୦୭।୦୯।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୪,୫୦୦ଟଙ୍କା
  • ସର୍ବାଧିକ ଦରମା – ୧,୩୮,୦୦୦ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ EWS/ OBC (NCL) – ୫୦ଟଙ୍କା
  • SC/ ST/ PwBD / – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • କମ୍ପ୍ୟୁଟର ଟେଷ୍ଟ୍
  • ଟ୍ରେଡ୍ ଟେଷ୍ଟ୍
  • ସ୍କିଲ୍ ଟେଷ୍ଟ୍
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • GAILର ଅଫିସିଆଲ୍ ୱେବସାଇଟ୍‌ gailonline.com କୁ ଯାଆନ୍ତୁ
  • ମେନୁ ବାର୍‌ରେ Career ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
  • Applying to GAIL ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
  • ପରବର୍ତ୍ତୀ ପୃଷ୍ଠାରେ ଆପଣ GAIL ଇଣ୍ଡିଆ ଲିମିଟେଡ୍‌ର ସମସ୍ତ ନୂତନ ନିଯୁକ୍ତି ପାଇବେ
  • Non-Executiveଙ୍କ ପାଇଁ ବିଭିନ୍ନ ବିଭାଗର କ୍ୟାରିୟରରେ ଥିବା “Application Form” ଲିଙ୍କରେ କ୍ଲିକ୍ କରନ୍ତୁ
  • ପଞ୍ଜୀକରଣ ଏବଂ ଆବେଦନ ପ୍ରକ୍ରିୟା ସହିତ ଆଗକୁ ବଢନ୍ତୁ
  • ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
  • ଫର୍ମ Submit କରନ୍ତୁ
  • ଫର୍ମ ଦାଖଲ ହେବା ପରେ ଏହାକୁ ଡାଉନ୍‌ଲୋଡ୍ କରନ୍ତୁ ଏବଂ ଏହାର ଏକ କପି ପାଖରେ ରଖନ୍ତୁ

ଅଧିକ ପଢ଼ନ୍ତୁ: RRB JE Recruitment: RRBରେ ପୂରଣ ହେବ ଜୁନିୟର୍ ଇଂଜିନିୟରିଂ ପଦବୀ; ପାଖାପାଖି ୮ହଜାର ପିଲା ନେବେ ସୁଯୋଗ

OTV is now on Whatsapp

Join and get latest news update delivered to you via whatsapp

Join Now