/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648101441.jpg)
pgcil recruitment
ପାଓ୍ଵାର ଗ୍ରୀଡ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL) ଖାଲିପଡିଛି ଡିପ୍ଲୋମା ଟ୍ରେନି ପଦବୀ। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ପିଜିସିଆଇଏଲର ଅଫିସିଆଲ ୱେବସାଇଟ www.powergrid.comକୁ ଯାଇ ଡିପ୍ଲୋମା ଟ୍ରେନି ପଦବୀ ପାଇଁ ଆବେଦନ କରିପାରିବେ। ପିଜିସିଆଇଏଲର ଏହି ନିଯୁକ୍ତି ଲଦାଖ ଏବଂ କଶ୍ମୀର ରିଜନ ପାଇଁ ହେବ। ଏଥି ମଧ୍ୟରୁ ୫ଟି ପଦ କଶ୍ମୀର ଆଉ ବାକି ଲଦାଖ ପାଇଁ ହେବ।
ପାଓ୍ଵାର ଗ୍ରୀଡ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL) ପକ୍ଷରୁ ମୋଟ୍୧୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦବୀ ଆବେଦନ ପାଇଁ ୨୧ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୦ ଏପ୍ରିଲ ୨୦୨୨ରେ ହେବ।
ବୟସ ସୀମା:
ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ଏହି ପଦବୀ ପାଇଁ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ ହେବ। ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ।
ଆବେଦନ ଶୁଳ୍କ:
ପିଜିସିଆଇଏଲରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ ୩୦୦ ଟଙ୍କାର ଆବେଦନ ଶୁଳ୍କ ଭରିବାକୁ ହେବ। ସଂରକ୍ଷିତ ଶ୍ରେଣୀ ଏବଂ ଦିବ୍ୟାଙ୍ଗ ପାଇଁ କୌଣସି ଶୁଳ୍କ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)