Advertisment

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଆପଣ ବ୍ୟଙ୍କରେ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ତୁରନ୍ତ କରନ୍ତୁ ଆବେଦନ।

author-image
Pallipuspa Samal
bank job

bank job

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚାକିରି ନିଯୁକ୍ତି ।ଯଦି ୧୨ସ ପାସ୍‌ କରିଥାନ୍ତି, ତେବେ ତୁରନ୍ତ ଆବେଦନ କରନ୍ତୁ। ପଶ୍ଚିମବଙ୍ଗର ବର୍ଦ୍ଧମାନ ଏବଂ ବିହାର ଚମ୍ପାରଣ ଜିଲ୍ଲାରେ ଏହି ନିଯୁକ୍ତି ମିଳିବ। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଫିସିଆଲ ୱେବସାଇଟ୍‌ pnbindia.in କୁ ଯାଇ ନୋଟିଫିକେସନ ଦେଖିପାରିବେ। ଆବେଦନ କରିବାର ଶେଷ ତାରିଖ ୨୧ ମାର୍ଚ୍ଚ ୨୦୨୨ ରହିଛି।

Advertisment

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମୋଟ୍ ୧୫ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ। ଇଚ୍ଛୁକ ପ୍ରାର୍ଥୀ ୧୨ସ୍‌ ପାସ୍‌ କରିଥିବା ଜରୁରୀ। ଏହାଛଡା ଇଂଲିଶରେ ପଢିବା ଏବଂ ଲେଖିବା ନିତାନ୍ତ ଜରୁରୀ। ଗ୍ରାଜୁଏସନ ପାସ୍‌ କରିଥିଲେ ଏହି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ।

ପଦବୀ ପାଇଁ ଦରମା:

ଚୟନିତ ପ୍ରାର୍ଥୀଙ୍କ ଦରମା ମାସିକ ୧୪,୫୦୦ ରୁ ୨୮,୧୪୫ ଟଙ୍କା ରହିଛି। ସରଂକ୍ଷିତ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ରିହାତି ମିଳିବ। ଏସସି ଏବଂ ଏସଟି ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷର ରିହାତି ମିଳିବ।

Advertisment
Bank Jobs
Advertisment
Advertisment