Advertisment

DRDO ଜୁନିୟର ରିସର୍ଚ୍ଚ ଫେଲୋ ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ

DRDO SAG recruitment 2021: ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନ ଡିଆରଡିଓରେ ପୂରଣ ହେବ ଜୁନିୟର ରିସର୍ଚ୍ଚ ଫେଲୋ ପଦବୀ। ଖାଲି ପଡ଼ିଥିବା ୯ଟି ପଦବୀ ପାଇଁ ଡିଆରଡିଓ ସାଇଣ୍ଟିଫିକ ଟିମ୍‌ ଇଚ୍ଛକ ପ୍ରାର୍ଥୀଙ୍କଠାରୁ ଆବେଦନ ପତ୍ର ଆହ୍ୱାନ କରିଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
drdo sag recruitment 2021

drdo sag recruitment 2021

ନୂଆଦିଲ୍ଲୀ: DRDO SAG recruitment 2021: ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନ ଡିଆରଡିଓରେ ପୂରଣ ହେବ ଜୁନିୟର ରିସର୍ଚ୍ଚ ଫେଲୋ ପଦବୀ। ଖାଲି ପଡ଼ିଥିବା ୯ଟି ପଦବୀ ପାଇଁ ଡିଆରଡିଓ ସାଇଣ୍ଟିଫିକ ଟିମ୍‌ ଇଚ୍ଛକ ପ୍ରାର୍ଥୀଙ୍କଠାରୁ ଆବେଦନ ପତ୍ର ଆହ୍ୱାନ କରିଛନ୍ତି। ଏଠି କହିରଖିବୁ,  କ୍ରିପ୍ଟୋଲଜି କ୍ଷେତ୍ରରେ କାମ କରିବା ପାଇଁ ପ୍ରାର୍ଥୀଙ୍କଠାରୁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ଏହି ନିଯୁକ୍ତି ଅବଧି ୨ ବର୍ଷ ପାଇଁ ବୋଲି କୁହାଯାଇଛି। 
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ତେବେ ରୋଜଗାର ସମାଚାରରେ ବିଜ୍ଞାପନ ପ୍ରକାଶନର ୨୧ ଦିନ ମଧ୍ୟରେ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କୁ କୁହାଯାଇଛି । ସୂଚନାଥାଉ କି, ଏହି ବିଜ୍ଞାପନ ରୋଜଗାର ସମାଚାରରେ ସେପ୍ଟେମ୍ବର ୧୮ ତାରିଖ ପ୍ରକାଶ ପାଇଛି। 
ବୟସ ସୀମା
ଉପରୋକ୍ତ ଫେଲୋଶିପ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଆବେଦନର ଅନ୍ତିମ ତାରିଖ ସୁଦ୍ଧା ୨୮ ବର୍ଷ ହୋଇଥିବା ଉଚିତ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷର ରିହାତି ରହିଛି। ଏଥିସହିତ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷର ରିହାତି ସୁବିଧା ରହିଛି।

Advertisment

 ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୩୧, ୦୦୦ ସ୍କଲାରସିପ ସହ ଏଜଆରଏ ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ୧୫ ହଜାର ଟଙ୍କାର ଆକସ୍ମିକ ଅନୁଦାନ ମଧ୍ୟ ଯୋଗାଇ ଦିଆଯିବ।  

କେମିତି କରିବେ ଆବେଦନ-
୧ - ପ୍ରଥମେ ଅଫିସିଆଲ ୱେବସାଇଟrac.gov.inକୁ ଯାଆନ୍ତୁ
୨- 'Apply online'  ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ
୩- ନିଜର ନାମ ରେଜିଷ୍ଟର କରନ୍ତୁ
୪- ଏବେ ସ୍କାନ କରାଯାଇଥିବା ଡକ୍ୟୁମେଣ୍ଟସ୍‌ ଅପଲୋଡ କରନ୍ତୁ
୫- ଆପ୍ଲିକେଶନ ଫର୍ମ ସବ୍‌ମିଟ୍‌ କରନ୍ତୁ
୬- ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରିଣ୍ଟଆଉଟ୍‌ ବାହାର କରିନିଅନ୍ତୁ 

Advertisment
DRDO DRDO Recruitment 2021
Advertisment
Advertisment