/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679919275.jpg)
EPFO Recruitment
ସରକାରୀ ଚାକିରି ପାଇଁ ପ୍ରସ୍ତୁତି ହେଉଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। EPFO ​​ଅନେକଗୁଡିଏ ପଦବୀ ପାଇଁ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି। ଯଦି ଆପଣ ଦ୍ୱାଦଶ ପାସ୍ କରିଛନ୍ତି କିମ୍ବା ସ୍ନାତକ ଶେଷ କରିଛନ୍ତି ତେବେ ଆପଣ ମଧ୍ୟ ଏହି ଚାକିରି ପାଇଁ ଆବେଦନ କରିପାରିବେ।
Advertisment
ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଏହାର ଅଫିସିଆଲ୍ ୱେବସାଇଟ୍ epfindia.gov.in କୁ ଯାଇ ଅନଲାଇନ୍ ମୋଡ୍ ରେ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ ଏଠାରେ Recruitments_PDFs/Advertisement_for_SSA_24032023.pdf କ୍ଲିକ୍ କରନ୍ତୁ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ ଆରମ୍ଭ : ୨୭ ମାର୍ଚ୍ଚ
- ଆବେଦନ ଶେଷ : ୨୬ ଏପ୍ରିଲ
ପୋଷ୍ଟ ସଂଖ୍ୟା:
- ମୋଟ ପୋଷ୍ଟ - ୨,୮୫୯
- ସୋସିଆଲ୍ ସିକ୍ୟୁରିଟି ଆସିଷ୍ଟାଣ୍ଟ୍ - ୨୬୭୪ଟି ପୋଷ୍ଟ
- ଷ୍ଟେନୋଗ୍ରାଫର - ୧୮୬ଟି ପୋଷ୍ଟ
Advertisment
ଅଧିକ ପଢ଼ନ୍ତୁ: CPRIରେ ନିଯୁକ୍ତି ହେବ ଅନେକ ପଦବୀ; ଦରମା ୧,୪୨,୪୦୦ ଟଙ୍କା
ଯୋଗ୍ୟତା:
- ସୋସିଆଲ୍ ସିକ୍ୟୁରିଟି ଆସିଷ୍ଟାଣ୍ଟ୍ - ସ୍ନାତକ ହାସଲ ସହିତ ପ୍ରାର୍ଥୀ ଇଂରାଜୀରେ ମିନିଟ୍ରେ ୩୫ ଶବ୍ଦ ଏବଂ ହିନ୍ଦୀରେ ପ୍ରତି ମିନିଟ୍ରେ ୩୦ ଶବ୍ଦ ଟାଇପ୍ କରିପାରୁଥିବେ
- ଷ୍ଟେନୋଗ୍ରାଫର - ପ୍ରାର୍ଥୀ ଦ୍ୱାଦଶ ପାଶ କରିବା ସହିତ ପ୍ରତି ମିନିଟ୍ରେ ୮୦ ଶବ୍ଦର ଡିକ୍ଟେସନ ନେଇପାରୁଥିବେ ଏବଂ ଅନ୍ୟ ଟାଇପିଂ କ୍ଷମତା ମଧ୍ୟ ଥିବ
ବୟସ ସୀମା:
- ସର୍ବନିମ୍ନ ବୟସ – ୧୮ ବର୍ଷ
- ସର୍ବାଧିକ ବୟସ – ୨୭ ବର୍ଷ
- ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସରେ କୋହଳ ମିଳିବ
ଆବେଦନ ଶୁଳ୍କ:
- ଜେନେରାଲ / ଇଡବ୍ଲୁଏସ୍ / ଓବିସି ବର୍ଗ - ୭୦୦ ଟଙ୍କା
- ଏସସି / ଏସଟି /PwBD / ମହିଳା ପ୍ରାର୍ଥୀ / ପୂର୍ବତନ ଚାକିରିଆ – ଦେୟ ମୁକ୍ତ
ଦରମା:
- ସୋସିଆଲ୍ ସିକ୍ୟୁରିଟି ଆସିଷ୍ଟାଣ୍ଟ୍ – ୨୯,୨୦୦ ରୁ ୯୨,୩୦୦ଟଙ୍କା
- ଷ୍ଟେନୋଗ୍ରାଫର - ୨୫,୫୦୦ ରୁ ୮୧,୧୦୦ଟଙ୍କା
ଚୟନ ପ୍ରକ୍ରିୟା:
- କମ୍ପ୍ୟୁଟର ଆଧାରିତ ଲିଖିତ ପରୀକ୍ଷା
- କମ୍ପ୍ୟୁଟର ଟାଇପିଂ ପରୀକ୍ଷା
- ଷ୍ଟେନୋଗ୍ରାଫର୍ ପୋଷ୍ଟ୍ଗୁଡିକ ପାଇଁ ଟାଇପ୍ ପରୀକ୍ଷା ପରିବର୍ତ୍ତେ ଷ୍ଟେନୋ ସ୍କିଲ୍ ଟେଷ୍ଟ୍ ହେବ
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବସାଇଟ୍ epfindia.gov.in କୁ ଯାଆନ୍ତୁ
- ହୋମ୍ପେଜ୍ରେ, SSA ଏବଂ ଷ୍ଟେନୋ ପୋଷ୍ଟ ପାଇଁ ଥିବା ଲିଙ୍କ୍କୁ ଯାଆନ୍ତୁ
- ଆପଣଙ୍କର ବିବରଣୀ ଦେଇ ଲଗ୍ ଇନ୍ କରନ୍ତୁ ଏବଂ ଆଗକୁ ଯାଆନ୍ତୁ
- ଯେଉଁ ପୋଷ୍ଟ ପାଇଁ ଆବେଦନ କରୁଛନ୍ତି ତାହା ପାଇଁ ଆବେଦନ ଫର୍ମ ପୂରଣ କରନ୍ତୁ
- ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ
- ଭବିଷ୍ୟତ ଆବଶ୍ୟକତା ପାଇଁ ଶେଷ ପୃଷ୍ଠାକୁ ଡାଉନଲୋଡ୍ ଏବଂ ସେଭ୍ କରନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)