Advertisment

ଘୁଞ୍ଚିଲା CRPFର ଆବେଦନ ତାରିଖ; ଫାଇଦା ନେବେ ଆଶାୟୀ

ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ (CRPF) ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଷ୍ଟେନୋ) ଏବଂ ହେଡ୍‌ କନ୍‌ଷ୍ଟେବଳ (ମନ୍ତ୍ରାଳୟ) ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରିଛି। ବର୍ତ୍ତମାନ ପ୍ରାର୍ଥୀମାନେ ୩୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
CRPF Registration Last Date Extended

CRPF registration last date extended

ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ (CRPF) ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଷ୍ଟେନୋ) ଏବଂ ହେଡ୍‌ କନ୍‌ଷ୍ଟେବଳ (ମନ୍ତ୍ରାଳୟ) ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରିଛି। ବର୍ତ୍ତମାନ ପ୍ରାର୍ଥୀମାନେ ୩୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ।

Advertisment

ପ୍ରକାଶଥାଉ ଯେ ୨୫ ଜାନୁଆରୀ ୨୦୨୩ରେ ଏହାର ଆବେଦନ ପ୍ରକ୍ରିୟା ଶେଷ ହେଉଥିଲା। ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି ସେମାନେ ବର୍ଦ୍ଧିତ ତାରିଖ ଅନୁଯାୟୀ CRPF ର ଅଫିସିଆଲ୍ ୱେବସାଇଟ୍ crpf.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୦୪ ଜାନୁୟାରୀ ୨୦୨୩ ରୁ ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ଇଣ୍ଡିଆନ୍ କୋଷ୍ଟ୍‌ଗାର୍ଡ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ପଦ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

Advertisment

ନିଯୁକ୍ତି ବିବରଣୀ:

  • ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୪୫୮ ଟି ପଦବୀ ପୂରଣ ହେବ
  • ସବ୍ ଇନ୍ସପେକ୍ଟର ASI (ଷ୍ଟେନୋ) - ୧୪୩ଟି ପୋଷ୍ଟ୍
  • ହେଡ୍‌ କନ୍‌ଷ୍ଟେବଳ (ମନ୍ତ୍ରାଳୟ) - ୧୩୧୫ଟି ପୋଷ୍ଟ୍

ବୟସ ସୀମା:

  • ସର୍ବନିମ୍ନ ବୟସ: ୧୮ ବର୍ଷ
  • ସର୍ବାଧିକ ବୟସ: ୨୫ ବର୍ଷ
  • ୨୫ ଜାନୁୟାରୀ ୨୦୨୩ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଦେଖାଯିବ

ଆବେଦନ ଶୁଳ୍କ:

  • ପ୍ରାର୍ଥୀ ଆବେଦନ ଶୁଳ୍କ ଭାବେ ୧୦୦ ଟଙ୍କା ଦେବେ
  • SC / ST / ମହିଳା / ESM ପ୍ରାର୍ଥୀ ଦେୟରୁ ମୁକ୍ତ

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀମାନେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ୧୦ + ୨ ପାସ୍ କରିଥିବା ଆବଶ୍ୟକ।

ଦରମା:

  • ସବ୍ ଇନ୍ସପେକ୍ଟର (ଷ୍ଟେନୋ) - ପେ ଲେଭଲ୍ ୦୫ ଅଧୀନରେ ୨୯୨୦୦ ରୁ ୯୨୩୦୦ ଟଙ୍କା ପାଇବେ
  • ହେଡ୍ କନଷ୍ଟେବଳ (ମନ୍ତ୍ରାଳୟ) - ପେ ଲେଭଲ୍ ୦୫ ଅଧୀନରେ ୨୫୫୦୦ ରୁ ୮୧୧୦୦ ଟଙ୍କା ପାଇବେ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ସିବିଟି ପରୀକ୍ଷା – ୨୨ ରୁ ୨୮ ଫେବୃଆରୀ ୨୦୨୩
  • ଆଡମିଟ୍ କାର୍ଡ ପ୍ରଦାନ – ୧୫ ଫେବୃଆରୀ ୨୦୨୩

କିପରି କରିବେ ଆବେଦନ:

  • CRPF ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ
  • ରେଜିଷ୍ଟର ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ଏବଂ ପ୍ରୋଫାଇଲ୍ ତିଆରି କରନ୍ତୁ
  • ପୋଷ୍ଟ ଚୟନ, ଆବେଦନ ଫର୍ମ ପୂରଣ, ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ
  • ଶୁଳ୍କ ଦେଇ ଆବେଦନ ଫର୍ମ ଦାଖଲ କରନ୍ତୁ
  • ଫର୍ମ ଡାଉନଲୋଡ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ

ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Govt Jobs CRPF
Advertisment
Advertisment