Advertisment

CPRIରେ ନିଯୁକ୍ତି ହେବ ଅନେକ ପଦବୀ; ଦରମା ୧,୪୨,୪୦୦ ଟଙ୍କା

CPRIରେ ଅନେକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିଯୁକ୍ତି ପାଇଁ ଫର୍ମଗୁଡିକ କେବଳ ଅନଲାଇନରେ ଦାଖଲ ହେଉଛି। ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ପଢନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
CPRI Recruitment 2023

CPRI ନିଯୁକ୍ତି ହେବ ଅନେକ ପଦବୀ; ଦରମା ୧,୪୨,୪୦୦ ଟଙ୍କା

କେନ୍ଦ୍ରୀୟ ଶକ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (CPRI) ଇଞ୍ଜିନିୟରିଂ ଅଫିସର୍‌, ଟେକ୍ନିସିଆନ, ଆସିଷ୍ଟାଣ୍ଟ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବା ପୂର୍ବରୁ ସରକାରୀ ବିଜ୍ଞପ୍ତିକୁ ଭଲଭାବେ ପଢିବାକୁ ଅନୁରୋଧ କରାଯାଇଛି। ନିଯୁକ୍ତି ପାଇଁ ଫର୍ମଗୁଡିକ କେବଳ ଅନଲାଇନରେ ଦାଖଲ ହେଉଛି।

Advertisment

ଚଳିତ ବର୍ଷ ମୋଟ ୯୯ଟି ପଦବୀ ପୂରଣ ହେବ। ଆବେଦନ କରିବା ପାଇଁ CPRIର ଅଫିସିଆଲ୍ ୱେବସାଇଟ୍ cpri.res.in ମାଧ୍ୟମରେ କ୍ୟାରିୟର ବିଭାଗକୁ ଯିବାକୁ ପଡିବ। ଯେଉଁ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକରେ ନିଯୁକ୍ତି ହେବାକୁ ଚାହୁଁଛନ୍ତି, ସେମାନେ ଦିଆଯାଇଥିବା ଏହି ସମସ୍ତ ବିଶେଷ ତଥ୍ୟ ଉପରେ ନଜର ପକାଇବା ଜରୁରୀ।

ଅଧିକ ପଢ଼ନ୍ତୁ: SSCରେ ନିଯୁକ୍ତି ପାଇଁ ଚାଲିଛି ଆବେଦନ; ହାତଛଡା କରନ୍ତୁ ନାହିଁ

ଜରୁରୀ ତାରିଖ:

  • ଆବେଦନ ପ୍ରକ୍ରିୟା ଆରମ୍ଭ ତାରିଖ - ୨୪ ମାର୍ଚ୍ଚ
  • ଆବେଦନ କରିବାର ଶେଷ ତାରିଖ - ୧୪ ଏପ୍ରିଲ୍
Advertisment

ଯୋଗ୍ୟତା:

ଟେକ୍ନିସିଆନ୍ ଗ୍ରେଡ୍ ୧-

  • ଇଲେକ୍ଟ୍ରିକାଲ୍‌ରେ ITI ଟ୍ରେଡ୍ ପ୍ରମାଣପତ୍ର ରହିବା ଉଚିତ

ଇଞ୍ଜିନିୟରିଂ ଅଫିସର ଗ୍ରେଡ୍ ୧-

  • ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ / ଇଲେକ୍ଟ୍ରିକାଲ୍ ଆଣ୍ଡ୍‌ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ / ଇଲେକ୍ଟ୍ରୋନିକ୍ସ ଏବଂ ସଂଚାର ଇଞ୍ଜିନିୟରିଂ / ମେକାନିକାଲ୍ ଇଞ୍ଜିନିୟରିଂ / ସିଭିଲ୍ ଇଞ୍ଜିନିୟରିଂରେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜିରେ ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରୀ
  • ୨୦୨୧ କିମ୍ବା ୨୦୨୨ କିମ୍ବା ୨୦୨୩ରେ ଏକ ବୈଧ GATE Score ରହିବା ଉଚିତ।

ସହକାରୀ ଗ୍ରେଡ୍ II-

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ BA / B.Sc/ B.Com/ BBA / BBM / BCA ଡିଗ୍ରୀ
  • ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଇନ୍‌ଫର୍‌ମେସନ ଟେକ୍ନୋଲୋଜୀ(NIELIT) ଦ୍ୱାରା ବେସିକ୍ କମ୍ପ୍ୟୁଟର କୋର୍ସ(BCC)ରେ ସର୍ବନିମ୍ନ ଗ୍ରେଡ୍-ବି ସାର୍ଟିଫିକେଟ୍

ବୟସ ସୀମା:

  • ବିଭିନ୍ନ ପୋଷ୍ଟ ପାଇଁ ବୟସ ଅଲଗା
  • ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସରେ କୋହଳ କରାଯିବ
  • ଅଧିକ ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ

ପୋଷ୍ଟ୍‌ ସଂଖ୍ୟା:

  • ଟେକ୍ନିସିଆନ୍ - ୨୪ ଟି ପୋଷ୍ଟ୍‌
  • ଇଞ୍ଜିନିୟରିଂ ଅଫିସର ଗ୍ରେଡ୍ ୧ - ୪୦ ଟି ପୋଷ୍ଟ୍‌
  • ସହକାରୀ ଗ୍ରେଡ୍ ୨ – ୧୮ ଟି ପୋଷ୍ଟ୍‌
  • ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ - ୧୩ ଟି ପୋଷ୍ଟ
  • ବୈଜ୍ଞାନିକ ସହାୟକ – ୪ ଟି ପୋଷ୍ଟ

ଆବେଦନ ଶୁଳ୍କ:

  • ଇଞ୍ଜିନିୟରିଂ ଅଫିସର ଗ୍ରେଡ୍ ୧, ବୈଜ୍ଞାନିକ ସହାୟକ, ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ - ୧, ୦୦୦ଟଙ୍କା
  • ଟେକ୍ନିସିଆନ ଗ୍ରେଡ୍ ୧, ସହକାରୀ ଗ୍ରେଡ୍ II – ୫୦୦ ଟଙ୍କା
  • SC / ST / PWBD / ପୂର୍ବତନ ସୈନିକ / ମହିଳା ପ୍ରାର୍ଥୀ ଏବଂ CPRI ବିଭାଗୀୟ ପ୍ରାର୍ଥୀ – ଦେୟ ମୁକ୍ତ

ଦରମା:

  • ଟେକ୍ନିସିଆନ୍(ଲେବଲ–୨): ୧୯,୯୦୦ଟଙ୍କା - ୬୩,୨୦୦ ଟଙ୍କା
  • ଇଞ୍ଜିନିୟରିଂ ଅଫିସର ଗ୍ରେଡ୍ ୧ (ଲେବଲ–୭): ୪୪,୯୦୦ ଟଙ୍କା - ୧,୪୨,୪୦୦ ଟଙ୍କା
  • ସହକାରୀ ଗ୍ରେଡ୍ ୨(ଲେବଲ୍–୪): ୨୫,୫୦୦ ଟଙ୍କା - ୮୧,୧୦୦ ଟଙ୍କା
  • ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ (ଲେବଲ୍–୬): ୩୫,୪୦୦ଟଙ୍କା - ୧,୧୨,୪୦୦ ଟଙ୍କା
  • ବୈଜ୍ଞାନିକ ସହାୟକ(ଲେବଲ୍–୬): ୩୫,୪୦୦ଟଙ୍କା - ୧,୧୨,୪୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଇଞ୍ଜିନିୟରିଂ ଅଫିସର ଗ୍ରେଡ୍ ୧ - ୨୦୨୧/୨୦୨୨/୨୦୨୩ ବର୍ଷର ବୈଧ GATE ସ୍କୋର ଉପରେ ଆଧାରିତ
  • ଅନ୍ୟା ପଦବୀ - କମ୍ପ୍ୟୁଟର ଆଧାରିତ ପରୀକ୍ଷା ଏବଂ ଟ୍ରେଡ୍ ପରୀକ୍ଷା / ଦକ୍ଷତା ପରୀକ୍ଷା

ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Govt Jobs
Advertisment
Advertisment