Advertisment

Railway Recruitment 2024: ରେଳବାଇରେ ଚାକିରି ସୁଯୋଗ; ଦଶମ ପାଶ୍ କରିଥିବା ପିଲା ନେବେ ଫାଇଦା

ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣ ପାଇଁ। ଏନେଇ ରେଳ ନିଯୁକ୍ତି ସେଲ୍ (RRC) ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Railway Recruitment 2024

Railway Recruitment 2024

ଭାରତୀୟ ରେଳବାଇ ପ୍ରାୟ ସମୟରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରେ। ଭାରତର ଅନେକ ପ୍ରାର୍ଥୀ ମଧ୍ୟ ଏନେଇ ଆଶାୟୀ ଥାଆନ୍ତି। ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣ ପାଇଁ। ଏନେଇ ରେଳ ନିଯୁକ୍ତି ସେଲ୍ (RRC) ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଲେବଲ ୧, ଲେବଲ୍ ୨ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ତେବେ ଦ୍ୱାଦଶ ପାଶ୍‌ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ସ୍କାଉଟ୍ ଓ ଗାଇଟ୍ କୋଟା ଅନୁସାରେ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବ୍‌ସାଇଟ୍‌ rrccr.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Railway Recruitment 2024 Apply for 12 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୯ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ଅଗଷ୍ଟ ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଏହି ନିଯୁକ୍ତି ଅନୁସାରେ ମୋଟ୍ ୧୨ଟି ପୋଷ୍ଟ୍ ପୂରଣ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଲେବଲ୍-୨ – ପ୍ରାର୍ଥୀମାନେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ ୫୦% ମାର୍କ ସହିତ ଦ୍ୱାଦଶ ଶ୍ରେଣୀ ପାଶ୍ କରିଥିବା ଆବଶ୍ୟକ। ଏତଦ୍ ବ୍ୟତୀତ, ITI ସାର୍ଟିଫିକେଟ୍ ରହିବା ଉଚିତ।
  • ଲେବଲ୍-୧ – ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ୍ ପାଶ୍ କରିଥିବେ ଏବଂ ସେମାନଙ୍କର NCVT ଦ୍ୱାରା ଅନୁମୋଦିତ ITI ପ୍ରମାଣପତ୍ର ମଧ୍ୟ ଥିବ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୦/୩୩ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ମନୋନୀତ ପ୍ରାର୍ଥୀଙ୍କୁ ଲେବଲ୍-୧ ଏବଂ ଲେବଲ୍-୨ ଅନୁସାରେ ମାସିକ ଦରମା ପ୍ରଦାନ କରାଯିବ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୫୦୦ଟଙ୍କା
  • SC/ ST/ESM/ ଦିବ୍ୟାଙ୍ଗ – ୨୫୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Indian Railways Indian Railway Jobs Govt Jobs Job Search Job Seekers
Advertisment
Advertisment