• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପୂର୍ବତଟ ରେଳବାଇରେ ଖାଲିପଡିଛି ୭୫୬ଟି ପଦବୀ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ପୂର୍ବତଟ ରେଳବାଇରେ ଖାଲିପଡିଛି ୭୫୬ଟି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଭୁବନେଶ୍ୱର ରେଲୱେ ରିକ୍ରୁମେଣ୍ଟ୍ ସେଲ୍, ଅଫିସିଆଲ୍ ସାଇଟ୍ rrcbbs.org.in ମାଧ୍ୟମରେ ଆବେଦନ କରିପାରିବେ। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଖାଲିଥିବା ଆବେଦନ କରିବାର ଶେଷ ତାରିଖ ୨୦୨୨ ମାର୍ଚ୍ଚ ୭ ପର୍ଯ୍ୟନ୍ତ ରହିଛି ।

ପଦବୀ ପାଇଁ ବୟସ ଓ ଶିକ୍ଷାଗତ ଯୋଗ୍ୟତା:

ଏହି ପଦବୀ ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ଓ ଏହା ସହ ତାଙ୍କର କୌଣସି ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସହିତ NCVT / SCVT ଦ୍ଵାରା ସାର୍ଟିଫିକେଟ ଇସୁ ହୋଇଥିବା ଦରକାର। ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ସୀମା ୧୫ ରୁ ୨୪ ବର୍ଷ ମଧ୍ୟରେ।

ପଦବୀ ଚୟନ:

  • ମେରିଟ୍ ତାଲିକା ଆଧାରରେ ଏହି ପଦବୀଗୁଡ଼ିକରେ ପ୍ରାର୍ଥୀ ଚୟନ କରାଯିବ ।
  • ମେଟ୍ରିକରେ ହାରାହାରି ସର୍ବନିମ୍ନ ୫୦ ପ୍ରତିଶତ (ଏଗ୍ରିଗେଟ୍) ମାର୍କ ଏବଂ ITI ମାର୍କ ନେଇ ମେରିଟ୍ ଲିଷ୍ଟ ତିଆରି କରାଯିବା।
  • ପ୍ରଥମେ ସର୍ଟଲିଷ୍ଟ କରାଯାଇଥିବା କ୍ୟାଣ୍ଡିଡେଟଙ୍କ ଡକ୍ୟୁମେଣ୍ଟ / ସାର୍ଟିଫିକେଟ୍ ଯାଞ୍ଚ କରାଯାଇ ତାଙ୍କୁ ସାକ୍ଷାତକାର ପାଇଁ ଡକାଯିବ।
  • ପ୍ରାର୍ଥୀଙ୍କୁ ଆବେଦନ-ଫି ପାଇଁ କେବଳ ୧୦୦ ଟଙ୍କା ଦେବାକୁ ପଡିବ।
  • ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ।
  • ତେବେ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଅଫିସିଆଲ୍ ପେଜରୁ ନୋଟିଫିକେସନ ପଢ଼ିବା ଦରକାର।