• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପୂର୍ବତଟ ରେଳୱେରେ କରନ୍ତୁ ଚାକିରି

ଆପଣ ରେଲୱେରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଇଷ୍ଟକୋଷ୍ଟ ରେଳବାଇ (ECR) ପକ୍ଷରୁ  ନର୍ସିଂ ସୁପରିଟେଣ୍ଡେଣ୍ଟ , ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ପ୍ରାର୍ଥୀ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଘୋଷଣା କରିଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଡିସେମ୍ବର ୩୧, ୨୦୨୨ ପୂର୍ବରୁ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ପ୍ରମାଣପତ୍ରର ସ୍କାନ୍ ହୋଇଥିବା କପି ପଠାଇ ଏଥିପାଇଁ ଆବେଦନ କରିପାରିବେ ।

ଦରମା ଓ ଶିକ୍ଷାଗତ ଯୋଗ୍ୟତା :

ନର୍ସିଂ ସୁପରିଟେଣ୍ଡେଣ୍ଟ ପାଇଁ ୪୪୯୦୦ ଟଙ୍କା ଦରମା ରଖାଯାଇଛି,ଫାର୍ମାସିଷ୍ଟ ପଦବୀ ପାଇଁ ୨୯୨୦୦ ଟଙ୍କା, ହସ୍ପିଟାଲ୍ ଆଟେଣ୍ଡାଣ୍ଟ ପଦବୀ ଓ ହାଉସ୍ କିପିଙ୍ଗ୍ ଆସିଷ୍ଟାଣ୍ଟ ପଦବୀ ପାଇଁ ୧୮୦୦୦ ଟଙ୍କା ରଖାଯାଇଛି । ସେହିପରି

ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀ ପାଇଁ ପ୍ରାର୍ଥୀମାନେ ପଞ୍ଜୀକୃତ ନର୍ସ ଏବଂ ମିଡୱାଇଫ୍ ଭାବରେ ୩ ବର୍ଷ ପାଠ୍ୟକ୍ରମର ସାର୍ଟିଫିକେଟ୍ ପାସ କରିଥିବା ଆବଶ୍ୟକ । କିମ୍ବା ଅନ୍ୟ ଅନୁଷ୍ଠାନରୁ B.Sc ନର୍ସିଂ B.Sc (ନର୍ସିଂ) ଡିଗ୍ରୀ ଯାହା ଭାରତୀୟ ନର୍ସିଂ କାଉନସିଲ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଦରକାର । ସେହିପରି ଫାର୍ମାସିଷ୍ଟ ପଦବୀ ପାଇଁ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଫାର୍ମାସିରେ ଡିପ୍ଲୋମା ସହିତ ୧୦ମ ,+ ୨ ବିଜ୍ଞାନ ପାସ୍ କରିଥିବା ଦରକାର । ମାନ୍ୟତାପ୍ରାପ୍ତ ପ୍ରତିଷ୍ଠାନ ବା ବିଶ୍ୱବିଦ୍ୟାଳୟରୁ ଫାର୍ମାସିରେ ଫାର୍ମାସିଷ୍ଟ କିମ୍ବା ସ୍ନାତକୋତ୍ତର ଡିଗ୍ରୀ (B.Pharma) ରହିବା ଉଚିତ୍ । ହାଉସ୍ କିପିଙ୍ଗ୍ ଆସିଷ୍ଟାଣ୍ଟ, ହସ୍ପିଟାଲ୍ ଆଟେଣ୍ଡାଣ୍ଟ ପଦବୀ ପାଇଁ ପ୍ରାର୍ଥୀମାନେ ମାଟ୍ରିକ୍ କିମ୍ବା ଏସ୍.ସି.ସି ପାସ୍ କରିଥିବା ଉଚିତ୍ ।

ମୋଟ ପଦବୀ ବିବରଣୀ:

ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀ ପାଇଁ ୪ ଟି ପୋଷ୍ଟ,ଫାର୍ମାସିଷ୍ଟ ପଦବୀ ପାଇଁ ୨ ଟି ପୋଷ୍ଟ,ହସ୍ପିଟାଲ୍ ଆଟେଣ୍ଡାଣ୍ଟ ପଦବୀ ପାଇଁ ୪ ଟି ପୋଷ୍ଟ,ହାଉସ କିପିଙ୍ଗ ଆସିଷ୍ଟାଣ୍ଡ ପଦବୀ ପାଇଁ ୪ ଟି ପୋଷ୍ଟ ରହିଛି ।